ETV Bharat / state

ଭସାଣି ବେଳେ ଅସହ୍ୟ ହେଲା ଡିଜେ ସାଉଣ୍ଡ: ୧୫ରୁ ଅଧିକ ଅସୁସ୍ଥ, ଥାନାରେ ମାମଲା - କେନ୍ଦ୍ରାପଡା ଭସାଣି ବେଳେ ଅସହ୍ୟ ଡିଜେ ସାଉଣ୍ଡ

ମାନୁନାହାନ୍ତି ନିୟମ । ମାତ୍ରାଧିକ ଡିଜେ ସାଉଣ୍ଡ ଯୋଗୁଁ ୧୫ରୁ ଅଧିକ ଅସୁସ୍ଥ । ଥାନାରେ ପହଞ୍ଚିଲା ମାମଲା ।  । ଅଧିକ ପଢନ୍ତୁ

ଅସହ୍ୟ ହେଉଛି ଡିଜେ ସାଉଣ୍ଡ, ଗୁରୁତର ହୋଇ ମେଡ଼ିକାଲ ଯିବା ପରେ ଅଞ୍ଚଳବାସୀଙ୍କ ପକ୍ଷରୁ ପାଟକୁରା ଥାନାରେ ଏତଲା

author img

By ETV Bharat Odisha Team

Published : Sep 27, 2023, 10:02 PM IST

ଅସହ୍ୟ ହେଉଛି ଡିଜେ ସାଉଣ୍ଡ, ଗୁରୁତର ହୋଇ ମେଡ଼ିକାଲ ଯିବା ପରେ ଅଞ୍ଚଳବାସୀଙ୍କ ପକ୍ଷରୁ ପାଟକୁରା ଥାନାରେ ଏତଲା

କେନ୍ଦ୍ରାପଡା: ଧ୍ବନି ପ୍ରଦୂଷଣକୁ ଚିନ୍ତା ପ୍ରକଟ କରାଯାଉଥିବା ବେଳେ ମାନୁ ନାହାନ୍ତି କିଛି ପୂଜା କମିଟି । ମନଇଚ୍ଛା ମାତ୍ରାଧିକ ସାଉଣ୍ଡରେ ବଜାଉଛନ୍ତି ଡିଜେ । ଯାହାର ପରିମାଣ ଭୋଗୁଛନ୍ତି ଲୋକେ । ଅତ୍ୟଧିକ ଶବ୍ଦ ଯୋଗୁଁ ଜଣେ ୧୫ରୁ ଅଧିକ ଅସୁସ୍ଥ ହେବା ପରେ ଥାନାରେ ପହଞ୍ଚିଛି ମାମଲା । ଏମିତି ଅଭିଯୋଗ ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ ।

ସରିଛି ପୂଜା । ଏବେ ଭସାଣି ବେଳ । ରାତିରେ ମନଇଚ୍ଛା ମାତ୍ରାଧିକ ସାଉଣ୍ଡରେ ଗୀତ ବଜାଇ ଚାଲିଛି ଭସାଣି ଶୋଭାଯାତ୍ରା । ଆଉ ଅଭିଯୋଗ କଲେ ଦେଖାଉଛନ୍ତି ସ୍ଥାନୀୟ ପ୍ରଶାସନଠୁ ମିଳିଥିବା ଅନୁମତି ପତ୍ର । ଏଭଳି ଘଟଣା ଗରଦପୁର ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି । ଡିଜେର ଅତ୍ୟଧିକ ଶଦ୍ଦ ଯୋଗୁଁ ଗରଦପୁର ପଞ୍ଚାୟତ ବ୍ରହ୍ମପୁର, ପୁରୁଷୋତ୍ତମପୂର, ମଳିକସାହି, ଘୋଡ଼ାଶାଳ, ବଜ୍ରବାଣ ପ୍ରମୁଖ ଅଞ୍ଚଳର ୧୫ରୁ ଊର୍ଦ୍ଧ୍ଵ ଶିଶୁ,ବୃଦ୍ଧବୃଦ୍ଧା ଏବଂ ହୃଦରୋଗୀ ଗୁରୁତର ହୋଇପଡ଼ିଥିବା ନେଇ ଅଭିଯୋଗ ହୋଇଛି ।

