ETV Bharat / state

ରାଜଧାନୀରେ ଡେଙ୍ଗୁ ସ୍ଥିତି ସଙ୍ଗୀନ, ସଚେତନ ପାଇଁ ଘର ଘର ସମ୍ପର୍କ ଅଭିଯାନ ଆରମ୍ଭ - ଡେଙ୍ଗୁ ସଚେତନ କରିବ ବିଏମସି

ରାଜ୍ୟରେ ଡେଙ୍ଗୁ ସ୍ଥିତି ଦିନକୁ ଦିନ ବିଗୁଡୁଥିବା ବେଳେ ଶୀର୍ଷରେ ରହିଛି ରହିଛି ଖୋର୍ଦ୍ଧା ଜିଲ୍ଲା । ଲୋକଙ୍କୁ ସଚେତନ କରିବାକୁ ଗତକାଲିଠୁ ୭ ଦିନ ଘର ଘର ସମ୍ପର୍କ ଅଭିଯାନ ଆରମ୍ଭ କରିଛି ବିଏମସି । ଅଧିକ ପଢନ୍ତୁ

ଘର ଘର ସମ୍ପର୍କ ଅଭିଯାନ ଆରମ୍ଭ
ଘର ଘର ସମ୍ପର୍କ ଅଭିଯାନ ଆରମ୍ଭ
author img

By ETV Bharat Odisha Team

Published : Sep 13, 2023, 2:19 PM IST

ଘର ଘର ସମ୍ପର୍କ ଅଭିଯାନ ଆରମ୍ଭ

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ । ଘରେ ଘରେ ଚିହ୍ନଟ ହେଲେଣି ଡେଙ୍ଗୁ ଆକ୍ରାନ୍ତ । ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ହଜାର ୧୩୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ବରରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ରାଜଧାନୀରେ ଡେଙ୍ଗୁ ମୁକାବିଲା ପାଇଁ ଘର ଘର ସମ୍ପର୍କ ଅଭିଯାନ ପୁଣି ଆରମ୍ଭ କରିଛି ବିଏମସି । ଲୋକଙ୍କୁ ସଚେତନ କରିବାକୁ କାଲି(ମଙ୍ଗଳବାର)ଠୁ ୭ ଦିନ ଘର ଘର ସମ୍ପର୍କ ଅଭିଯାନ ଆରମ୍ଭ କରିଛି ବିଏମସି । ଘର ଘର ବୁଲି ସ୍ବାସ୍ଥ୍ୟକର୍ମୀମାନେ ସଚେତନ କରୁଛନ୍ତି । ଲୋକଙ୍କୁ ବୁଝାଇବା ସହ ଡେଙ୍ଗୁକୁ ପ୍ରତିହତ କରିବାର ବିଭିନ୍ନ ପଦକ୍ଷେପକୁ ଆପଣାଇବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ।

ଅନ୍ୟପଟେ ଡେଙ୍ଗୁର ସଚେତନତା ଓ ନିରାକରଣକୁ ନେଇ ବିଏମସି କମିଶନର କହିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ୱରରେ ଟେଷ୍ଟ ସଂଖ୍ୟା ଆମେ ବଢା଼ଉଛୁ । ଗୋଟିଏ ଦିନରେ ୭୦୦ ଡେଙ୍ଗୁ ଟେଷ୍ଟ କରାଯାଉଛି । ଟେଷ୍ଟ ବଢୁଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟ ବି ବଢୁଛି । ଟିପିଆର ସଂଖ୍ୟା ବି ବଢୁଛି । ବର୍ତ୍ତମାନ ଅଧିକ ସାଧାରଣ ଜର ପରୀକ୍ଷାରୁ ପରିଲିକ୍ଷିତ ହେଉଥିବା ବେଳେ ଧିରେ ଧିରେ ହସ୍ପିଟାଲରେ ଡେଙ୍ଗୁ ରୋଗୀ ସଂଖ୍ୟା କମିଛି । ତେଣୁ ଡେଙ୍ଗୁକୁ ପ୍ରତିହତ କରିବା ପାଇଁ ଦୁଇଟି ଦିଗ ସଚେତନତା ସହ ଚିକିତ୍ସାକୁ ଗୁରୁତ୍ୱ ଦିଆଯାଇଛି । ତେବେ ସଚେତନାର ଅଧିକ ଆବଶ୍ୟକତା ରହିଥିବା ବେଳେ ସ୍କୁଲରେ ସଚେତନତା ଜାରି ରହିବା ସହ ୱାର୍ଡରେ ଜାରି ରହିଛି । ଏଥିପାଇଁ ଘର ଘର ସମ୍ପର୍କ ଅଭିଯାନ ପୁଣି ଆରମ୍ଭ ହୋଇଛି । ଘର ଘର ବୁଲି ସ୍ବାସ୍ଥ୍ୟକର୍ମୀ ମାନେ ସଚେତନ କରିଛନ୍ତି ।

