ETV Bharat / state

ଅନ୍ୟକୁ ଜୀବନ ଦେଇ ନିଜେ ଅସହାୟ ଅନ୍ନଦା

ଥରେ କି ଦୁଇ ଥର ନୁହେଁ ୧୨୦ଥର ରକ୍ତଦାନ । ଏମିତି ଏକ ବ୍ୟକ୍ତି ବିଶେଷ ହେଉଛନ୍ତି କେନ୍ଦ୍ରାପଡ଼ା ବ୍ଲକ ଚଉଦକୁଲାଟ ଗାଁର କେ ଏମ ଅନ୍ନଦା ପ୍ରସାଦ । ମାତ୍ର ଆଜି ଅର୍ଥାଭାବରୁ ସେ ଅସହାୟ ହୋଇପଡିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Aug 13, 2019, 7:26 PM IST

କେନ୍ଦ୍ରାପଡା: ପେଶା ବଗିଚାରେ ମାଳି କାମ, ନର୍ସରୀ କାମ ସାଙ୍ଗକୁ ଚାରାଗଛ ବିକ୍ରି କରି ପରିବାର ପ୍ରତିପୋଷଣ । ଆଉ ନିଶା ହେଲା ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଓ ପରିବେଶ ସନ୍ତୁଳନ ପାଇଁ ଗଛ ଲଗାଇବା । ହେଲେ ଡାକ୍ତରଙ୍କ ଟିକିଏ ଭୁଲ ପାଇଁ ଆଜି ଅନ୍ୟର ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି ସେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଥରେ କି ଦୁଇ ଥର ନୁହେଁ ୧୨୦ଥର ରକ୍ତଦାନ । ଆପଣ ଆଶ୍ଚର୍ଯ୍ୟ ହେବା ସୁନିଶ୍ଚିତ । ୟେ ସେହି ସହୃଦୟ ବ୍ୟକ୍ତି ଯିଏ ରକ୍ତଦାନ କରି ନୂଆ ଜୀବନ ଦାନ କରିଛନ୍ତି । କେନ୍ଦ୍ରାପଡ଼ା ବ୍ଲକ ଚଉଦକୁଲାଟ ଗାଁର କେ ଏମ ଅନ୍ନଦା ପ୍ରସାଦ । ଅତୀତର କିଛି ଘଟଣାକୁ ନିଜ ଆଖି ଆଗରେ ଦେଖି ଅନୁପ୍ରାଣିତ ହୋଇଥିଲେ ଅନ୍ନଦା । ଆଉ ସେବେଠାରୁ ପ୍ରତିଜ୍ଞା କରିଥିଲେ ଯେ ରକ୍ତଦାନ କରି ଅନ୍ୟ ମାନଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେଉଛନ୍ତି । ହେଲେ ଏହାରି ଭିତରେ ଅନ୍ନଦା ଏବେ ନିଜ ଜୀବନ ବଞ୍ଚାଇବାରୁ ସଂଗ୍ରାମ କରୁଛନ୍ତି ।

କାରଣ ଡାକ୍ତରଙ୍କ ଏକ ଭୁଲ ପାଇଁ ଏବେ ସମସ୍ୟାରେ ଜୁଝି ହୋଇପଡିଛନ୍ତି ଅନ୍ନଦା । ଅର୍ଶ ହେବା ପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ହେବା ସମୟରେ ମେରୁଦଣ୍ଡରେ ଦିଆଯାଉଥିବା ଆନାସ୍ଥେସିଆକୁ ଭୁଲ ଭାବରେ ଦେଇଥିବାରୁ 9 ମାସ ହେବ ଠିକସେ ଚାଲି ପାରୁନାହାଁନ୍ତି ଅନ୍ନଦା । ଅନ୍ୟପଟେ ଅନେକ ଲୋକଙ୍କ ଜୀବନ ବଞ୍ଚାଇଥିବା ଏହି ସେଞ୍ଚୁରିଆନ ରକ୍ତଦାତା ଆଜି ଅସହାୟ ହୋଇପଡିଥିବା ବେଳେ ଜିଲ୍ଲାପାଳ ସହାୟତା କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ବେସରକାରୀ ସ୍ତରରେ ସ୍ଥାନୀୟ ବିଦ୍ୟାଳୟର ଜଣେ ଶିକ୍ଷକ ଗତ କିଛିଦିନ ତଳେ ୫୦୦ଟଙ୍କା ଦେବାପରେ ଔଷଧ ଆଣି ଖାଉଛନ୍ତି ଅନ୍ନଦା ତାହା ପୁଣି ଡାକ୍ତର ଲେଖିଥିବା ଔଷଧ ନହୋଇ ତା'ର ବଦଳ ଔଷଧ । ସେପଟେ ଏଭଳି ଜଣେ ଯୋଗ୍ୟ ଆଉ ପରୋପକାରୀ ବ୍ୟକ୍ତିଙ୍କୁ ସରକାରୀ ସ୍ତରରେ ସହାୟତା ପାଇଁ ଅନୁରୋଧ କରିବା ସହ କିଛି ବଦାନ୍ୟ ବ୍ୟକ୍ତି ଅନ୍ନଦାଙ୍କ ଚିକିତ୍ସା ପାଇଁ ଅର୍ଥ ଦେବାପାଇଁ ନିବେଦନ କରାଯାଇଛି ।

