ଆନନ୍ଦପୁର: ଜମୁଛି ବେଲବାହାଳି କାଳିପୂଜା। ଦୀପାବଳୀଠାରୁ ଆରମ୍ଭ ହୋଇ 10ଦିନ ଧରି ଚାଲିବ ଏହି ମେଳା । ମା'ଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁ ଏହି ମେଳାର ମଜା ଉଠାଇଥାନ୍ତି । କେବଳ ଜିଲ୍ଲା ନୁହେଁ, ଜିଲ୍ଲା ବାହାରୁ ମଧ୍ୟ ପର୍ଯ୍ୟଟକ ଆସିଥାନ୍ତି କାଳୀପୂଜା ଦେଖିବାକୁ । ଚଳିତବର୍ଷ 50ବର୍ଷ ପୂର୍ତ୍ତୀ ହୋଇଥିବାରୁ ଧୂମଧାମରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛନ୍ତି ପୂଜାକମିଟି।
ଦୀର୍ଘ 50 ବର୍ଷ ଧରି ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଆସୁଛି ଏହି ମେଳା । ମା'ଙ୍କ ସ୍ବପ୍ନାଦେଶ ପରେ ଏଠାରେ ଗ୍ରାମବାସୀ ଏହି ପୂଜା ପ୍ରତିବର୍ଷ କରିଆସୁଛନ୍ତିI ସଞ୍ଜ ନଇଁଲେ ମେଳାରେ ପର୍ଯ୍ୟଟକଙ୍କ ଭିଡ ଜମୁଛି। ବିଭିନ୍ନ ଘରକରଣା ସାମଗ୍ରୀ, ବାସନ କୁସନ ଆଦି ଦୋକାନରେ ମହିଳାଙ୍କ ଭିଡ ଜମୁଛି। ଚାର୍ଟ, ଗୁପଚୁପ୍, ମିଠା ଖାଇ ଲୋକେ ମେଳା ବୁଲିଥାନ୍ତି। ବର୍ଷକେ ଥରେ ଏହି ମେଳାକୁ ଅପେକ୍ଷା କରିଥାନ୍ତି ଲୋକେ। ମେଳାର ଶେଷ ପର୍ଯ୍ୟାୟରେ ଦର୍ଶକଙ୍କ ଭିଡ ବଢିବାରେ ଲାଗିଛି।
ଆନନ୍ଦପୁରରୁ ସ୍ମୃତି ବିହାରୀ, ଇଟିଭି ଭାରତ