ETV Bharat / state

କ୍ୟାମ୍ପସ ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ; ଅଧ୍ୟାପକ ବି ଦାଖଲ କରିବେ ଅଣ୍ଡରଟେକିଂ - କ୍ୟାମ୍ପସ ହେବ ନିଶାମୁକ୍ତ

Drug free campus: ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ । ଏଣିକି ଅଧ୍ୟାପକ, ଶିକ୍ଷକ ବି ଦାଖଲ କରିବେ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ । ଅଧିକ ପଢନ୍ତୁ

Drug free campus
Drug free campus
author img

By ETV Bharat Odisha Team

Published : Jan 9, 2024, 9:32 PM IST

Updated : Jan 9, 2024, 9:41 PM IST

କ୍ୟାମ୍ପସ ହେବ ସମ୍ପୂର୍ଣ୍ଣ ନିଶାମୁକ୍ତ; ଅଧ୍ୟାପକ ବି ଦାଖଲ କରିବେ ଅଣ୍ଡରଟେକିଂ

ଭୁବନେଶ୍ବର: ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ହେବ ସଂପୂର୍ଣ୍ଣ ନିଶା ମୁକ୍ତ । ଛାତ୍ରଛାତ୍ରୀଙ୍କ ପରେ ଏଣିକି ଅଧ୍ୟାପକ, ଶିକ୍ଷକ ବି ଦାଖଲ କରିବେ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ । ବିଧାନସଭାର ଶିକ୍ଷା ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ଏନେଇ ଆଜି (ମଙ୍ଗଳବାର) ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି । ସେପଟେ ଶିକ୍ଷା ସମ୍ପର୍କିତ ଷ୍ଟାଣ୍ଡିଂ କମିଟିର ଏହି ସୁପାରିଶକୁ ସ୍ବାଗତ କରିଛନ୍ତି ଅଧ୍ୟାପକ ମଣ୍ଡଳୀ । ନିଜକୁ ଓ ଛାତ୍ରଛାତ୍ରୀଙ୍କୁ ମାର୍ଜିତ କରିବୁ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜି ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ବସିଥିଲା ଶିକ୍ଷା ସମ୍ପର୍କିତ ଷ୍ଟାଣ୍ଡିଂ କମିଟି । ବୈଠକରେ ଉଚ୍ଚ ଶିକ୍ଷା ଓ ଗଣ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଶିକ୍ଷା ସମ୍ପର୍କିତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭୂପିନ୍ଦର ସିଂଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ରାଜ୍ୟ ସରକାରଙ୍କୁ ଏ ନେଇ ସୁପାରିଶ କରାଯାଇଥିବା କମିଟି ଅଧ୍ୟକ୍ଷ ଭୂପିନ୍ଦର ସିଂହ ସୂଚନା ଦେଇଛନ୍ତି । କମିଟି ଅଧ୍ୟକ୍ଷ କହିଛନ୍ତି, "ଆଗରୁ ଛାତ୍ରଛାତ୍ରୀ ନିଶା ଗ୍ରହଣ କରୁନଥିବା ଅଣ୍ଡରଟେକିଂ ଦାଖଲ କରୁଥିଲେ । ଏବେ କିନ୍ତୁ ଶିକ୍ଷକ ଓ ଅଧ୍ୟାପକଙ୍କୁ ବି ଦାଖଲ କରିବାକୁ ପଡ଼ିବ । ରାଜ୍ୟର ସବୁ ଯୁକ୍ତ ଦୁଇ, ଯୁକ୍ତ ତିନି, ବୈଷୟିକ ଓ ବିଶ୍ବବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଅଣ୍ଡରଟେକିଂ ଦାଖଲ କରିବା ପାଇଁ ସୁପାରିଶ କରାଯାଇଛି ।"

ଏହା ବି ପଢନ୍ତୁ- ଯୁବପିଢିଙ୍କୁ ନିଶାଠୁ ଦୂରେଇବାକୁ ପ୍ରୟାସ, ଅନଲାଇନରେ ଡ୍ରଗ୍ସ ଡେଲିଭେରି ଚିନ୍ତାଜନକ କହିଲେ ସିପି

ସେ ଆହୁରି ମଧ୍ୟ କହିଛନ୍ତି, "ସମସ୍ତ ଶିକ୍ଷାନୁଷ୍ଠାନ ନିଶା ମୁକ୍ତ ରହିବା ଦରକାର । ଶିକ୍ଷାନୁଷ୍ଠାନକୁ କେହି ନିଶା ସେବନ କରି ଆସିବା କଥା ନୁହେଁ । ଶିକ୍ଷାନୁଷ୍ଠାନକୁ କୌଣସି ପ୍ରକାର ମାଦକ ଦ୍ରବ୍ୟ ନେବେ ନାହିଁ ବୋଲି ପିଲାମାନେ ସ୍କୁଲ, କଲେଜ ଗଲେ ଅଣ୍ଡରଟେକିଂ ଲେଖିବା ନିଷ୍ପତିକୁ ଅଭିବାବକମାନେ ସ୍ବାଗତ କରିଛନ୍ତି । ଏହା ସରକାରଙ୍କର ମହତ ଉଦ୍ଦେଶ୍ୟ । ଯଦି ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ମାନେ ନେତୃତ୍ବ ନେଇ ଛାତ୍ରଛାତ୍ରୀମାନଙ୍କ ପାଇଁ ରୋଲ ମଡେଲ ହେବାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟର ସବୁ ଯୁକ୍ତ ଦୁଇ, ଯୁକ୍ତ ତିନି, ବୈଷୟିକ ଓ ବିଶ୍ବବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଅଣ୍ଡରଟେକିଂ ଦାଖଲ କରିବେ ।"

ଅଧ୍ୟାପକ ଗୋଲକ ନାୟକ କହିଛନ୍ତି, "ଶିକ୍ଷା ସମ୍ପର୍କିତ ଷ୍ଟାଣ୍ଡିଂ କମିଟି କରିଥିବା ସୁପାରିଶ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । କଲେଜ କ୍ୟାମ୍ପସ ଡ୍ରଗ୍ସ ମୁକ୍ତ ହେବ ବୋଲି ପୂର୍ବରୁ ଥିଲା । ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ଥିଲା । ଅଧ୍ୟାପକମାନେ ମଧ୍ୟ ନିଶା ମୁକ୍ତ ଅଣ୍ଡରଟେକିଂ ଦାଖଲ କରିବେ । ଏହାକୁ ଅଧ୍ୟାପକ ସଂଗଠନ, ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ତରଫରୁ ସ୍ବାଗତ କରୁଛୁ । ଏହା ଆଗରୁ ହେବାର ଆବଶ୍ୟକତା ଥିଲା । ଯଦି ଅଧ୍ୟାପକ ଏବଂ ଅଧ୍ୟାପିକା ମାର୍ଜିତ ହେବେ, ତାହା ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଇବ । ତେଣୁ ଆମେ ମାର୍ଜିତ ହେବୁ । ଆମ ପିଲାଙ୍କୁ ମଧ୍ୟ ମାର୍ଜିତ କରିବୁ । ଏହି ପ୍ରତିଶ୍ରୁତି ଆମେ ରାଜ୍ୟ ସରକାରଙ୍କ ପାଖରେ ରଖୁଛୁ । ସମସ୍ତେ ଖୁସି ପ୍ରକଟ ମଧ୍ୟ କରୁଛୁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 9, 2024, 9:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.