ETV Bharat / state

କୋରୋନା ଦେଇଛି ଦୁଃଖ: ଦୁର୍ଦ୍ଦିନରେ ହଜାର ହଜାର ବୁଣାକାର ପରିବାର - kendrapada weaver family

ଜୀବନଜୀବିକା ଉପରେ ମହାମାରୀ କୋରୋନା ପ୍ରହାର । ତାଲାବନ୍ଦ କାରଣରୁ ଦୁଃଖ ଦୁର୍ଦିନରେ କାରିଗର, କାରିଗରୀ । ଏପରି ସଙ୍କଟମୟ ସ୍ଥିତିରେ କେନ୍ଦ୍ରପଡାର 2 ହଜାର ବୁଣାକାର ପରିବାରଙ୍କୁ କର୍ମହରା କରିଦେଇଛି କୋରୋନା । ଅଧିକ ପଢନ୍ତୁ...

କୋରୋନା ଦେଇଛି ଦୁଃଖ: ଦୁର୍ଦ୍ଦିନରେ ହଜାର ହଜାର ବୁଣାକାର ପରିବାର

author img

By

Published : May 3, 2020, 4:48 PM IST

କେନ୍ଦ୍ରାପଡା: କୋଭିଡ-19 ଜନିତ ଲକଡାଉନ ପାଇଁ ବୃତ୍ତିହରା ହୋଇଗଲେଣି ବୁଣାକାର ପରିବାର। ଆବଶ୍ୟକୀୟ କଞ୍ଚାମାଲ ଅଭାବ ସାଙ୍ଗକୁ ବଜାରରେ ଶାଢ଼ୀ ବିକ୍ରିର ଅସୁବିଧା ପଡିଛି ଏମାନଙ୍କ ତେଲଲୁଣ ସଂସାର ଉପରେ। କୋଭିଡ-19 କୋରୋନା ସଂକ୍ରମଣ ଭୟ ଯୋଗୁଁ ଲକଡାଉନ ସାରା ଦେଶ।ପ୍ରଥମ ପର୍ଯ୍ୟାୟରେ ଗତ ମାର୍ଚ୍ଚ ୨୩ତାରିଖରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ତାଲାବନ୍ଦ ହେବାପରେ ବାନ୍ଧ ଶାଢ଼ୀ ତିଆରି ପାଇଁ ବରଗଡ଼,ଖୋର୍ଦ୍ଧା,ମାଣିଆବନ୍ଧରୁ ଆସୁଥିବା ସୂତା ଓ ରଙ୍ଗ ଆମଦାନୀ ବନ୍ଦ ହୋଇଥିଲା। ଏପରି ସଙ୍କଟମୟ ସ୍ଥିତିରେ କେନ୍ଦ୍ରପଡାର 2ହଜାର ବୁଣାକାର ପରିବାରଙ୍କୁ କର୍ମହରା କରିଦେଇଛି କୋରୋନା । ଜୀବିକା ଯାଇଛି, ଜୀବନ ବଞ୍ଚାଇବା କଷ୍ଟ ହୋଇପଡିଛି ।

କୋରୋନା ଦେଇଛି ଦୁଃଖ: ଦୁର୍ଦ୍ଦିନରେ ହଜାର ହଜାର ବୁଣାକାର ପରିବାର

କେନ୍ଦ୍ରାପଡ଼ା ଗରଦପୁର ବ୍ଲକର ବିଭିନ୍ନ ଗ୍ରାମରେ ଦୁଇ ହଜାର ବୁଣାକାର ପରିବାରଙ୍କ ହାତ ତିଆରି ବାନ୍ଧକାମ, ବହୁରଙ୍ଗୀ ପାଟ ଶାଢୀ ବେଶ ନାମକରା । ବ୍ଲକର ହରିପୁର,କୋରୁଆ,କଳାବୁଦା,ବରହମପୁର,କଉଡ଼ିଆବରେହି,ଅଟାବୁହା,ପୁନ୍ଦାଳୋ ଆଦି ଗାଁର ପ୍ରାୟ ୨୦୦୦ ପରିବାର ବୁଣାକାର କାମ କରି ପେଟ ପୋଷିଥାନ୍ତି। ହାତବାନ୍ଧ ଶାଢ଼ୀ,ମାଣିଆବନ୍ଧ ଶାଢ଼ୀ ଏହି ଅଞ୍ଚଳକୁ ଦେଇଛି ଭିନ୍ନ ଏକ ପରିଚୟ। ଏଠାକାର ଶାଢ଼ୀର ରାଜ୍ୟ ତଥା ରାଜ୍ୟ ବାହାରେ ଚାହିଦା ରହିଥିବା ବେଳେ ବର୍ତ୍ତମାନ କୋରୋନା ଜନିତ ଲକଡାଉନ ପାଇଁ ହାତ ବାନ୍ଧି ବସିଛନ୍ତି ବୁଣାକାର। ଘରେ ଯାହା ଯେତିକି ଥିଲା ସେତକ ଶେଷ ହେବା ପରେ ବହୁ କଷ୍ଟରେ କାଳାତିପାତ କରୁଛନ୍ତି ଏହି ବୁଣାକାର ଗୋଷ୍ଠୀ।ସ୍ଥାନୀୟ ତନ୍ତ ସମବାୟ ସହଯୋଗ ସମତିରୁ ଋଣ କରି ତନ୍ତ ପକାଇଥିବା ଏହି କାରିଗର ମାନଙ୍କ ଠାରୁ ବସ୍ତ୍ର କ୍ରୟ କରିବାକୁ ଅମଙ୍ଗ ହେଉଛି ସମବାୟ ସହଯୋଗ ସମିତି କାରଣ ଯାହା ଶାଢ଼ୀ ରହିଛି ତାହା ଏଯାବତ ବିକ୍ରି ହୋଇପାରିନାହିଁ।

