ETV Bharat / state

ଜ୍ୟାକ ଓ ଷ୍ଟିଲ ବିମ ଯୋଗେ ବଢୁଛି ଘରର ଉଚ୍ଚତା - keonjhar house height increasing

ବର୍ଷା ଦାଉରୁ ଘରକୁ ସୁରକ୍ଷା ଦେବା ପାଇଁ କେନ୍ଦୁଝର ଜିଲ୍ଲାର ମହେଶ୍ବର ନାଏକଙ୍କ ଅଭିନବ ପ୍ରୟାସ । ଜ୍ୟାକ ଓ ଷ୍ଟିଲ ବିମ ଯୋଗେ ଆରମ୍ଭ କରିଛନ୍ତି ଘରକୁ ଉଚ୍ଚ କରିବାର କାମ । ଅଧିକ ପଢନ୍ତୁ..

ଜ୍ୟାକ ଓ ଷ୍ଟିଲ ବିମ ଯୋଗେ ବଢୁଛି ଘରର ଉଚ୍ଚତା
ଜ୍ୟାକ ଓ ଷ୍ଟିଲ ବିମ ଯୋଗେ ବଢୁଛି ଘରର ଉଚ୍ଚତା
author img

By

Published : Jan 21, 2021, 10:18 PM IST

କେନ୍ଦୁଝର: ମନୁଷ୍ୟ ନିଜ ବୁଦ୍ଧି ବଳରେ ବହୁ ଅସାଧ୍ୟ କାର୍ଯ୍ୟ ସୁରୁଖୁରୁରେ କରିପାରେ । କେତେବଳେ ସ୍ୱଳ୍ପ ସମୟରେ ସୁଉଚ୍ଚ ଅଟ୍ଟାଳିକା ଛିଡ଼ା କରିପାରେ ତ କେତେବେଳେ ଏହାକୁ ସ୍ଥାନାନ୍ତର ମଧ୍ୟ କରିପାରେ । ସୁଉଚ୍ଚ ଅଟାଳିକାକୁ ସ୍ଥାନାନ୍ତର କରିବା ଘଟଣା ନୂଆ ନହେଲେ ବି କେନ୍ଦୁଝର ଜିଲ୍ଲାର ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲିଟିଛି । ଏଭିଳି ନୂତନ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କେନ୍ଦୁଝର ସହରର ସ୍ପଞ୍ଜ କଲୋନୀରେ ।

ଜ୍ୟାକ ଓ ଷ୍ଟିଲ ବିମ ଯୋଗେ ବଢୁଛି ଘରର ଉଚ୍ଚତା

କେନ୍ଦୁଝର ସହରର ଚର୍ଚ୍ଚିତ ସ୍ଥାନ ଭାବରେ ସ୍ପଞ୍ଜ କଲୋନୀ ବେଶ ଜଣାଶୁଣା । ଏହି କଲୋନୀଟି ସହରର ବିତ୍ତଶାଳୀ ଲୋକଙ୍କ ବାସସ୍ଥଳୀ ହୋଇଥିବା ବେଳେ ବର୍ଷା ଦିନରେ ଅଣ୍ଟା ଲେଖାଏଁ ପାଣି ପାଇଁ ପରିଚିତ । ବର୍ଷା ହେଲେ ଉକ୍ତ କଲୋନୀରେ ପାଣି ପଶି ତଳ ଘରର ସମସ୍ତ ଆସବାଵପତ୍ର ନଷ୍ଟ ହୋଇଯାଇଥାଏ । ଫଳରେ ବର୍ଷା ଚାରି ମାସ ଉକ୍ତ କଲୋନୀବାସୀଙ୍କ ପାଇଁ ଦୁର୍ବିସହ ହୋଇପଡେ । ଏହି ଅସୁବିଧାକୁ ଅଙ୍ଗେ ନିଭେଇଛନ୍ତି ଏହି କଲୋନୀରେ ବାସ କରୁଥିବା ମହେଶ୍ବର ନାଏକ । ମହେଶ୍ୱର ଏହି ଅସୁବିଧା ପାଇଁ ଉକ୍ତ ଘର ବଦଳେଇବାକୁ ଚିନ୍ତା କରିଥିଲେ । ସହରର ମଧ୍ୟରେ ନୂତନ ଗୃହ ନିର୍ମାଣରେ ଅଧିକ ଖର୍ଚ୍ଚକୁ ନେଇ ଚିନ୍ତାରେ ଥିଲେ ମହେଶ୍ୱର । କିନ୍ତୁ ନିଜ ପୁଅର ଉପସ୍ଥିତ ବୁଦ୍ଧି ଯୋଗୁଁ ସାମାଜିକ ଗଣମାଧ୍ୟମ ୟୁଟ୍ୟୁବରୁ ଘରକୁ ନ ଭାଙ୍ଗି ଉଚ୍ଚତା ବଢାଇବା ଯୋଜନା ପାଇଲେ । ଏହାପରେ ଏହି କାର୍ଯ୍ୟ କରୁଥିବା ସଂସ୍ଥା ସହ କଥା ହୋଇ ଆରମ୍ଭ କଲେ ଘରକୁ ଉଚ୍ଚା କରିବା । ପ୍ରାୟ ୧୮୦ଟି ଜ୍ୟାକ ଓ ଷ୍ଟିଲ ବିମ ଯୋଗେ ଆରମ୍ଭ ହୋଇଛି ଘରକୁ ଉଚ୍ଚ କରିବାର କାମ । ୧୨ ଜଣ ମିସ୍ତ୍ରୀ ଘରକୁ ପ୍ରାୟ ୨ ଫୁଟ ଉଚ୍ଚ କରିସାରିଥିବା ବେଳେ ୪ ଫୁଟ ଉଚ୍ଚ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ମହେଶ୍ବରଙ୍କ ଘର ବହୁ ପୁରାତନ ହୋଇଥିବା ବେଳେ ଏଥିରେ ସିମେଣ୍ଟ ବିମ ଲାଗି ନଥିଲା । ଏହା ସତ୍ତ୍ବେ ମଧ୍ୟ ଏହି ନୂତନ ଜ୍ଞାନ କୌଶଳ ପାଇଁ ଘରର କିଛି କ୍ଷତି ହୋଇନାହିଁ । କେନ୍ଦୁଝର ଜିଲ୍ଲାରେ ଏଭଳି ଜ୍ଞାନ କୌଶଳରେ ଘରକୁ ଉଚ୍ଚତର କରିବା ପ୍ରଥମ ହୋଇଥିବାବେଳେ ଏହାକୁ ଦେଖିବାକୁ ଅନ୍ୟ ଲୋକଙ୍କ ସୁଅ ଛୁଟୁଛି । କମ ଖର୍ଚ୍ଚରେ ନିଜର ପୁରଣା ଘରକୁ ବଞ୍ଚାଇ ପାଣି ଦାଉରୁ ରକ୍ଷା କରିବାକୁ ବେଶ ଖୁସି ଅଛନ୍ତି ମହେଶ୍ୱରଙ୍କ ପରିବାର । ତଳ ଘରର କାର୍ଯ୍ୟ ଚାଲୁ ଥିବାବେଳେ ଉପର ଘରେ ଥିବା ଭଡାଟିଆ ଲୋକ କିଛି ଅସୁବିଧା ଭୋଗୁ ନଥିବା ପ୍ରକାଶ କରିଛନ୍ତି । ଏଭଳି ଘର ଚାରି ଶହରୁ ଉର୍ଦ୍ଧ୍ବ ବନାଇ ସାରିଥିବା ଠିକାଦାର ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.