ETV Bharat / state

ଅସୁରକ୍ଷିତ ଭାବେ କାମକରି ଚାଲିଗଲା ଶ୍ରମିକଙ୍କ ଜୀବନ, କେବେ ଚେତିବେ ସରକାର ?

ସରକାରୀ କାମରେ ବେପରୁଆ ମନୋଭାବ ଯୋଗୁଁ ଅକାଳରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ। ମୃତକ ଜଣକ ହେଉଛନ୍ତି ମୟୂରଭଞ୍ଜ ଉଦଳା ଥାନା ଅନ୍ତର୍ଗତ ଚନ୍ଦ୍ରପୁର ଗାଁର ଜିତରେଇ । ଅଧିକ ପଢନ୍ତୁ...

author img

By

Published : Jul 18, 2021, 9:41 AM IST

ଅସୁରକ୍ଷିତ ଭାବେ କାମକରି ଚାଲିଗଲା ଶ୍ରମିକଙ୍କ ଜୀବନ, କେବେ ଚେତିବେ ସରକାର ?
ଅସୁରକ୍ଷିତ ଭାବେ କାମକରି ଚାଲିଗଲା ଶ୍ରମିକଙ୍କ ଜୀବନ, କେବେ ଚେତିବେ ସରକାର ?

କେନ୍ଦ୍ରାପଡ଼ା: ସରକାରୀ କାମରେ ବେପରୁଆ ମନୋଭାବ ଯୋଗୁଁ ଅକାଳରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ । ଜିଲ୍ଲାରେ ନିର୍ମାଣ କରାଯାଉଥିବା ମାତୃ ଓ ଶିଶୁବିଭାଗ ଅଟ୍ଟାଳିକା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସଂକ୍ରମଣ ବିଭାଗ କାର୍ଯ୍ୟରେ ନିୟୋଜିତ ରାଜମିସ୍ତ୍ରୀ ଜିତରେଇ ବେସରା ଗତକାଲି(ଶନିବାର) ଅପରାହ୍ନରେ କାମ କରୁଥିବା ବେଳେ ଛାତ ଉପରୁ ଖସି ମୃତ୍ୟୁବରଣ କରିଛନ୍ତି।

ମୟୂରଭଞ୍ଜ ଉଦଳା ଥାନା ଅନ୍ତର୍ଗତ ଚନ୍ଦ୍ରପୁର ଗାଁର ଜିତରେଇ ଅନ୍ୟ ଦିନ ମଜୁରିଆଙ୍କ ସହ କାମ କରିବା ପାଇଁ କେନ୍ଦ୍ରାପଡା ଆସିଥିଲେ। ତେବେ ସେ କାମ କଲା ବେଳେ ସେଫ୍ଟି ବେଲ୍ଟ କମ୍ବା ହେଲମେଟ ପିନ୍ଧିନଥିବା ତାଙ୍କ ସହଯୋଗୀ କହିଛନ୍ତି । ଏପଟେ ପୂର୍ତ୍ତ ବିଭାଗର ଏହି କାମକୁ ସମ୍ପୂର୍ଣ୍ଣ କରିବା ପାଇଁ ଦାୟିତ୍ୱ ନେଇଥିବା ମୁମ୍ବାଇର ଠିକାସଂସ୍ଥା ଏଠାରେ ମିସ୍ତ୍ରୀ ଓ ଲେବର ଭାବେ କାମ କରୁଥିବା ଲୋକମାନଙ୍କ ସୁରକ୍ଷା ଦିଗରେ ତତ୍ପର ନଥିବା ଓ ସେମାନଙ୍କୁ ସେଫ୍ଟି ବେଲ୍ଟ, ହେଲମେଟ ପ୍ରଦାନ କରିନଥିବା ଅଭିଯୋଗ ହୋଇଛି । ଫଳରେ ଅସୁରକ୍ଷିତ ଭାବେ ଶହଶହ ମଜୁରିଆ ନିଜ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି, ଯାହାର ପରିଣାମ ଜିତରେଇଙ୍କ ମୃତ୍ୟୁରୁ ପ୍ରମାଣିତ ହୋଇଛି।

ଜିତରେଇଙ୍କ ପତ୍ନୀ ପୁର୍ବରୁ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ଚାରୋଟି ଛୋଟଛୋଟ ପିଲା ରହିଥିବା କହିଛନ୍ତି ତାଙ୍କ ସହ କାମ କରୁଥିବା ସହଯୋଗୀ। କୋଟିକୋଟି ଟଙ୍କାର କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେବା ଓ ଏନେଇ ମୂଲ୍ୟବାନ ଜୀବନ ହାନି ହେବା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଶ୍ରମିକମାନଙ୍କ ପ୍ରତି ଭଲପାଇବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଜିତରେଇଙ୍କ ମୃତଦେହକୁ ମେଡିକାଲ ଆଣି ଛାଡି ପଳାଇଯିବା, ଠିକାସଂସ୍ଥା ଓ ଏହାର କର୍ମଚାରୀଙ୍କ କାର୍ଯ୍ୟକାରିତା ଉପରେ ସନ୍ଦେହ ସୃଷ୍ଟି କରିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.