ଗଣେଶ ଠାକୁର ଭସାଣି ଉତ୍ସବରେ ବାଜୁଥିବା ଡିଜେ ଏମାନଙ୍କ ପାଇଁ କାଳ ସାଜିଛି ଡିଜେ ବଜାଇ ନିଶାସକ୍ତ ଯୁବକ ମାନେ ତାଳେତାଳେ ନାଚୁଥିଲେ । କିନ୍ତୁ ଏହି ଡିଜେ ସାଉଣ୍ଡ ଯୋଗୁଁ ୧୫ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ବିଗାଡି ଦେଇଛି । ଯାହାକୁ ନେଇ ଗତ ମଙ୍ଗଳବାର ପାଟକୁରା ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଥାଉକି, ଡିଜେ ଗୀତର କର୍କଶ ତାଳେ ତାଳେ ଯୁବପିଢ଼ି ଝୁମୁଥିବା ବେଳେ ପୁରୁଷୋତ୍ତମପୁରର ୫୫ ବର୍ଷୀୟ ପ୍ରମୋଦ କୁମାର କର ବେହୋସ ହୋଇ ତଳେ ପଡ଼ି ଯାଇଥିଲେ । ଘରର ସଦସ୍ୟ ତୁରନ୍ତ ପାଟକୁରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡ଼ାକ୍ତର ହିମାଂଶୁ ଭୂଷଣ ଷଡ଼ଙ୍ଗୀ ପ୍ରମୋଦଙ୍କୁ ଚିକିତ୍ସା କରିଥିଲେ ଓ ପ୍ରମୋଦଙ୍କୁ ହୃଦଘାତ ଆସିଥିବା କହିଥିଲେ । ପ୍ରମୋଦଙ୍କୁ ତୁରନ୍ତ ମେଡିସିନ, ଇଞ୍ଜେକ୍ସନ ଦେବା ସହ ଅକ୍ସିଜେନ ଦିଆଯାଇଥିଲା । ପରେ ପ୍ରମୋଦ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ପଠାଯାଇଛି । ସେଠାରେ ସେ ଚିକିତ୍ସିତ ହେଉଛନ୍ତି ।

କେବଳ ପ୍ରମୋଦ ନୁହେଁ ବ୍ରହ୍ମପୁରର ପାର୍ଥସାରଥୀ ରାଉତଙ୍କ ନବଜାତ ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ । ଏହାଛଡା ରମେଶ ସ୍ବାଇଁ, ହେମ ସାହୁ,ଉଷା ରାଉତ, ଗୋପାଳ ଚନ୍ଦ୍ର ସାହୁଙ୍କ ପୁଅ ଡିଜେ ସାଉଣ୍ଡରେ ପ୍ରଭାବିତ ହୋଇ ପ୍ରାଥମିକ ଚିକିତ୍ସା ହୋଇ ଘରେ ଅଛନ୍ତି ।
ଏନେଇ ଏକାଧିକ ଲୋକେ ଥାନାରେ ଲିଖିତ ଅଭିଯୋଗ କରିବା ସହ କ୍ଷତି ହୋଇଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବା ସହ ଆଗାମୀ ଦିନରେ ଡିଜେ ପାଇଁ କୌଣସି ପ୍ରକାରର ଅନୁମତି ନଦେବାକୁ ଦାବି ହୋଇଛି । ଏହାଛଡା ଭସାଣି କରିଥିବା ପୂଜା କମିଟି କର୍ମଚାରୀ ଏବଂ "ରାଜାରାଣୀ, ପରୀ, ଭାଇରସ ଏବଂ ଏଲଏକ୍ସ-୪" ଡିଜେ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...‘ଲୋକକଳା ଉତ୍ସବ ପାଲଟୁଛି କଳା ଓ କଳାକାରଙ୍କୁ ପୁନର୍ଜୀବିତ କରିବାର ମାଧ୍ୟମ’

ବିଶେଷଜ୍ଞ ମତ ଅନୁଯାୟୀ ଅତ୍ୟଧିକ ଡିଜେ ସାଉଣ୍ଡ ସ୍ବାସ୍ଥ୍ୟ ଉପରେ ଗୁରତର ସମସ୍ୟା ସୃଷ୍ଟି କରୁଛି । ଡିଜେ ଯୋଗୁଁ ହୃଦସ୍ପନ୍ଦନ ଅସ୍ବାଭାବିକ ଭାବେ ବଢ଼ିଯାଏ l ରକ୍ତଚାପ ବଢ଼ିପାରେ କିମ୍ବା କମିପାରେ । ଫଳରେ ହାର୍ଟଆଟାକରେ ଜୀବନ ଯିବାର ଯଥେଷ୍ଟ ଆଶଙ୍କ ରହିଛି । ଏହାଛଡ଼ା ଡିଜେ ସାଉଣ୍ଡ ୬୫ରୁ ୭୦ ଡେସିମଲ ଅତିକ୍ରମ କଲେ ଶ୍ରବଣ ଶକ୍ତି ଉପରେ କୁପ୍ରଭାଵ ପକାଇଥାଏ । ଶଦ୍ଦ ପ୍ରଦୂଷଣ ଯୋଗୁ ବ୍ୟକ୍ତିର ମାନସିକତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଡିଜେରୁ ବିରତି ରହିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ତଥାପି କିଛି ଅମାନିଆ ଲୋକେ ମନୋରଞ୍ଜନ ନାଁରେ ଶବ୍ଦ ପ୍ରଦୂଷଣ କରିବାରେ ଲାଗିଛି । ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ ରହିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.