ETV Bharat / state

ମନମୋହନଙ୍କ ନେତୃତ୍ବରେ 2024 ପାଇଁ ପ୍ରସ୍ତୁତି, ନେତୃବୃନ୍ଦଙ୍କ ରଣ ହୁଙ୍କାର - ରାଜ୍ୟ ବିଜେପି ନୂଆ ସଭାପତିଙ୍କ ସ୍ବାଗତ ସମାରୋହ

ନବ ନିଯୁକ୍ତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସମାରୋହରେ ବିଜେପିର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡିକୁ ହଟାଇବାକୁ ରଣହୁଙ୍କାର ଦେଇଛନ୍ତି ଦଳୀୟ ନେତା । ଅଧିକ ପଢନ୍ତୁ

bjp top leaders targets bjd
ମନମହୋନଙ୍କ ନେତୃତ୍ବରେ 2024 ପାଇଁ ପ୍ରସ୍ତୁତି
author img

By

Published : Mar 27, 2023, 9:44 AM IST

ମନମହୋନଙ୍କ ନେତୃତ୍ବରେ 2024 ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ରାଜ୍ୟ ବିଜେପି ନୂଆ ସଭାପତିଙ୍କ ସ୍ବାଗତ ସମାରୋହ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ବରୀଙ୍କ ସମେତ ରାଷ୍ଟ୍ରୀୟ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଯୋଗ ଦେଇଥିଲେ । ବିଜେପି ରାଜ୍ୟ ନୂଆ ସଭାପତିଙ୍କୁ ସମ୍ବର୍ଦ୍ଧନା ଦେବା ସହ ବିଜେଡିକୁ ହଟାଇବାକୁ ରଣହୁଙ୍କାର ଦେଇଛନ୍ତି ନେତୃବୃନ୍ଦ । 2024ରେ ବିଜେପିର ବିଜୟ ହେବ । 24ରେ ପରିବର୍ତ୍ତନ ଚାହୁଁଛନ୍ତି ଲୋକ । 2024ରେ ରାଜ୍ୟରେ ସରକାର ଗଠନ କରିବ ବୋଲି ଦୃଢକ୍ତି ରଖିଛନ୍ତି ବିଜେପି ଟପ ନେତୃବୃନ୍ଦ ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ''2024ରେ ପରିବର୍ତ୍ତନ ହେବ । ଦିଲ୍ଲୀରେ ଏବଂ ଓଡିଶାରେ ବିଜେପି ସରକାର ଗଠନ କରିବ । ଯଦି ଗୁଳି ଓ ଲାଠି ଖାଇବାକୁ ଜେଲ ଯିବାକୁ ପ୍ରସ୍ତୁତ ତେବେ 2024ରେ ନିଶ୍ଚୟ ବିଜୟୀ ହେବେ । ଆଗାମୀ ନିର୍ବାଚନ ଐତିହାସିକ ହେବ । କଠିନ ପରିଶ୍ରମ କରି ଇତିହାସ ରଚିବା । 1997ରେ କଂଗ୍ରେସକୁ ବିଦା କରିବା ପାଇଁ ବିଜେଡ଼ି ସହ ମେଣ୍ଟ କରିଥିଲୁ । 2009 ପରେ ଏ ସରକାର କଂଗ୍ରେସଠୁ ବି ବିପଦ ଜନକ ସରକାର ହୋଇଛି । ଯେତେ ଶୀଘ୍ର ଏ ସରକାର ଯିବ ଓଡିଶାର କଲ୍ୟାଣ ହେବ ।'' ସେହିପରି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ କହିଛନ୍ତି, ''ଆନ୍ଧ୍ରରେ ବିଶ୍ବାସ ଅଛି କି ନୂଆ କାମର ଆରମ୍ଭ ବେଳେ ବର୍ଷା ହେଲେ ସଫଳତା ମିଳେ । ମନମୋହନ ଦାୟିତ୍ବ ନେବା ବେଳେ ମଧ୍ୟ ବର୍ଷା ହୋଇଛି । ତେଣୁ ଆଶା ଅଛି ମନମୋହନ ସାମଲଙ୍କ ନେତୃତ୍ବରେ ସରକାର ଗଠନ କରିବ ବିଜେପି । 2024ରେ ବିଜେପିର ବିଜୟ ନିଶ୍ଚୟ ।''

ଏହା ବି ପଢନ୍ତୁ...ଆମେ ଶପଥ ନେଇଛୁ, ବିଜେଡି ସରକାରକୁ ହଟାଇବୁ: ମନମୋହନ ସାମଲ

ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି,'' ଆମ ସମସ୍ତଙ୍କ ଲକ୍ଷ୍ୟ ହେଉଛି ଓଡିଶାରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ କରିବା । ମନମୋହନ ସାମଲଙ୍କ ନେତୃତ୍ବ ଆମକୁ ବାଟ ଦେଖାଇବ । ଜନବିରୋଧୀ ଓ ବିକାଶ ବିରୋଧୀ ସରକାର ହଟାଇବା ଆମର ଏକମାତ୍ର ଲକ୍ଷ୍ୟ । ବିଜେଡିକୁ ହଟାଇବାକୁ ଶପଥ ନେବା ।'' ସେହିପରି ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, '' ଓଡ଼ିଶାରେ ମନମୋହନଙ୍କ ନେତୃତ୍ବରେ ବିକଳ୍ପ ସରକାର ଗଠନ କରିବ । ଅହଂକାର ଓ ବ୍ୟକ୍ତିବାଦ ଛାଡିବା ବିଜେପିକୁ ବିଜୟୀ କରାଇବା । ତୃଣମୂଳ ସ୍ତରରେ ବିଜେପିକୁ ସଙ୍ଗଠିତ କରିବା । ଏହି ଜୋସରେ କାମ କରିବା । କେବଳ ଗୋଟିଏ ଲକ୍ଷ୍ୟ ୨୦୨୪ରେ ଓଡ଼ିଶାରେ ସରକାର ଗଠନ କରିବା । ଠିକ ଲୋକ ଠିକ ଜାଗାରେ ବସିଛନ୍ତି । ସବୁ ଖରାପ ଭାବନାକୁ ତ୍ୟାଗ କରି ସରକାର ଗଠନ କରିବା ପାଇଁ କାମ କରିବା ।''

ରାଷ୍ଟ୍ରୀୟ ବିଜେପି ମୁଖମାତ୍ର ସମ୍ବିତ ପାତ୍ର କହିଛନ୍ତି, ''ରାହୁଲ ଗାନ୍ଧୀ ଓବିସି ବର୍ଗଙ୍କୁ ଅସମ୍ମାନ କଲେ ଓ ସାଂସଦ ପଦ ହରାଇଲେ । ପ୍ରଧାନମନ୍ତ୍ରୀ ଓବିସି ବର୍ଗରୁ ଆସିଛନ୍ତି । ରାଷ୍ଟ୍ରପତି ଜନଜାତି ବର୍ଗରୁ ଆସିଛନ୍ତି । ଓବିସି ପୁଅ ମନମୋହନ ସାମଲଙ୍କୁ ରାଜ୍ୟ ବିଜେପିର ସଭାପତି ଦାୟିତ୍ବ ମିଳିଛି । ପଛୁଆ ବର୍ଗଙ୍କୁ ଆଗକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ସର୍ବଦା ପ୍ରୟାସ କରିଛନ୍ତି । 2024ରେ ଏ ସରକାରକୁ ବିଦା କରିବାକୁ ଶପଥ ନେବା ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.