ETV Bharat / state

ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ୱାମୀ ଓ ଶାଶୁ ଅଟକ - ବେଗୁନିଆ ଥାନା ନବବଧୂର ଝୁଲନ୍ତା ମୃତଦେହ

ବେଗୁନିଆ ଥାନା ଡିଙ୍ଗର ପଞ୍ଚାୟତ ଭୂଆଶୁଣିପାଟଣା ଗ୍ରାମରୁ ଜଣେ ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ, ସ୍ୱାମୀ ଓ ଶାଶୁ ଅଟକ

author img

By

Published : Oct 19, 2021, 7:18 AM IST

ଖୋର୍ଦ୍ଧା: ବେଗୁନିଆ ଥାନା ଡିଙ୍ଗର ପଞ୍ଚାୟତ ଭୂଆଶୁଣିପାଟଣା ଗ୍ରାମରୁ ଆଜି(ସୋମବାର) ପୋଲିସ ନବବଧୂର ଏକ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ଘଟଣାରେ ସ୍ୱାମୀ ଓ ଶାଶୁକୁ ଅଟକ ରଖିଛି ପୋଲିସ । ସୂଚନାଯୋଗ୍ୟ ଭୁବନେଶ୍ୱର ଭିଏସଏସ ନଗରର ଦିନବନ୍ଧୁ ବେହେରାଙ୍କ ଝିଅ ବର୍ଷାରାଣୀ ବେହେରା(୨୦) ଗତ ମେ ମାସ ୨୧ ତାରିଖରେ ଭୂଆଶୁଣି ପାଟଣା ଗ୍ରାମର ଶଶବିନ୍ଦୁ ବେହେରାଙ୍କୁ ବିବାହ କରିଥିଲେ । ବାହାଘର ସମୟରେ ପୁଅ ପକ୍ଷରୁ ଦାବି ମୁତାବକ ଯୌତୁକ ଦିଆଯାଇଥିଲା । ହେଲେ କିଛିଦିନ ଭଲରେ ଚଳିବା ପରେ ତାଙ୍କ ଝିଅକୁ ଅଧିକ ଯୌତୁକ ଆଣିବା ପାଇଁ କୁହାଯାଇ ନିର୍ଯାତନା ଦିଆଯାଉଥିଲା ।

ଆଜି ପରିବାର ଲୋକେ ଝିଅ ବର୍ଷାରାଣୀକୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦେବା ପାଇଁ ଘରେ ଝିଅକୁ ଝୁଲାଇ ଦିଆଯାଇଥିବା ବର୍ଷା ରାଣୀର ମାଆ ମିନତି ବେହେରା ବେଗୁନିଆ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଥାନାଅଧିକାରୀ ଲକ୍ଷ୍ମୀପ୍ରସାଦ ଶତପଥୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାରେ ସ୍ୱାମୀ ଓ ଶାଶୁଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି। ଆଜି (ମଙ୍ଗଳବାର) ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.