ETV Bharat / state

କର୍ମଜୀବୀ ମହିଳାଙ୍କୁ ନ୍ୟାୟ ଦାବିରେ ଗର୍ଜିଲା ବିଜେପି ମହିଳା ମୋର୍ଚ୍ଚା

author img

By

Published : Nov 5, 2019, 9:56 PM IST

ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟାକାଣ୍ଡ ଓ କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ଯୌନ ନିର୍ଯାତନାର ଶିକାର ହୋଇଥିବା ଯୁବତୀକୁ ନ୍ୟାୟ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ଗର୍ଜନ । ଅଧିକ ଖବର ପଢନ୍ତୁ...

କର୍ମଜୀବି ମହିଳାଙ୍କୁ ନ୍ୟାୟ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

କେନ୍ଦ୍ରାପଡା: ପିଇଓ ସ୍ମିତାରାଣୀ ବିଶ୍ବାଳ ହତ୍ୟାକାଣ୍ଡ ଓ କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ଯୌନ ନିର୍ଯାତନାର ଶିକାର ହୋଇଥିବା ଯୁବତୀକୁ ନ୍ୟାୟ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ଗର୍ଜନ ।

କର୍ମଜୀବି ମହିଳାଙ୍କୁ ନ୍ୟାୟ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ମୋର୍ଚ୍ଚାର ଶତାଧିକ ମହିଳା ସଭାନେତ୍ରୀ କାନନବାଳା ଦାସଙ୍କ ନେତୃତ୍ବରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ରାଜ୍ୟ ସରକାର ବିରୋଧୀ ନାରବାଜି କରିବା ସହ ଯାଜପୁର ଏସପି ଚରଣ ସିଂ ମୀନାଙ୍କୁ ତୁରନ୍ତ ବହିଷ୍କାର ଦାବି କରିଛି ।

ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ଏକ ଟିମ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ରାଜ୍ୟ ସଭାନେତ୍ରୀଙ୍କ ସମେତ ବିଜେପି ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ପୀଡିତାଙ୍କ ଗ୍ରାମକୁ ଯାଇ ତାଙ୍କୁ ଭେଟିଥିଲେ।

ତେବେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବା ଓ ବିଳମ୍ବିତ ନ୍ୟାୟ ଦେବା ରାଜ୍ୟ ସରକାରଙ୍କ ପାରିବାପଣିଆ ଓ "ମୋ ସରକାର"ଯୋଜନାରେ କଳଙ୍କର ଛିଟା ଲଗାଇଛି ବୋଲି କହିଛନ୍ତି ସଭାନେତ୍ରୀ ପ୍ରଭାତୀ ।

ଏଥିସହ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରାଯାଇ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଛନ୍ତି।

କେନ୍ଦ୍ରାପଡାରୁ ରଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:05.11.2019
Radhakanta Mohanty, Kendrapada
Slug-od_kpr_01_pramod issue_script_7204459
Anchor-ଯାଜପୁର ଜିଲ୍ଲାର ପିଇଓ ସ୍ମିତାରାଣୀ ବିଶ୍ୱାଳ ହତ୍ୟାକାଣ୍ଡ ଓ କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ମନ୍ଦ ଉଦ୍ଦେଶ୍ୟର ଶିକାର ହୋଇଥିବା ଯୁବତୀକୁ ନ୍ୟାୟ ମିଳିବା ଦାବିରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ଶତାଧିକ ମହିଳା।ମଧ୍ୟାହ୍ନରେ ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ କାନନବାଳା ଦାସଙ୍କ ନେତୃତ୍ୱରେ ମହିଳା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରବାଜି କରିବା ସହ ଯାଜପୁର ଏସ୍ପି ଚରଣ ସିଂ ମୀନାଙ୍କୁ ତୁରନ୍ତ ବହିଷ୍କାର କରିବା ଦାବି କରିବା ସହ କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି ଯୁବତୀ ଅସଦାଚରଣ ମାମଲାର ମୁଖ୍ୟ କାର୍ପଟଦାର କମଳାକାନ୍ତ ସୁଆରକୁ ଗିରଫ କରିବା ପାଇଁ ଦାବି କରିଥିଲେ।ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ଏକ ଟିମ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ।ଏହାପରେ ରାଜ୍ୟ ସଭାନେତ୍ରୀଙ୍କ ସମେତ ବିଜେପି ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ପିଡିତାଙ୍କ ଗ୍ରାମକୁ ଯାଇ ତାଙ୍କୁ ଭେଟିବା ସହ ପିଡିତାଙ୍କ ଠାରୁ ସମ୍ପୂର୍ଣ୍ଣ ତଥ୍ୟ ବୁଝି ଏହି ଘଟଣାରେ କମଳାକାନ୍ତ ସୁଆର ବିଜେଡି ନେତା ମାନଙ୍କୁ ଝିଅ ଯୋଗାଉଥିବା ସନ୍ଦେହ କରିଥିଲେ।ତେବେ ଦୀର୍ଘ 6 ମାସ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ ବୋଲି କହିବା ସହ ରାଜ୍ୟ ସରକାରଙ୍କ "ମୋ ସରକାର"ଯୋଜନାରେ କଳଙ୍କର ଛିଟା ଲାଗିଛି ବୋଲି କହିଛନ୍ତି ପ୍ରଭାତୀ।ଏଥିସହ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରାଯାଇ କମଳାକାନ୍ତ ସୁଆରଙ୍କ ବିରୋଧରେ LIC ର ଉପରିସ୍ଥ ଅଧିକାରୀ ମାନଙ୍କୁ ଭେଟିବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଛନ୍ତି।
Byt-କାନନବାଳା ଦାସ(ନଗର ସଭାନେତ୍ରୀ)
Byt-ପ୍ରଭାତୀ ପରିଡା(ରାଜ୍ୟ ସଭାନେତ୍ରୀ)Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.