ETV Bharat / state

ବାଙ୍କୀ ପୋଲିସର ଦାଦାଗିରି, ଡାକ୍ତରଖାନା ଯାଉଥିବା ବ୍ୟକ୍ତିଙ୍କୁ ମାଡ

author img

By

Published : Apr 11, 2020, 1:29 PM IST

Updated : Apr 11, 2020, 2:59 PM IST

banki police dadagiri
ବାଙ୍କୀ ପୋଲିସର ଦାଦାଗିରି, ଡାକ୍ତରଖାନା ଯାଉଥିବା ବ୍ୟକ୍ତିଙ୍କୁ ମାଡ

13:15 April 11

ଖୋର୍ଦ୍ଧା: ବାଙ୍କୀରେ ପୋଲିସର ଦାଦାଗିରି ଦେଖିବାକୁ ମିଳିଛି ।  ହରିରାଜପୁର ଗ୍ରାମର ବସନ୍ତ ମହାନ୍ତି ବାଙ୍କି ମୁଖ୍ୟ ଡାକ୍ତରଖାନାକୁ ତାଙ୍କ ସ୍ତ୍ରୀଙ୍କୁ ନେଇ ଯାଉଥିବା ବେଳେ ବାଙ୍କୀ ଥାନା ପୋଲିସ ଅଧିକାରୀ ବସନ୍ତ ମହାନ୍ତିଙ୍କୁ ମାଡ ମାରି ଆହତ କରିଛନ୍ତି । ଏନେଇ ତାଙ୍କ ସ୍ତ୍ରୀ ପୁଷ୍ପଲତା ମହାନ୍ତି ଅଭିଯୋଗ କରିଛନ୍ତି ।  

ମହିଳା ଜଣକ ଥାଇରଏଡ଼ ରୋଗୀ ଏବଂ ଦୀର୍ଘ ଦିନ ହେଲା ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ ପରାମର୍ଶ ପାଇଁ ଯାଇଥିବା ବେଳେ ପୋଲିସ କିଛି ନ ବୁଝି ତାଙ୍କ ସ୍ବାମୀଙ୍କୁ ମାରିଥିବା ଅଭିଯୋଗ ହୋଇଛି । ସେପଟେ ଗୁରୁତର ମହିଳାଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ଥାନାକୁ ନେଇଥିବା କାରଣରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Apr 11, 2020, 2:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.