ETV Bharat / state

କେନ୍ଦ୍ରାପଡାର ମା’ ଛୁଆଳିଆ ଶକ୍ତିପୀଠ, ଯେଉଁଠି ପୂଜା ପାଆନ୍ତି ସାହାଡା ଗଛ... - chhualia sakti pitha

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ଲୋକନାଥପୁରର ମା’ଛୁଆଳିଆ ଶକ୍ତିପୀଠ । ଗୋବରୀ ନଦୀ କୂଳରେ ଅବସ୍ଥିତ ଏହି ପୀଠରେ ସାହାଡା ଗଛ ପ୍ରାୟ 400 ବର୍ଷ ପୂର୍ବରୁ ପୂଜା ପାଇ ଆସୁଛନ୍ତି । ଅଧିକ ପଢନ୍ତୁ...

chhualia sakti pitha
କେନ୍ଦ୍ରାପଡାର ମା’ ଛୁଆଳିଆ ଶକ୍ତିପୀଠ, ଯେଉଁଠି ପୂଜା ପାଆନ୍ତି ସାହାଡା ଗଛ...
author img

By

Published : Jan 2, 2020, 6:14 AM IST

କେନ୍ଦ୍ରାପଡା: ଉପକୂଳ ଜିଲ୍ଲାରେ ପ୍ରକୃତିର ଉପାସନା କରିବା ବିଲୁପ୍ତ ହେବାକୁ ବସିଥିବାବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି କେନ୍ଦ୍ରାପଡାରେ ଅବସ୍ଥିତ ମା’ ସିଦ୍ଧ ଛୁଆଳିଆ ପୀଠରେ । କାହିଁ କେତେ କାଳରୁ ଏଠାରୁ ହୋଇଆସୁଛି ପ୍ରକୃତିର ପୂଜା । କିନ୍ତୁ ପ୍ରଶାସନିକ ଆନ୍ତରିକତା ଅଭାବ ଯୋଗୁଁ ଏହା ପରିଚୟ କିମ୍ବା ଖ୍ୟାତି ପାଉନାହିଁ ।

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନରେ ଥିବା ଲୋକନାଥପୁର ମା’ ଛୁଆଳିଆଙ୍କ ପୀଠରେ ପ୍ରକୃତିର ଉପାସନା ପ୍ରାୟ 400ବର୍ଷ ପୂର୍ବରୁ ଚାଲିଆସୁଛି । ଗୋବରୀ ନଦୀକୂଳରେ ଅବସ୍ଥିତ ଏହି ପୀଠରେ ନା ଅଛି କୌଣସି ମନ୍ଦିର ନା ପୂଜା ପାଉଛନ୍ତି କୌଣସି ମୂର୍ତ୍ତି । ଏଠାରେ ସାହାଡା ଗଛକୁ ମା’ ଛୁଆଳିଆ ଭାବରେ ବିଶ୍ବାସ କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ ।

କେନ୍ଦ୍ରାପଡାର ମା’ ଛୁଆଳିଆ ଶକ୍ତିପୀଠ, ଯେଉଁଠି ପୂଜା ପାଆନ୍ତି ସାହାଡା ଗଛ...

ବିଶ୍ବାସ ରହିଛି ମା’ଙ୍କ ନିକଟରେ ଯିଏ ଆଶୀର୍ବାଦ ନେଇ ମାନସିକ କରିଥାଏ ତାହାର ମନୋକାମନା ମା’ ନିଶ୍ଚେ ପୂରଣ କରିଥାନ୍ତି । ମାନସିକ ପୂରଣ ହେବାମାନେ ଭକ୍ତ ବା ଶ୍ରଦ୍ଧାଳୁ ମାନେ ଏହି ସାହାଡା ବୃକ୍ଷକୁ ଶଙ୍ଖା, ସିନ୍ଦୁର, କଳାଶାଢୀ, ମଥାଘଶା ଏବଂ ମାଟିର ଘୋଡା ଦେଇଥାନ୍ତି । ଏମିତିକି ମା’ଙ୍କୁ ସୁନା ଅଳଙ୍କାର ମଧ୍ୟ ଭକ୍ତମାନେ ଅର୍ପଣ କରିଥାନ୍ତି । କଦଳୀ, ନଡିଆ, ଛେନା ଆଦି ମିଶ୍ରିତ ପଣାଭୋଗ ମା’ଙ୍କ ନିକଟରେ ଲାଗି କରାଯାଉଥିବାବେଳେ ମାଛ ଘାଣ୍ଟିଆ ମା’ଙ୍କର ପ୍ରିୟ ଭୋଗ ବୋଲି ବିଶ୍ବାସ ରହିଛି ।