ଅନ୍ୟପଟେ ଡେଙ୍ଗୁର ନିରାକରଣ କାର୍ଯ୍ୟକୁ ତ୍ୱରାନିତ୍ଵ କରିବା ପାଇଁ ପୂର୍ବରୁ ୫ଟା ମେକାନିକାଲ ଫଗିଙ୍ଗ ମେସିନ ଆସିଥିବା ବେଳେ ଗତକାଲି ୫ଟି ଓ ଆଗକୁ ପରେ ସପ୍ତାହରେ ଆହୁରି ୧୦ ଆସିବ । ଏହିକ୍ରମରେ ୧୦ ଟି ନୂତନ ଜ୍ଞାନ କୋୖଶଳର ଫଜିଙ୍ଗ ମେସିନ ଦ୍ୱାରା ଭୁବନେଶ୍ୱରେ ଧୂଆଁ ଛଡ଼ାଯିବ । ଏହାସହ ୱାର୍ଡ ଗୁଡିକରେ ବ୍ୟାଟେରୀ ଅପେରେଟେଡ଼ ମେସିନ ବି ଦିଆଯାଇଛି । ସଂଖ୍ୟା ବଢିବା ସହ ଆମେ ପ୍ରସ୍ତୁତ ଥିବା ବେଳେ ଲୋକଙ୍କୁ ନିରାକରଣର ସହଭାଗିତା ହୋଇ ଅପରିଷ୍କାର ସ୍ଥାନକୁ ସଫା ଓ ପାଣି ଜମିବା ସ୍ଥାନକୁ ସଫା କରିବା ପାଇଁ ଅନୁରୋଧ କରିଛନ୍ତି ବିଏମ୍ସି କମିଶନର ।

ଏହି ମଧ୍ୟ ପଢନ୍ତୁ..Dengue Menace: ‘ସାମାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଗଲେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ’

ସେପଟେ ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରୁଛି ଡେଙ୍ଗୁ । ଡେଙ୍ଗୁ ସଂଖ୍ୟାକୁ ନେଇ ଚିନ୍ତା ବଢିଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୮ ହଜାର ୬୧୦ ଜଣଙ୍କର ଡେଙ୍ଗୁ ଟେଷ୍ଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ହଜାର ୯୭ ଜଣ ପଜିଟିଭ ବାହାରିଛନ୍ତି । ଏଭଳି ସ୍ଥିତିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ୨ ହଜାର ୧୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେପଟେ ଖୋର୍ଦ୍ଧା ଜିଲ୍ଲାରେ ପିକ୍‌ରେ ଥିବା ବେଳେ ଭୁବନେଶ୍ବର ସ୍ଥିତି ସଙ୍ଗୀନ ରହିଛି । ଜିଲ୍ଲାରେ ଭୁବନେଶ୍ବର ହିଁ ଡେଙ୍ଗୁ ରୋଗର ହଟ୍‌ସ୍ପଟ୍‌ ପାଲଟିଥିବା ବେଳେ ଡେଙ୍ଗୁ ମୁକାବିଲା ପାଇଁ ବିଏମ୍‌ସି ଯାହା ଯାହା ପ୍ରସ୍ତୁତି କରିଥିଲା ତାହା ସବୁ ଫେଲ୍‌ ମାରିଛି । ଖାଲି ପ୍ରଚାର ପ୍ରସାର ଓ ଫଟୋ ଉଠାରେ ଡେଙ୍ଗୁ ମୁକାବିଲା ଅଭିଯାନ ସୀମିତ ରହିଛି । ଫଳରେ ରାଜଧାନୀବାସୀ ଭୋଗୁଛନ୍ତି ନାନା ସମସ୍ୟା। ଘରେ ଘରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସ୍ଥିତି ସଙ୍ଗୀନ୍‌ ହେବା ପରେ ପୁଣିଥରେ ପୂର୍ବରୁ ଚାଲୁଥିବା "ଘର ଘର ସମ୍ପର୍କ ଅଭିଯାନ’ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏହି ଅଭିଯାନ ନିୟମିତ କରିବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.