ଲୁଗାଟିଏ ଭିଣା ଯିବା ପରେ ସମବାୟ ସମିତି କିମ୍ବା ସ୍ଥାନୀୟ ବିଲହାଟ,କେନ୍ଦ୍ରାପଡ଼ା,କଟକ,ପୁରୀ ଆଦି ସ୍ଥାନରେ ବିକ୍ରି ପାଇଁ ଏହାର ବଜାର ପୁର୍ବରୁ ସଠିକ ରହୁଥିଲା।ଗୋଟିଏ ଶାଢ଼ୀ ଭିଣିବା(ତିଆରି କରିବା)ପାଇଁ ଗୋଟିଏ ବୁଣାକାର ପରିବାରର ଅନ୍ୟୁନ୍ୟ ୫ଜଣ ସଦସ୍ୟଙ୍କୁ ଗୋଟିଏ ଦିନ ଲାଗିଥାଏ, ଯେତେବେଳେ କି ପ୍ରାପ୍ୟ ବାବଦକୁ ଏମାନଙ୍କୁ ଗୋଟିଏ ଶାଢ଼ୀ ତିଆରିରେ ମିଳିଥାଏ ୪୦୦ ରୁ ୫୦୦ ଟଙ୍କା। ପଶ୍ଚିମ ଓଡିଶାର ସମ୍ବଲପୁରୀ ଶାଢ଼ୀ ସହିତ ତାଳଦେଇ ଏହା ବିକ୍ରି ହେବାରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ସ୍ୱଳ୍ପ ପ୍ରାପ୍ୟ ଏମାନଙ୍କ ପାଇଁ ପର୍ଯ୍ୟାପ୍ତ ହୁଏନାହିଁ କିନ୍ତୁ କୌଳିକ ବୃତ୍ତି ଭାବରେ ଏହାକୁ ପୁର୍ବରୁ କରିଆସୁଥିବାରୁ ଏହାକୁ ଛାଡି ପାରିନାହାନ୍ତି ବୁଣାକାର ପରିବାର।

ସେହିପରି ବାହାଘର, ବ୍ରତଘର ଆଦିରେ ଏହି ବାନ୍ଧ ଶାଢ଼ୀର ଯଥେଷ୍ଟ ଚାହିଦା ରହିଥିବାରୁ ମାର୍ଚ୍ଚ ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ଚାରିମାସ ବୁଣାକାର ପରିବାରର ଖାଇବାକୁ ତର ନଥାଏ।କିନ୍ତୁ ଚଳିତବର୍ଷ ନା ଚାଲୁଛି ଅରଟ ନା ତିଆରି ହୋଇପାରୁଛି ଶାଢ଼ୀ କାରଣ ଲକଡାଉନ ସମସ୍ତଙ୍କୁ ବୃତ୍ତି ବିରତ କରାଇ ଦେଇଛି।ଆବଶ୍ୟକତା ଥିଲେ ସୁଦ୍ଧା କଞ୍ଚାମାଲ ଆସିପାରୁ ନାହିଁ ନା ବିକ୍ରି ହୋଇପାରୁଛି ତିଆରି ହୋଇଥିବା ଶାଢ଼ୀ।

ଏଭଳି ମହାବିପତ୍ତି ସମୟରେ ଜୀବନଜୀବିକା ସଙ୍କଟରେ ଗତି କରୁଥିବା ସମୟରେ ଏମାନଙ୍କୁ ନା ମିଳିଛି କୌଣସି ଆର୍ଥିକ ସହାୟତା ନା ଆଶ୍ୱାସନା। କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ମାନଙ୍କୁ ସହାୟତା ଦେଇପାରୁଛନ୍ତି ପୁରୀ ପଣ୍ଡାଙ୍କୁ ସହାୟତା ଦେଇପାରୁଛନ୍ତି କିନ୍ତୁ ବୁଣାକାର ମାନଙ୍କୁ ସହାୟତା ଦେବାରେ ଟିକିଏ ହେଲେ ଇଛା ପ୍ରକଟ କରୁନଥିବା କ୍ଷୋଭର ସହ କହିଛନ୍ତି ଜଣେ ବୁଣାକାର। ତେବେ ଖୁବଶୀଘ୍ର ବୁଣାକାର ମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି। ଗୋଟିଏ ପଟେ ଉତ୍ପାଦନ ବନ୍ଦ ଅନ୍ୟପଟେ ବିକ୍ରିବନ୍ଦ ସମସ୍ୟାରେ ଜର୍ଜ୍ଜରିତ ବୁଣାକାର ମାନଙ୍କୁ ଆବଶ୍ୟକୀୟ କଞ୍ଚାମାଲ ଓ ବିକ୍ରି ପାଇଁ ବଜାର କେବେ ସ୍ଥିର କରିବେ ସରକାର ତାହା ସମୟ କହିବ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.