ସବୁଠାରୁ ବଡକଥା ହେଉଛି ଏଠାରେ ମା’ଙ୍କୁ ମାଳି ସମ୍ପ୍ରଦାୟର ଲୋକମାନେ ହିଁ ପୂଜା କରିଥାନ୍ତି । ପ୍ରାକୃତିକ ମନୋରମ ସୌନ୍ଦର୍ଯ୍ୟ ସାଙ୍ଗକୁ ଗୋବରୀ ନଦୀର କୁଳୁକୁଳୁ ନାଦ, ଶାନ୍ତ ଓ ସ୍ନିଗ୍ଧ ପରିବେଶ ତଥା ପ୍ରକୃତିର ଉପାସନା ଓ ଆମିଷ ଭୋଗ ହେଉଥିବାରୁ ଏହି ପୀଠରେ ଭକ୍ତଙ୍କ ଭିଡ ଜମିଥାଏ । କେବଳ ଭକ୍ତ ନୁହଁନ୍ତି ପର୍ଯ୍ୟଟକ ମାନେ ମଧ୍ୟ ଏଠାକୁ ଆସୁଥିବାବେଳେ ଭିତ୍ତିଭୂମିର ଅଭାବ ଦାଉ ସାଜୁଛି । ବର୍ଷର ଅନ୍ୟ ସମୟରେ ସ୍ଥାନୀୟ ଲୋକମାନେ ଭୋଜି କରିବାକୁ ଆସି ଯେନତେନ ପ୍ରକାରେ ଭୋଜି କରୁଥିବାବେଳେ ପିକନିକ ଋତୁରେ ଏଠାକାର ସମସ୍ୟା କହିଲେ ନସରେ ।