ଅନ୍ୟପଟେ ଜିଲ୍ଲାପାଳ ଅନ୍ନଦାଙ୍କ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଖବର ପାଇ ଖୁବଶୀଘ୍ର ତାଙ୍କର ଚିକିତ୍ସା କରାଯିବାର ସମସ୍ତ ବ୍ୟବସ୍ଥା କରାଇବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଆହୁରିମଧ୍ୟ ଅନ୍ନଦାଙ୍କୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେଵେ ବୋଲି କହିଛନ୍ତି ଜିଲ୍ଲାପାଳ ।

ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣ ପାଇଁ ୨୦୦୯ ମସିହାରେ ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିବା ତଥା ୧୦୦ରୁ ଊର୍ଦ୍ଧ୍ଵ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇଥିବା ଅନ୍ନଦାଙ୍କୁ ଯଦି ସରକାରୀ ଭାବରେ ଅବହେଳା କରାଯାଇଥାଏ ତେବେ ଏଥିପାଇଁ ଦାୟୀ କିଏ ତାହା ନେଇ ପ୍ରଶ୍ନ ଉଠିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:13.08.2019
Radhakanta Mohanty, Kendrapada
Slug-od_kpr_01_blood donor_script_7204459
Anchor-ପେଶା ବଗିଚାରେ ମାଳିକାମ ସାଙ୍ଗକୁ ନର୍ସରୀ କରି ଚାରାଗଛ ବିକ୍ରିକରି ପରିବାର ପ୍ରତିପୋଷଣ ଆଉ ନିଶା ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ସହିତ ପରିବେଶପରିପୁଷ୍ଟ ପାଇଁ ଗଛ ଲଗାଇବା।ହେଲେ ଡାକ୍ତରଙ୍କ ଟିକିଏ ଭୁଲ ପାଇଁ ଆଜି ଅନ୍ୟର ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି ସେ।
Body:VO1-ଆମେ କହୁଛୁ ୧୨୦ଥର ରକ୍ତଦାନ କରିଅନ୍ୟର ଜୀବନ ବଞ୍ଚାଇଥିବା କେନ୍ଦ୍ରାପଡ଼ା ବ୍ଲକ ଚଉଦକୁଲାଟ ଗାଁର K.M. ଅନ୍ନଦା ପ୍ରସାଦଙ୍କ କଥା।କଟକରେ ରହି ପାଠ ପଢ଼ୁଥିବା ସମୟରେ ସାନଭାଇ ରକ୍ତହୀନତାର ଶିକାର ହୋଇ ବଡ଼ ମେଡିକାଲରେ ପଡିଥିବା ସମୟରେ ଜଣେ ଯୁବକ ରକ୍ତଦେଇ ଅନ୍ନଦାଙ୍କ ସାନଭାଇର ଜୀବନ ବଞ୍ଚାଇଥିଲେ ଓ ପ୍ରତିଦାନ ସ୍ୱରୂପ ଅନ୍ନଦାଙ୍କ ବାପାମାଙ୍କୁ ସେ ଯେଉଁଭଳି ରକ୍ତଦେଇ ତାଙ୍କ ସାନପୁଅର ଜୀବନ ବଞ୍ଚାଇଲେ ସେହିଭଳି ତାଙ୍କ ପୁଅ ଯଦି ରକ୍ତଦେଇ ଅନ୍ୟ କାହାର ଜୀବନ ରକ୍ଷା କରିବ ତେବେ ଏହା ତାଙ୍କ ରକ୍ତଦାନର ପ୍ରତିଦାନ ହେବ ବୋଲି କହିଥିଲେ।ସେହିଦିନ ଠାରୁ ପ୍ରତିଜ୍ଞା କରି ରକ୍ତ ଦେଉଛନ୍ତି ଅନ୍ନଦା।