ETV Bharat / state

Assembly Monsoon Session: ପ୍ରଶ୍ନକାଳରେ ଗୃହ ବନ୍ଦ ଠିକ ନୁହେଁ କହିଲା କଂଗ୍ରେସ - ମୌସୁମୀ ଅଧିବେଶନ

ବିଧାନସଭା ମୌସୁମୀ ଅଧିବେଶନ ଦ୍ବିତୀୟ ଦିନରେ ଆରମ୍ଭରୁ ଗୃହ ଅଚଳ ହୋଇଥିଲା । ବିଜେପିର ହଙ୍ଗାମାରୁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ଏହା ଠିକୁ ନୁହେଁ ବୋଲି କହିଛି କଂଗ୍ରେସ । ଅଧିକ ପଢନ୍ତୁ

Assembly Monsoon Session
House adjourned over Oppositions ruckus
author img

By ETV Bharat Odisha Team

Published : Sep 25, 2023, 11:58 AM IST

Updated : Sep 25, 2023, 12:16 PM IST

ଗୃହ ବନ୍ଦ ନେଇ କଂଗ୍ରେସ ପ୍ରତିକ୍ରିୟା

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରୁ ଗୃହ ହୋଇଛି । 5ଟି ସଚିବଙ୍କ ଗସ୍ତ ପ୍ରସଙ୍ଗକୁ ନେଇ ବିଜେପି ସଦସ୍ୟ ଗୃହରେ ପ୍ରବଳ ହୋ ହାଲ୍ଲା କରିଥିଲେ । ବାଚସ୍ପତିଙ୍କ ପୋଡିୟମ ପାଖକୁ ଯାଇ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ଫଳରେ ଗୃହ କାର୍ଯ୍ୟ ଚଳାଇବା ବାଚସ୍ପତିଙ୍କ ପାଇଁ ମୁସକିଲ ହୋଇ ପଡିଥିଲା । ଫଳରେ 11ଟା 30 ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ଏ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଗୃହ ବନ୍ଦ ହେବା ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ପ୍ରଶ୍ନକାଳରେ ଗୃହ ବନ୍ଦ ହେବା ଠିକ ନୁହେଁ ।

ଗୃହ ବନ୍ଦ ହେବା ନେଇ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଆଜି ଦ୍ବିତୀୟ ଦିନରେ ପ୍ରଶ୍ନକାଳ ବାଚସ୍ପତି ଗୃହ ମୁଲତାବୀ କରିଛନ୍ତି । ପ୍ରଶ୍ନକାଳରେ ବିଜେପି ସଦସ୍ୟଙ୍କର ଏପରି କରିବାର ନଥିଲା । ଶୂନ୍ୟକାଳରେ ହୋଇପାରିଥାନ୍ତା । ପ୍ରଶ୍ନକାଳରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥାନ୍ତା । ମୂଲ୍ୟବାନ ସମୟ ନଷ୍ଟ ହେଉଛି । ସମସ୍ତଙ୍କୁ ଅନୁରୋଧ କରୁଛି ଗୃହ ଚାଲିବାକୁ ଦିଆଯାଉ । ବିଧାନସଭାରେ ସମସ୍ତେ ଲାଗିପଡ଼ି ଚାଲିବାକୁ ଦିଅ ।"

ସେପଟେ ଗୃହ ବନ୍ଦକୁ ନେଇ ବିଧାୟକ ତାରା ପ୍ରସାଦ ବାହିନୀ ପତି କହିଛନ୍ତି, "ବିଜେଡି ନିର୍ଦ୍ଦେଶରେ ଗୃହ ବନ୍ଦ ହୋଇଛି । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ 10ରୁ 8 ନମ୍ବର ଦେଇଛନ୍ତି ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଭଲ ସମ୍ପର୍କ ରହିଛି ପୁଣି ଅବହେଳା କଣ । ଗାଁରେ ସ୍କୁଲ ବନ୍ଦ, ଶିକ୍ଷକ ଆଶାକର୍ମୀ ଆନ୍ଦୋଳନରେ । ସରପଞ୍ଚ, ସମିତି ସଭ୍ୟ ସମସ୍ତେ ଆନ୍ଦୋଳନରେ । ତେଣୁ ଗୃହରେ କଣ ହେଉଛି ଜାଣିବାକୁ ନୀରବଦ୍ରଷ୍ଟା ହୋଇଥିଲୁ ।"

ଏହା ବି ପଢନ୍ତୁ...ବିରୋଧୀଙ୍କ ଅଭିଯୋଗ: ବଢୁଛି ବଜେଟ ଆକାର, ଖର୍ଚ୍ଚ କରିପାରୁନାହାନ୍ତି ସରକାର

ଗୃହ ବାହାରେ 5T ପ୍ରସଙ୍ଗ ଉଠାଇ ବର୍ଷିଥିଲେ ବିଜେପି ନେତା ମୋହନ ମାଝୀ । ସେ କହିଛନ୍ତି, "ସଚିବ ବଡ ନା ମନ୍ତ୍ରୀ ବଡ ଏ ନେଇ ଆମେ ମୁଲତବୀ ପ୍ରସ୍ତାବ ଦେଇଥିଲୁ । କିଛି କାରଣ ନ ଦର୍ଶାଇ ବାଚସ୍ପତି ଶେଷ ମୂହୁର୍ତ୍ତରେ ଅଗ୍ରାହ୍ୟ କଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ଗସ୍ତ ଖର୍ଚ୍ଚ ନେଇ ପ୍ରଶ୍ନ କରିବାରୁ ଚାହୁଁଥିଲୁ । ବିମାନ, ହେଲିକପ୍ଟର ଓ ଟେଣ୍ଟ ବାବାଦ ଖର୍ଚ୍ଚ ଜାଣିବାକୁ ଚାହୁଁଥିଲୁ । ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ପ୍ରଶ୍ନ କରିବାକୁ ଚାହୁଁଥିଲୁ ଭୟଭୀତ ହୋଇ ସରକାର ଗୃହ ବନ୍ଦ କରିଛନ୍ତି ।"

ପ୍ରକାଶ ଥାଉ କି, ବିଧାନସଭା ମୌସୁମୀ ଅଧିବେଶନ ଦ୍ବିତୀୟ ଦିନରେ ଆରମ୍ଭରୁ ଗୃହ ଅଚଳ ହୋଇଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ । ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବ ଗୃହିତ ନହେବାରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା । ନିଜ ଆସନରେ ଛିଡ଼ା ହୋଇ ବିଜେପି ସଦସ୍ୟ ପ୍ରତିବାଦ କରିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ ପାଖରେ ହୋ ହାଲ୍ଲା କରିଥିଲେ ବିଜେପି ସଦସ୍ୟ । ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇନଥିଲା । ଫଳରେ 11ଟା 30 ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

Last Updated : Sep 25, 2023, 12:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.