କେନ୍ଦୁଝର: ବସ ଓଲଟି 15 ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ଥାନା ଅନ୍ତର୍ଗତ କଣ୍ଡରା ଛକଠାରେ । ଏହି ଘଟଣା ପରେ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ବୁଧବାର ରଥଯାତ୍ରା ନାମକ ବସ୍ ବଲାଣିରୁ କରଞ୍ଜିଆ ଅଭିମୁଖେ ଯାଉଥିଲା । ଏହି ସମୟରେ କଣ୍ଡରା ନିକଟରେ ଥିବା ନୂତନ ନିର୍ମିତ ରାସ୍ତା କଡରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଯାହାଫଳରେ 15ଜଣ ଯାତ୍ରୀ ଆହତ ହୋଇଥିଲେ । ତେବେ ଆହତ ଯାତ୍ରୀଙ୍କୁ ନିକଟସ୍ଥ ବାସୁଦେବପୁର ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବସ ଡ୍ରାଇଭର ମଦ୍ୟପାନ କରି ବସ ଚଳାଉଥିବା କାରଣରୁ ଏଭଳି ର୍ଦୁଘଟଣା ଘଟିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