ଭୁବନେଶ୍ବର: ଆଜି 103ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସୁନ୍ଦରପଦା ଠାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ କଥା ଶୁଣିଥିଲେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ସହ ବହୁ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।
ଏହା ବି ପଢ଼ନ୍ତୁ Mann Ki Baat: କ୍ରାନ୍ତିକାରୀଙ୍କୁ ସମ୍ମାନ, ଲଞ୍ଚ୍ ହେବ 'ମେରି ମାଟି ମେରା ଦେଶ'
ସ୍ଵାଧୀନତା ଦିବସକୁ ନେଇ `ମେରି ମାଟି, ମେରା ଦେଶ' ଅଭିଯାନ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଶହୀଦଙ୍କ ଉଦ୍ଦେଶ୍ଯରେ ଆରମ୍ଭ ହେବ ଏହି ଅଭିଯାନ । ତା ସହିତ ସମସ୍ତଙ୍କୁ ମିଳିମିଶି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ମୋଦି ଦେଲେ ଆହ୍ବାନ । ଦେଶ ସାମ୍ନା କରୁଥିବା ପ୍ରାକୃତିକ ବିପର୍ଯ୍ୟୟ କଥା କହିବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏନଡିଆରଏଫ ଦୃଢତାର ସହ କାମ କରିଛି, ତାହା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି । ସମସ୍ତଙ୍କୁ ମିଳିମିଶି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ସେ ଆହ୍ବାନ ଜଣାଇଛନ୍ତି । ସେହିପରି ଉତ୍ତରପ୍ରଦେଶରେ ଏବେ 30 କୋଟି ବୃକ୍ଷରୋପଣର ରେକର୍ଡ କରିଥିବା ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମନ୍ କି ବାତ୍ରେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: Manipur violence: ‘ମନ କି ବାତ’ରେ ପଦୁଟିଏ କହିଲେନି ପ୍ରଧାନମନ୍ତ୍ରୀ, କଂଗ୍ରେସ ଓ ଟିଏମସିର ଟାର୍ଗେଟ
ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦେଶର ପରିବେଶ, କଳା ସଂସ୍କୃତି, ପରମ୍ପରା ଉପରେ ଆଧାରିତ କିଛି ବିଷୟ ବସ୍ତୁ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିମାସ ଶେଷ ରବିବାର ଜନସାଧାରଣଙ୍କ ନିକଟକୁ ଆଣନ୍ତି । ଏହା ମଧ୍ୟ ଜନସାଧାରଣଙ୍କୁ ପ୍ରଭାବିତ କରିଛି । ଆଗାମୀ ଯୁବପିଢ଼ିଙ୍କ ପାଇ ଏହା ଏକ ମାର୍ଗଦର୍ଶନ ସଦୃଶ ଅଟେ । ସାରା ବିଶ୍ବରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଲୋକପ୍ରିୟ ହେବାରେ ଲାଗିଛି ।"
ଏଥର ଦେଶରେ ହେଉଥିବା ବନ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ମୌସୁମୀ ବର୍ଷାର ଅନିୟମତା, ଦେଶର ଅଧିକାଂଶ ରାଜ୍ୟରେ ହେଉଥିବା ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଏଭଳି ସ୍ଥିତିର ମୁକାବିଲା ସହ ଜଳ ସଂରକ୍ଷଣ, ବୃକ୍ଷରୋପଣ ଉପରେ ଗୁରୁତ୍ୱ ମଧ୍ୟ ଦେଇଛନ୍ତି । ସେହିପରି ଦେଶରେ ଚାଲିଥବା ନିଶାମୁକ୍ତି ଅଭିଯାନକୁ ମଧ୍ଯ ପ୍ରଂଶସା କରିଛନ୍ତି।
ଇଟିଭି ଭାରଚ, ଭୁବନେଶ୍ବର