ETV Bharat / state

କୁସୁନୁପୁର ଡକାୟତି ଘଟଣାରେ ୩ ଗିରଫ, ୨ ଫେରାର

author img

By

Published : Oct 13, 2020, 5:27 PM IST

କୁସୁନୁପୁର ଡକାୟତି ଘଟଣାରେ କେନ୍ଦ୍ରାପଡା ସ୍ପେଶାଲ ସ୍କ୍ବାଡ଼ ଏବଂ ମାର୍ଶାଘାଇ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜଣ ଆସାମୀଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି । ଅଧିକ ପଢନ୍ତୁ...

କୁସୁନୁପୁର ଡକାୟତି ଘଟଣାରେ ୩ ଗିରଫ, ୨ ଫେରାର
କୁସୁନୁପୁର ଡକାୟତି ଘଟଣାରେ ୩ ଗିରଫ, ୨ ଫେରାର

କେନ୍ଦ୍ରାପଡା: କୁସୁନୁପୁର ଡକାୟତି ଘଟଣାରେ ୩ ଗିରଫ, 2 ଫେରାର । ସେପ୍ଟେମ୍ବର ୨୦ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କୁସୁନପୁର ଗାଁରେ ଏକ ସିରିଜ୍ ଚୋରି ଏବଂ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ନେଇ କେନ୍ଦ୍ରାପଡା ଏସପି ନୀତିଶେଖର କହିଛନ୍ତି ।

କୁସୁନୁପୁର ଡକାୟତି ଘଟଣାରେ ୩ ଗିରଫ, ୨ ଫେରାର

ସୂଚନା ଅନୁଯାୟୀ ଘଟଣାଦିନ ବିଳମ୍ବିତ ରାତିରେ କୁସୁନପୁର ଗାଁର କାହ୍ନୁଚରଣ ନାୟକ ଏବଂ ଅକ୍ଷୟ କୁମାର ସାହୁଙ୍କ ଘରେ ୫ ଜଣ ଦୃବୃର୍ତ୍ତ କବାଟ ତାଡି ଘରେ ପଶି କାହ୍ନୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହା ସହ ୧୦ଟି ମୋବାଇଲ,୨୦ ହଜାର ଟଙ୍କା ଏବଂ ସୁନା ଗହଣା ଲୁଟି ନେଇଥିଲେ । ଉକ୍ତ ଘଟଣାରେ କେନ୍ଦ୍ରାପଡା ସ୍ପେଶାଲ ସ୍କ୍ବାଡ଼ ଏବଂ ମାର୍ଶାଘାଇ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜଣ ଆସାମୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୬ଟି ସ୍କୃ ଡାଇଭର, ଗୋଟିଏ ଚାପଡ, ଗୋଟିଏ ଭୂଜାଲି, ୭ଟି ମୋବାଇଲ, ୪ ହଜାର ଟଙ୍କା ପୋଲିସ ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ଆଉ ୨ ଜଣ ଅଭିଯୁକ୍ତ ଏବେ ଫେରାର ଥିବା ଏସପି ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.