ଏଠାରେ ଗୋଟିଏ ମାତ୍ର ନଳକୂପ ଥିବାରୁ ପର୍ଯ୍ୟଟକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଶୌଚାଳୟ ଓ ରାସ୍ତାଘାଟ ସମସ୍ୟା ରହିଥିବାରୁ ଏହା ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛି । ସେହିପରି ଏଠାରେ ଭୋଗମଣ୍ଡପ, ରୋଷଘର ଓ କଲ୍ୟାଣ ମଣ୍ଡପ କରିବାକୁ ଦାବି ହେଉଛି । ସେପଟେ ଉପଜିଲ୍ଲାପାଳ ଏହାପ୍ରତି ଧ୍ୟାନ ଦେବା ସହ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ପ୍ରୟାସ କରାଯିବ ବୋଲି କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:01.01.2020
Radhakanta Mohanty, Kendrapada
Slug-od_kpr_nature praised_script_7204459
Anchor-ଉପକୂଳ ଜିଲ୍ଲାରେ ପ୍ରକୃତିର ଉପାସନା କରିବା ବିଲୁପ୍ତ ହେବାକୁ ବସିଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ ଅବସ୍ଥିତ ମା ସିଦ୍ଧ ଛୁଆଳିଆ ପୀଠରେ।କାହିଁ କେତେ କାଳରୁ ହୋଇଆସୁଛି ପ୍ରକୃତିର ପୂଜା।କିନ୍ତୁ ପ୍ରଶାସନିକ ଆନ୍ତରିକତା ଅଭାବ ଯୋଗୁଁ ଏହା ପରିଚୟ କିମ୍ବା ଖ୍ୟାତି ପାଉନାହିଁ।
Body:VO1-କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନରେ ଥିବା ଲୋକନାଥପୁର ଗ୍ରାମରେ ପ୍ରକୃତିର ଉପାସନା ପ୍ରାୟ ୪୦୦ବର୍ଷ ପୁର୍ବରୁ ଚାଲିଆସୁଛି ମା ଛୁଆଳିଆଙ୍କ ପୀଠରେ।ଗୋବରୀ ନଦୀକୂଳରେ ଅବସ୍ଥିତ ଏହି ପୀଠରେ ନା ଅଛି କୌଣସି ମନ୍ଦିର ନା ପୂଜା ପାଉଛନ୍ତି କୌଣସି ମୂର୍ତ୍ତି।ଏଠାରେ ସାହାଡ଼ା ଗଛକୁ ମା'ଛୁଆଳିଆ ଭାବରେ ବିଶ୍ୱାସ କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ ଯାହାଙ୍କୁ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜା କରାଯାଇଥାଏ।ବିଶ୍ୱାସ ରହିଛି ମା'ଙ୍କ ନିକଟରେ ଯିଏ ଆଶୀର୍ବାଦ ନେଇ ମାନସିକ କରିଥାଏ ତାହାର ମନୋକାମନା ମା' ନିଶ୍ଚେ ପୂରଣ କରିଥାନ୍ତି।ମାନସିକ ପୂରଣ ହେବାମାନେ ଭକ୍ତ ବା ଶ୍ରଦ୍ଧାଳୁ ମାନେ ଏହି ସାହାଡ଼ା ବୃକ୍ଷକୁ ଶଙ୍ଖା,ସିନ୍ଦୁର,କଳାଶାଢ଼ୀ, ମଥାଘଶା ଏବଂ ମାଟିର ଘୋଡା ଦେଇଥାନ୍ତି ଏମିତିକି ମା'ଙ୍କୁ ସୁନା ଅଳଙ୍କାର ମଧ୍ୟ ଭକ୍ତମାନେ ଅର୍ପଣ କରିଥାନ୍ତି।ମା'ଛୁଆଳିଆଙ୍କ ନିକଟରେ କଦଳୀ, ନଡ଼ିଆ, ଛେନା ଆଦି ମିଶ୍ରିତ ପଣାଭୋଗ ଲାଗି କରାଯାଉଥିବା ବେଳେ ମା'ଙ୍କ ନିକଟରେ ମାଛ ଘାଣ୍ଟିଆ ଭୋଗ ଲାଗି କରାଯାଇଥାଏ ଯାହାକି ମା'ଙ୍କର ଅତିପ୍ରିୟ ଭୋଗ।ସବୁଠାରୁ ବଡ଼କଥା ହେଉଛି ଏଠାରେ ମା'ଙ୍କୁ ମାଳି ସମ୍ପ୍ରଦାୟର ଲୋକମାନେ ହିଁ ପୂଜା କରିଥାନ୍ତି।