ETV Bharat / state

ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପାଚିକା ଓ ଛାତ୍ରଛାତ୍ରୀ - ସ୍କୁଲରେ ଅଗ୍ନିକାଣ୍ଡ

Fire breaks out in primary school: ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ଗ୍ୟାସ୍ ସିଲିଣ୍ଡରରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ପାଚିକାଙ୍କ ସମେତ ଛାତ୍ରଛାତ୍ରୀ। ଅଧିକ ପଢନ୍ତୁ

ସ୍କୁଲରେ ଅଗ୍ନିକାଣ୍ଡ
fire breaks out in primary school
author img

By ETV Bharat Odisha Team

Published : Jan 13, 2024, 1:19 PM IST

କେନ୍ଦ୍ରାପଡ଼ା: ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ପାଚିକାଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ପୌରପାଳିକା ୮ନଂ ୱାର୍ଡ ଅଧିନ ମନକରପୁର ପ୍ରାଥମିକ ବିଦ୍ୟାଳୟରେ। ଏହି ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଭୋଜନ ପ୍ରସ୍ତୁତି ସମୟରେ ସିଲିଣ୍ଡରରେ ନିଆଁ ଲାଗିଯିବାରୁ ଅଗ୍ନିକାଣ୍ଡ ଘଟିଥିଲା । ସିଲିଣ୍ଡରରେ ନକଲି ରେଗୁଲେଟର ଲାଗିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଶନିବାର ସକାଳୁଆ ସ୍କୁଲ ରହିଥିଲା । ସକାଳୁ ଛାତ୍ରଛାତ୍ରୀ ମାନେ ମନକରପୁର ପ୍ରାଥମିକ ବିଦ୍ୟାଳୟକୁ ଆସିଥିଲେ । ବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୫୫ ରହିଥିବା ବେଳେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିଲେ ପାଚିକା । ଚୁଲିରେ ଭାତ ଓ ଗ୍ୟାସରେ ଅଣ୍ଡା ତରକାରୀ ରୋଷେଇ ହୋଇଥିଲା । ଖାଦ୍ୟ ଗରମ କରିବାକୁ ଗ୍ୟାସ ଲଗାଇବା ବେଳେ ହଠାତ କୌଣସି କାରଣରୁ ସିଲିଣ୍ଡରରେ ନିଆଁ ଲାଗିଯିବାରୁ ପାଚିକା ଜଣଙ୍କ ରୋଷେଇ ଘରୁ ଦୌଡ଼ି ପଳାଇଥିଲେ । ଏହି ସମୟରେ ରୋଷେଇ ଘରେ ନିଆଁ ବ୍ୟାପି ଯାଇଥିଲା । ଏହାପରେ ବିଦ୍ୟାଳୟ ପରିସରରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବାହାରକୁ ଅଣାଯାଇ ବାଲି ପକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ କୌଣସି ସୁଫଳ ନମିଳିବାରୁ ଅଗ୍ନିଶମ ବିଭାଗକୁ ଖବର ଦିଆୟାଇଥିଲା ।

ଏହା ମଧ୍ୟ ପଢନ୍ତୁ-କେନ୍ଦ୍ରାପଡାରେ ଆକସ୍ମିକ ଅଗ୍ନିକାଣ୍ଡ, ଜଳିଗଲା 14 ବଖରା

ଏନେଇ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ କରିବା ପରେ ସିଲିଣ୍ଡର ଆଣିବାକୁ ରୋଷେଇ ଘରକୁ ଯାଇଥିଲେ । ଏହି ସମୟରେ ସିଲିଣ୍ଡରଟି ପୁଣି ଜଳିବାକୁ ଲାଗିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଦୌଡ଼ି ପଳାଇଥିଲେ । ବହୁ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ସିଲିଣ୍ଡରରେ ନକଲି ରେଗୁଲେଟର ଲାଗିଥିବା କାରଣରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ।

ଏନେଇ ସ୍କୁଲର ପାଚିକା କହିଛନ୍ତି ଯେ, ଖାଦ୍ୟ ଗରମ କରିବା ପାଇଁ ଗ୍ୟାସ ଲଗାଇବା ବେଳେ ହଠାତ ନିଆଁ ଲାଗିଯାଇଥିଲା । ଏହା ପରେ ଆମେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲୁ । ନିଆଁ ବ୍ୟାପିବାରୁ ଆମେ ଘର ବାହାରକୁ ପଳାଇ ଆସିଥିଲୁ । ଅଗ୍ନିକାଣ୍ଡ ଘଟିବା ପରେ ସ୍କୁଲର ପିଲାମାନେ ଘରକୁ ପଳାଇଥିଲେ । କାହାର କିଛି କ୍ଷୟକ୍ଷତି ହୋଇନାହିଁ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.