ETV Bharat / state

ଖୋର୍ଦ୍ଧାରେ କଟକଣା ମଧ୍ୟରେ ଚାଲିଛି ମା'ଙ୍କ ପୂଜାର୍ଚ୍ଚନା - Khurdha latest news

କଟକଣା ମଧ୍ୟରେ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ମା'ଙ୍କ ପୂଜା । ଅଧିକ ପଢନ୍ତୁ...

Dussehra in khurdha
ଖୋର୍ଦ୍ଧାରେ କଟକଣା ମଧ୍ୟରେ ଚାଲିଛି ମା ଙ୍କ ପୂଜାର୍ଚ୍ଚନା
author img

By

Published : Oct 13, 2021, 6:50 PM IST

ଖୋର୍ଦ୍ଧା: କଟକଣାରେ ଚାଲିଛି ମା'ଙ୍କ ପୂଜାର୍ଚ୍ଚନା । ଅଷ୍ଟମୀ ପୂଜାରେ ବିଭିନ୍ନ ପୂଜାମଣ୍ଡପରେ ଚାଲିଛି ପୂଜା । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋରୋନା ସଂକ୍ରମଣକୁ ନେଇ ସରକାରଙ୍କ ପକ୍ଷରୁ ମଣ୍ଡପରେ ପୂଜା ନେଇ କଟକଣା ରହିଛି ।

ଖୋର୍ଦ୍ଧାରେ କଟକଣା ମଧ୍ୟରେ ଚାଲିଛି ମା ଙ୍କ ପୂଜାର୍ଚ୍ଚନା

କଟକଣା ମଧ୍ୟରେ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ତିନି ଦିନିଆ ଦୁର୍ଗାପୂଜା ଆରମ୍ଭ ହୋଇଛି । ଆଜି ମଣ୍ଡପମାନଙ୍କରେ ମାଙ୍କର ଅଷ୍ଟମୀ ତିଥି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି । ସେହିପରି ସରକାରଙ୍କ କୋରୋନା କଟକଣା ଅନୁଯାୟୀ ପୂଜା ଚାଲିଥିବାବେଳେ ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନରୁ ବଞ୍ଚିତ ରହିଛନ୍ତି । ଚଳିତ ବର୍ଷ ଖୋର୍ଦ୍ଧା ସହରରେ 5ଟି ସ୍ଥାନରେ ମା ଦୁର୍ଗତିନାଶିନୀଙ୍କର ମୃଣ୍ମୟୀ ମୃର୍ତ୍ତି ପୂଜା ପାଉଥିବାବେଳେ 4ଟି ସ୍ଥାନରେ ହର ପାର୍ବତୀ ପୂଜା ପାଉଛନ୍ତି । ସେପଟେ କୋରୋନା ପାଇଁ ଦେଖିବାକୁ ମିଳୁନି ଝଲମଲ ଲାଇଟ ଓ ସୁଉଚ୍ଚ ତୋରଣ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.