ETV Bharat / state

ପ୍ରଚଣ୍ଡ ତାତିରେ ଡହଳବିକଳ ରାଜ୍ୟ, ଅଂଶୁଘାତରେ ଜଣେ ମୃତ - ଅଂଶୁଘାତ

ରାଜ୍ୟରେ ବଢୁଥିବା ଗ୍ରୀଷ୍ମ ପ୍ରବାହରେ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଛାତ ଉପରେ କାମ କରୁଥିବା ସମୟରେ ହଠାତ୍‌ ଟଳି ପଡିଥିଲେ ଧରଣୀଧର ସାହୁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : May 17, 2019, 7:30 PM IST

ଆନନ୍ଦପୁର: ରାଜ୍ୟରେ ବଢୁଥିବା ଗ୍ରୀଷ୍ମ ପ୍ରବାହରେ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଛାତ ଉପରେ କାମ କରୁଥିବା ସମୟରେ ହଠାତ୍‌ ଟଳି ପଡିଥିଲେ ଧରଣୀଧର ସାହୁ । ତାଙ୍କୁ ଅଚେତ ଅବସ୍ଥାରେ ଦେଖି ତାଙ୍କ ପତ୍ନୀ ଓ ସ୍ଥାନୀୟ ଗ୍ରାମବାସୀ ନିକଟସ୍ଥ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ସୂଚନା ଅନୁଯାୟୀ ମୃତ ଧରଣୀଧର ସାହୁ ହେଉଛନ୍ତି ଘଷିପୁରା ଥାନା ବେଲବାହାଳୀ ଗ୍ରାମର ବାସିନ୍ଦା । ତେବେ ତାଙ୍କ ପରିବାର ଅତି ଗରିବ ହୋଇଥିବାରୁ ଧରଣୀଙ୍କ ମୃତ୍ୟୁ ପରେ ଦୁଇ ଛୋଟ ପୁଅ ଝିଅଙ୍କ ଲାଳନ ପାଳନ ଅତି କଷ୍ଟକର । ତେଣୁ ସରକାରୀସ୍ତରରେ ତାଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ସମ୍ପର୍କୀୟ ଓ ଗ୍ରାମବାସୀମାନେ ଦାବି କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.