ETV Bharat / state

ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ୧୧ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି - କେନ୍ଦୁଝରରେ ଗୋଟିଏ ପରିବାରର ୧୧ ଅସୁସ୍ଥ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅମୃତପୁର ଗାଁରେ ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ଗୋଟିଏ ପରିବାରର ୧୧ ଅସୁସ୍ଥ । ସମସ୍ତେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ

ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ୧୧ ଗୁରୁତର,
ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ୧୧ ଗୁରୁତର,
author img

By ETV Bharat Odisha Team

Published : Sep 21, 2023, 11:43 AM IST

ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ୧୧ ଗୁରୁତର,

କେନ୍ଦୁଝର : ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ଗୋଟିଏ ପରିବାରର ୧୧ ଅସୁସ୍ଥ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅମୃତପୁର ଗାଁରେ । ତେବେ ସେମାନଙ୍କ ମଧ୍ୟରେ ୬ଜଣ ଶିଶୁ ଓ ୫ ଜଣ ବୟସ୍କ ରହିଥିବା ବେଳେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ମୁତାବକ, ଜିଲ୍ଲାର ହାଟଡିହି ବ୍ଲକ ଅମୃତପୁର ଗାଁର ଗୋଟିଏ ପରିବାରର ୧୧ ଜଣ ଲୋକ ଗତକାଲି ମଧ୍ୟାହ୍ନରେ ଏକ ଭୋଜି କରିଥିଲେ । ଏଥିରେ ଭାତ ସହ ମାଂସ ତରକାରୀ ରାନ୍ଧି ଖାଇବା ପରେ ହଠାତ୍ ସେମାନଙ୍କୁ ବାନ୍ତି ହୋଇଥିଲା । ଏଥି ସହିତ ସେମାନଙ୍କ ମୁଣ୍ଡ ବୁଲାଇବା ସହ, କିଛି ଲୋକଙ୍କୁ ଝାଡ଼ା ମଧ୍ୟ ହୋଇଥିଲା । ଏହାପରେ ସେମାନଙ୍କୁ ଘର ଲୋକେ ଶାଳନିଆଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ନଥିବାରୁ ସେଠାରୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ତେବେ ଆଜି ସକାଳୁ ଡାକ୍ତର ଚିକିତ୍ସା କରିବା ପରେ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ପ୍ରକାଶ ଥାଉକି, ଗତକାଲି ଗାଜିଆବାଦର ଏକ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ କ୍ଷୀର ପିଇଥିଲେ । ଏହା ପରେ ପିଲାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥିଲା । ଏକାକାଳୀନ ଏକାଧିକ ଛାତ୍ରଛାତ୍ରୀଙ୍କର ପେଟରେ ଯନ୍ତ୍ରଣା ହେବା ସହ ମୁଣ୍ଡବିନ୍ଧା ଏବଂ ବାନ୍ତି ହୋଇଥିଲା । ଏ ସମ୍ପର୍କରେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଆମ୍ବୁଲାନ୍ସ ମାଧ୍ୟମରେ ପିଲାମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେମାନଙ୍କର ଚିକିତ୍ସା ଜାରି ରହିଛି ।

ପ୍ରକାଶ ଥାଉକି, ଗତକାଲି ବାଲେଶ୍ବର ବାହନଗା ବ୍ଲକ ପଣପଣା ପଞ୍ଚାୟତରେ ସରସତିଆ ଗ୍ରାମରେ ସାମୂହିକ ପ୍ରସାଦ ସେବନ କରିବା ପରେ 30ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇଥିଲେ । ଗ୍ରାମର 15 ନମ୍ବର ୱାର୍ଡ୍‌ ଜେନାସାହିରେ ଗଣେଶ ପୂଜା ବେଶ ଧୁମଧାମରେ ଅନୁଷ୍ଠିତ ହୋଇଥିଲା । ଗଣେଶ ପୂଜା ସରିବା ପରେ ସାମୂହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଗ୍ରାମବାସୀ ପ୍ରସାଦ ଖାଇ ଘରକୁ ଫେରିଥିଲେ । ଆଉ ତା'ପରେ ହଠାତ 30ରୁ ଊର୍ଦ୍ଧ୍ବ ଲୋକେ ଅସୁସ୍ଥ ହୋଇପଡିଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ଗଣେଶ ପୂଜା ପ୍ରସାଦ ଖାଇ 30ରୁ ଊର୍ଦ୍ଧ୍ଵ ଅସୁସ୍ଥ

ସେହିପରି ଗତକାଲି ଗାଜିଆବାଦର ଏକ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ କ୍ଷୀର ପିଇଥିଲେ । ଏହା ପରେ ପିଲାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥିଲା । ଏକାକାଳୀନ ଏକାଧିକ ଛାତ୍ରଛାତ୍ରୀଙ୍କର ପେଟରେ ଯନ୍ତ୍ରଣା ହେବା ସହ ମୁଣ୍ଡବିନ୍ଧା ଏବଂ ବାନ୍ତି ହୋଇଥିଲା । ଏ ସମ୍ପର୍କରେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପିଲାମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଜାରି ରହିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.