ETV Bharat / state

ଲୋକବଳ ଯାହାର ଅଛି, ସେ ଟଙ୍କା କାହିଁକି ବାଣ୍ଟିବ: BJD - ଧାମନଗର ଉପନିର୍ବାଚନ

ଧାମନଗର ଉପନିର୍ବାଚନରେ ବିଜେଡ଼ି ଟଙ୍କା ବାଣ୍ଟୁଥିବା ନେଇ ବିରୋଧୀ ଦଳ ଅଭିଯୋଗ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ଉପସଭାପତି ଦେବୀ ମିଶ୍ର । ଅଧିକ ପଢନ୍ତୁ

ଲୋକବଳ ଯାହାର ଅଛି, ସେ ଟଙ୍କା କାହିଁକି ବାଣ୍ଟିବ: BJD

author img

By

Published : Oct 24, 2022, 8:40 PM IST

ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ବିଜେଡିକୁ ଭୋଟ ଦେଲେ ପଞ୍ଚାୟତକୁ କୋଟିଏ ଟଙ୍କାର ପୁରସ୍କାର ମିଳିବା । ଏନେଇ ନେତାଙ୍କ ଘୋଷଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ବିରୋଧୀ ଦଳ ଏନେଇ ଶାସକ ଦଳ ବିଜେଡିକୁ ଟାର୍ଗେଟ କରିଛନ୍ତି । ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ଯଦି କିଛି ଭିଡିଓ ନିର୍ଦ୍ଦିଷ୍ଟ ଭାବେ ରହିଛି ତାହାର ପ୍ରମାଣ ଦିଅନ୍ତୁ ସେ କହିଛନ୍ତି ।

ଲୋକବଳ ଯାହାର ଅଛି, ସେ ଟଙ୍କା କାହିଁକି ବାଣ୍ଟିବ: BJD

ଦେବୀ କହିଛନ୍ତି, "ବିଜେଡି ଓ ନବୀନ ବାବୁଙ୍କ ନେତୃତ୍ବ ପ୍ରତି ଲୋକଙ୍କର ଭାବନା ଓ ଶ୍ରଦ୍ଧା ରହିଛି । ଲୋକ ଦେଖୁଛନ୍ତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର ଅଛି । ଏହି ସରକାର ହେଉଛି ବିକାଶର କାର୍ଯ୍ୟ କରୁଥିବା ସରକାର । ନବୀନ ପଟ୍ଟନାୟକ ଏହାର ସାରଥୀ । ତେଣୁ ବିଜୁ ଜନତା ଦଳ ସପକ୍ଷରେ ଏକ ମନୋଭାବ ରହିଛି । ନିର୍ବାଚନ କମିଶନରଙ୍କ ନିକଟରେ ବିଭିନ୍ନ ରାଜନୈତିକ ଦଳ ପରସ୍ପର ପ୍ରତି ଦୋଷାରୋପ କରନ୍ତି । ବିଜେଡି ସେ ଦୌଡ଼ରେ ନାହିଁ । ଟଙ୍କା ଜଚା ଅଭିଯୋଗ ଭୁଲ ବୋଲି ସାଂସଦ କହିସାରିଛନ୍ତି । ଯଦି ନିର୍ଦ୍ଦିଷ୍ଟ ଭାବେ ଭିଡିଓ ଯଦି ଥିବ ସେ ପ୍ରମାଣ କରିବେ । ବିଜେଡି ଟଙ୍କା ପଇସା ଦେବାରେ ବିଶ୍ୱାସ କରେନାହିଁ । ଲୋକବଳ ଯାହାର ଅଛି, ସେ ଟଙ୍କା ଓ ପଇସା ଯାଚିବାକୁ କିଏ କାହିଁକି ଯିବ ।"

ଏହା ବି ପଢନ୍ତୁ- ଧାମନଗର ଉପନିର୍ବାଚନ: ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ, ସିଇଓଙ୍କୁ ଭେଟିଲା ବିଜେପି

ଧାମନଗର ଉପନିର୍ବାଚନରେ ଜୋରଦାର ପ୍ରଚାର ପାଇଁ ବିଜେପିର ରୋଡ଼ମ୍ୟାପ ପ୍ରସ୍ତୁତ କରିଛି । 26ରୁ ଜମିବ ବିଜେପି ହେଭିୱେଟ ନେତାଙ୍କ ପ୍ରଚାର । ବିଜେପିରୁ 3 କେନ୍ଦ୍ରମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇବେ । 27, 28ରେ ଧାମନଗରରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାପରେ ପ୍ରଚାର ମଇଦାନକୁ ଆସିବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଶେଶ୍ବର ଟୁଡୁ । ଲୋକଙ୍କ ସହ ଯୋଡ଼ି ହେବା ସହ ଭଦ୍ରକ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ପ୍ରସଙ୍ଗ କରିବ ବିଜେପି ।

ଏହା ବି ପଢନ୍ତୁ- Dhamnagar Bypoll: ପ୍ରଚାର ମଙ୍ଗ ଧରିବେ କଂଗ୍ରେସର ହେବିୱେଟ୍‌, କମ୍ପିବ ଧାମନଗର

ପ୍ରତିକ୍ରିୟା ରଖି ବିଜେଡି ଉପସଭାପତି କହିଛନ୍ତି, "ରାଜ୍ୟର ନେତା କେନ୍ଦ୍ରମନ୍ତ୍ରୀ ଭାବେ ଅଛନ୍ତି । ତାଙ୍କ ଦଳ କଥା ସେ ବିଚାର କରିବେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଛନ୍ତି, ସେମାନେ ବି ପ୍ରଚାରରେ ଓହ୍ଲାଇବେ । ପଡୋଶୀ ରାଜ୍ୟର ନେତା ବି ଅଛନ୍ତି, ସେମାନେ ଆସିବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରକୁ ଯାଇପାରନ୍ତି । ତାଙ୍କ ନାଁରେ ଭୋଟ ଅଛି । ଯଦି ଇଚ୍ଛା କରିବେ, ସେ ଯେକୌଣସି ମାଧ୍ୟମରେ ବାର୍ତ୍ତା ଦେବେ । ଜନମତ ଓ ବିକାଶର ବିଜୟ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.