ETV Bharat / state

ତହସିଲଦାରଙ୍କୁ ଆକ୍ରମଣ ଘଟଣା: ଦୁଇ ଚାଷୀଙ୍କୁ ଖଲାସ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ - କେନ୍ଦ୍ରାପଡ଼଼ାରେ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ଜେଲ ଯାଇଥିବା ଦୁଇଜଣ ଚାଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ଦାବିରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି ନବ ନିର୍ମାଣ କୃଷକ ସଂଗଠନ । ତାସହ ଚାଷୀଙ୍କୁ ପ୍ରଥମେ ଆକ୍ରମଣ କରିଥିବା ଅଭିଯୋଗରେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ବହିଷ୍କାର ଦାବି ହୋଇଛି । ଅଧିକ ପଢ଼ନ୍ତୁ

ତହସିଲଦାରଙ୍କୁ ଆକ୍ରମଣ ଘଟଣା: ଦୁଇ ଚାଷୀଙ୍କୁ ଖଲାସ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ

author img

By

Published : Apr 5, 2022, 5:48 PM IST

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ଜେଲ ଯାଇଥିବା ଦୁଇଜଣ ଚାଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ଦାବିରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି ନବ ନିର୍ମାଣ କୃଷକ ସଂଗଠନ । ତାସହ ଚାଷୀଙ୍କୁ ପ୍ରଥମେ ଆକ୍ରମଣ କରିଥିବା ଅଭିଯୋଗରେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ବହିଷ୍କାର ଦାବି ହୋଇଛି । ଏହାକୁ ନେଇ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ ।

ତହସିଲଦାରଙ୍କୁ ଆକ୍ରମଣ ଘଟଣା: ଦୁଇ ଚାଷୀଙ୍କୁ ଖଲାସ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ

ଚାଷୀଙ୍କୁ କ୍ଷତିପୂରଣ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ମଧ୍ୟ ନବ ନିର୍ମାଣ କୃଷକ ସଂଗଠନ । ଗତ ଅପ୍ରେଲ ୨ ତାରିଖ ଦିନ ଅପରାହ୍ଣରେ ଦୁଇଜଣ ଚାଷୀ ବେଆଇନ ଇଟାଭାଟି ଯୋଗୁଁ ସେମାନଙ୍କ ଚାଷ ଜମି କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ସହ ଆଲୋଚନା କରୁଥିବାବେଳେ ଅଚାନକ ଉତକ୍ଷିପ୍ତ ହୋଇ ସରକାରୀ ବାବୁ । ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ ସେଠୀ ନବନିର୍ମାଣ କୃଷକ ସଙ୍ଗଠନର ଜିଲ୍ଲା ସହ ସଂଯୋଜକ ତଥା ଚାଷୀ ଦୋଳଗୋବିନ୍ଦ ସାହୁଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ ଓ ସାଥିରେ ଥିବା ଅନ୍ୟଜଣେ ଚାଷୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ଅଭିଯୋଗ କରିଛି ।

ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗରେ ଦୁଇ ଚାଷୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ଭିଡିଓ ଆଧାରରେ ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ଦାବି ହୋଇଛି । ତହସିଲଦାର ତହସିଲ କାର୍ଯ୍ୟାଳୟକୁ ପିସି କାର୍ଯ୍ୟାଳୟରେ ପରିଣତ କରିଥିବା ଅଭିଯୋଗ ହୋଇଛି । ତାଙ୍କୁ ବହିଷ୍କାର କରାଯାଇ ଗିରଫ କରାନଗଲେ ନବନିର୍ମାଣ କୃଷକ ସଙ୍ଗଠନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ଦାବି କରିଛି।ଅନ୍ୟପଟେ ଦାବି ପୂରଣ ନହେଲେ ପ୍ରତ୍ୟକ ଘରେ ଆନ୍ଦୋଳନ ପହଞ୍ଚିବ ବୋଲି ଚେତାବନୀ ଦେଇଛନ୍ତି ସଙ୍ଗଠନ କାର୍ଯ୍ୟକର୍ତ୍ତା।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.