ETV Bharat / state

ମନରେଗା ବକେୟା ପାଉଣା ଦାବି, ଆମରଣ ଅନଶନରେ ପୂର୍ବତନ ସରପଞ୍ଚ - ଆମରଣ ଅନଶନରେ ବସିଛନ୍ତି ପୂର୍ବତନ ସରପଞ୍ଚ

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପୂର୍ବତନ ସରପଞ୍ଚ । ଅଧିକ ପଢନ୍ତୁ

ex sarapanch hunger strike
ex sarapanch hunger strike
author img

By

Published : Mar 30, 2023, 1:59 PM IST

ex sarapanch hunger strike

କେନ୍ଦ୍ରାପଡା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କୋଭିଡ ମହାମାରୀ ସମୟରେ ବିକାଶମୂଳକ କାମ କରି ମଧ୍ୟ ଏଯାବତ ମିଳିଲାନି ବକେୟା ଅର୍ଥ। ଉନ୍ନୟନ କାର୍ଯ୍ୟ କରିଥିବା ଠିକାଦାର ଏବେ ଘର ସାମ୍ନାରେ ବସୁଥିବା ବେଳେ ନିର୍ଦ୍ଦେଶ ଦେଇଥିବା ଅଧିକାରୀଙ୍କ ଦେଖା ମିଳୁନାହିଁ । ଯାହାକୁ ନେଇ ବୁଧବାର ଠାରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ପୂର୍ବତନ ସରପଞ୍ଚ ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ଅଧିନରେ ଥିବା ୩୧ଟି ପଞ୍ଚାୟତରେ କୋଭିଡ ମହାମାରୀ ସମୟ ଅର୍ଥାତ ୨୦୨୧-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଗାଁର ଉନ୍ନତିକରଣ ପାଇଁ ଗ୍ରାମ୍ୟ ପାର୍କ ନିର୍ମାଣ, ପୋଖରୀ ପୁନଃରୁଦ୍ଧାର, ଟାଇଲ ରାସ୍ତା ନିର୍ମାଣ, ବୃକ୍ଷ ରୋପଣ ଆଦି କାର୍ଯ୍ୟ ସମେତ 5T ଯୋଜନାରେ ବିଦ୍ୟାଳୟ ଉନ୍ନତିକରଣ ପାଇଁ ସରପଞ୍ଚ ମାନଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଥିଲେ । ପରେ ସରପଞ୍ଚ ମାନେ ଗାଁର ଲୋକମାନଙ୍କୁ ଏକାଠି କରି ସେମାନଙ୍କ ପୁଞ୍ଜିରେ ଏହିସବୁ ବିକାଶ କାମ କରିବା ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅଧ୍ୟାଦେଶ ଜାରି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- India Corona Cases: ଉପର ମୁହାଁ କୋରୋନା ଗ୍ରାଫ, 3 ହଜାର ଟପିଲା ଦୈନିକ ସଂକ୍ରମଣ

ଏହା ମଧ୍ୟ ପଢନ୍ତୁ- ଆଜି ପବିତ୍ର ଶ୍ରୀରାମ ନବମୀ, ଶ୍ରୀମନ୍ଦିରରେ ହେବ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଜନ୍ମନୀତି

ତେବେ ଏତେସବୁ କାମ ସମାପନ ହୋଇଥିବା ବେଳେ ସରକାରୀ ତହବିଲରୁ କିଛି ପରିମାଣରେ ଟଙ୍କା ମିଳିଥିବା ବେଳେ ଅନେକ ଟଙ୍କା ବକେୟା ରହିଯାଇଛି । ଏତେ ସବୁ କାମ କରି ନିଜର ଅର୍ଥ ଅଟକ ରହିଥିବାରୁ ଗାଁ ଲୋକେ ଏବଂ କାମରେ ବ୍ୟବହୃତ ସାମଗ୍ରୀ ଦୋକାନୀ ଟଙ୍କା ନ ପାଇବାରୁ ଏବେ ସରପଞ୍ଚ ମାନଙ୍କ ଘରେ ବସି ରହି ନିଜର ବକେୟା ଅର୍ଥ ଦାବି କରୁଥିବାରୁ ବାଧ୍ୟ ହୋଇ ଏହି ସରପଞ୍ଚ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ଜିଲ୍ଲାପାଳଙ୍କ ଦେଖା ମିଳିବା କଷ୍ଟକର ହୋଇଛି ଅନ୍ୟପଟେ ଟଙ୍କା ନପାଇ ହତାଶ ହୋଇଛନ୍ତି ପୂର୍ବତନ ସରପଞ୍ଚ । ତେଣୁ ଟଙ୍କା ଫେରି ପାଇବା ପାଇଁ ବ୍ଲକର ଏକାଧିକ ସରପଞ୍ଚ "ଜିଲ୍ଲାପାଳ ଦେଖାଦିଅ"ବୋଲି ପୋଷ୍ଟର ମାରି ଆମରଣ ଅନଶନକୁ ଓହ୍ଲାଇଛନ୍ତି । ଯେପର୍ଯ୍ୟନ୍ତ ସେମାନଙ୍କୁ ବକେୟା ଅର୍ଥ ନମିଳିଛି ସେ ଯାଏ ଏହି ପୂର୍ବତନ ସରପଞ୍ଚମାନେ ଏମିତି ଆମରଣ ଅନଶନରେ ବସି ରହିବେ ବୋଲି କହିଛନ୍ତି ।

ଅନ୍ୟପଟେ କଂସାର ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ଜେନା କହିଛନ୍ତି, ଦୁଇଟି ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଗାଁର ଉନ୍ନତିକରଣ ପାଇଁ ଗ୍ରାମ୍ୟ ପାର୍କ ନିର୍ମାଣ,ପୋଖରୀ ପୁନଃରୁଦ୍ଧାର,ଟାଇଲ ରାସ୍ତା ନିର୍ମାଣ ,ବୃକ୍ଷ ରୋପଣ ଆଦି ଅନେକ କାର୍ଯ୍ୟ କରାଯାଇଥିଲା । ଏହି କାର୍ଯ୍ୟ ଅନେକ ପଞ୍ଚାୟତରେ ହୋଇଥିବା ବେଳେ ଏଥିପାଇଁ କିଛି ପଇସା ପାଇଛୁ ଏବଂ ଆଉ କିଛି ପଇସା ଆଜି ଯାଏଁ ମିଳିପାରି ନାହିଁ । ଯାହା ଫଳରେ ଯେଉଁ ପିଲା ସବୁ ଏନେଇ କାର୍ଯ୍ୟ କରିଥିଲେ ସେମାନଙ୍କୁ ଆମେ ପଇସା ଦେଇ ପାରି ନାହୁଁ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.