ପ୍ରାକୃତିକ ମନୋରମ ସୌନ୍ଦର୍ଯ୍ୟ ସାଙ୍ଗକୁ ଗୋବରୀ ନଦୀର କୁଳୁକୁଳୁ ନାଦ, ଶାନ୍ତ ଓ ସ୍ନିଗ୍ଧ ପରିବେଶ,ପ୍ରକୃତିର ଉପାସନା ସାଙ୍ଗକୁ ଆମିଷ ଭୋଗ ହେଉଥିବାରୁ ଏହି ପୀଠରେ ଭିଡ଼ ଜମିଥାଏ ଭକ୍ତ ତଥା ପିକନିକ ପାର୍ଟି ମାନଙ୍କର।କିନ୍ତୁ ଭିତ୍ତିଭୂମି ଅଭାବରୁ ଏଠାକୁ ଆସୁଥିବା ଲୋକମାନଙ୍କୁ ଭୋଗିବାକୁ ପଡିଥାଏ ଅନେକ ସମସ୍ୟା।ବର୍ଷର ଅନ୍ୟ ସମୟରେ ସ୍ଥାନୀୟ ଲୋକମାନେ ଭୋଜି କରିବାକୁ ଆସି ଯେନତେନ ପ୍ରକାରେ ଭୋଜି କରୁଥିବା ବେଳେ ଶୀତଋତୁ ବା ପିକନିକ ଋତୁରେ ସମସ୍ୟା ଏଠାରେ କହିଲେ ନସରେ।ଘରର କୌଣସି ସୁବିଧା ନଥିବାରୁ ବର୍ଷାଦିନେ ଏଠାରେ କୌଣସି ପ୍ରକାରର ଭୋଜି କିମ୍ବା ପୂଜା କରିବା ସମ୍ଭବ ହୋଇନଥାଏ।ସେହିପରି ପାନୀୟ ଜଳ ସମସ୍ୟା ଏଠାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଗୋଟିଏ ମାତ୍ର ନଳକୂପ ଥିବାରୁ ଏଠାରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ପର୍ଯ୍ୟଟକ।ସେହିପରି ଶୌଚାଳୟ, ରାସ୍ତାଘାଟ ସମସ୍ୟା ରହିଥିବାରୁ ଏହା ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛି।କେନ୍ଦ୍ରାପଡ଼ା-ଗଣ୍ଡାକିଆ ରାସ୍ତାରେ ପଡୁଥିବା ଏହି ଦର୍ଶନୀୟ ସ୍ଥାନର ବିକାଶ ହୋଇନଥିବାରୁ ଏହା ଦୃଷ୍ଟି ଆଢୁଆଳରେ ରହିଯାଇଛି।ଭୋଗମଣ୍ଡପ,ରୋଷଘର, କଲ୍ୟାଣ ମଣ୍ଡପ ସାଙ୍ଗକୁ ଶୌଚାଳୟ ପାଇଁ ଦାବି ରଖିଛନ୍ତି ଏଠାକୁ ଆସୁଥିବା ପର୍ଯ୍ୟଟକ।
Byt-ସୁରେଶ ରଣା(ପୂଜକ)
Byt-ସ୍ୱରୂପ ଜେନା(ସଦସ୍ୟ,ଛୁଆଳିଆ ପୂଜା କମିଟି)
Byt-ଶ୍ରୀମନ୍ତ ଦାସ(ପର୍ଯ୍ୟଟକ)
VO2-ତେବେ ପ୍ରଶାସନର ଆଢୁଆଳରେ ରହିଯାଇଥିବା ଏହି ପ୍ରକୃତି ପୂଜାର କେନ୍ଦ୍ରକୁ ETV BHARAT ପ୍ରଶାସନିକ ଅଧିକାରୀ ତଥା ଉପ ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର କରାଇବା ପରେ ଏହାର ଖୁବଶୀଘ୍ର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଏଥିସହ ଏହି ପୀଠର ଐତିହ୍ୟ, କିମ୍ବଦନ୍ତୀ ବିଷୟରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରାଯାଇ ଏହାକୁ କିପରି ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିବ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
Byt-ମିନାରାଣୀ ଦାସ(ଭକ୍ତ)
Byt-ଜ୍ୟୋତିଶଙ୍କର ମହାପାତ୍ର(ଉପ ଜିଲ୍ଲାପାଳ,କେନ୍ଦ୍ରାପଡ଼ା)
Conclusion:FVO-ଏହି ପ୍ରକୃତି ଉପାସନା ପୀଠରେ ଥିବା ସମସ୍ୟାର ସମାଧାନ ସହ ଏହାର ସର୍ବାଙ୍ଗୀନ ଉନ୍ନତି କରାଗଲେ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବା ସହିତ ସ୍ଥାନୀୟ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି ହେବ ବୋଲି ଆଶା ରଖିଛନ୍ତି ଅଞ୍ଚଳବାସୀ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.