ପ୍ରଥମେ ପରିବାର ଲୋକଙ୍କ ଅଗୋଚରରେ ରକ୍ତଦେବା ପରେ ବାପାମା ଜାଣିବା ପରେ ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ପ୍ରଶଂସା କରିବା ସହ ଶରୀର ସୁସ୍ଥ ଥିବା ପର୍ଯ୍ୟନ୍ତ ରକ୍ତ ଦେବାପାଇଁ ବାପା କହିଥିଲେ।୨୩ବର୍ଷ ବୟସରେ ବିବାହ କରିଥିବା ଅନ୍ନଦା ବିବାହ ବେଳକୁ ପ୍ରାୟ ୨୦ରୁ ଉର୍ଦ୍ଧ୍ଵ ରକ୍ତ ଦେଇଥିବା କୁହନ୍ତି ଅନ୍ନଦାଙ୍କ ପତ୍ନୀ।ତେବେ ୧୨୦ଟି ରକ୍ତଦାନ କରିଥିବା ଅନ୍ନଦାଙ୍କ ପାଖରେ ଏବେ ୧୧୪ଟି ରକ୍ତଦାନର କାଗଜପତ୍ର ଥିବାବେଳେ ବଞ୍ଚିବା ପାଇଁ ଅନ୍ନଦା କରୁଛନ୍ତି ସଂଗ୍ରାମ।ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ଏହି ସେଞ୍ଚୁରୀଆନ ରକ୍ତଦାତା ଙ୍କର ଅର୍ଶ ହେବାପରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଅସ୍ତ୍ରୋପଚାର କରାଯାଇଥିଲା।ଅସ୍ତ୍ରୋପଚାର ହେବା ସମୟରେ ହିମୋଗ୍ଲୋବିନ କମ ଥିବା ସତ୍ତ୍ୱେ ଡାକ୍ତର ଅସ୍ତ୍ରୋପଚାର କରିବା ଓ ମେରୁଦଣ୍ଡରେ ଦିଆଯାଉଥିବା ବଧିର ଇଂଜେକସନ(ଆନାସ୍ଥେସିଆ)କୁ ଭୁଲ ଭାବରେ ଦେଇଥିବାରୁ ଆଜକୁ ନ'ମାସ ହେବ ଅଣ୍ଟା ସଳଖି ଚାଲି ପାରୁନାହାନ୍ତି ସେ।ବିଭିନ୍ନ ସମୟରେ ଔଷଧ କିଣି ଖାଇବାକୁ ପଡୁଥିଲେ ମଧ୍ୟ ଔଷଧ କିଣିବା ପାଇଁ ଅର୍ଥ ନାହିଁ ଅନ୍ନଦାଙ୍କ ନିକଟରେ।ସେପଟେ ନିଜ ଚିକିତ୍ସା ପାଇଁ ସ୍ଥାନୀୟ ବିଧାୟକ ଓ ପ୍ରଶାସକ ନିକଟରେ ଗୁହାରି ଜଣାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି ଅନ୍ନଦାଙ୍କ ଦୁଃଖ।ସଳଖି ଚାଲିବା ସହ ପରିବାରକୁ ପ୍ରତିପୋଷଣ କରିବା ପାଇଁ ଟିକିଏ ଔଷଧ ପାଇଁ କାକୁତି ମିନତୀ ହୋଇ ଗୁହାରି କରିଛନ୍ତି ଅନ୍ନଦା।
Byte1-KM.ଅନ୍ନଦା ପ୍ରସାଦ(ରକ୍ତଦାତା)
Byte2-ମାଣିକ ମଲ୍ଲିକ(ଅନ୍ନଦାଙ୍କ ପତ୍ନୀ)
VO2-ବେସରକାରୀ ସ୍ତରରେ ସ୍ଥାନୀୟ ବିଦ୍ୟାଳୟର ଜଣେ ଶିକ୍ଷକ ଗତ କିଛିଦିନ ତଳେ ୫୦୦ଟଙ୍କା ଦେବାପରେ ଔଷଧ ଆଣି ଖାଉଛନ୍ତି ଅନ୍ନଦା ତାହା ପୁଣି ଡାକ୍ତର ଲେଖିଥିବା ଔଷଧ ନହୋଇ ତା'ର ବଦଳ ଔଷଧ।ଅନ୍ନଦାଙ୍କ ଦୁଃଖ ସମ୍ପର୍କରେ ବୁଝି ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିବା ସରୋଜକାନ୍ତ ବିଶ୍ୱାଳ ସାମାଜିକ ଗଣମାଧ୍ୟମ ଫେସବୁକରେ ଅନ୍ନଦାଙ୍କ ସମ୍ପର୍କିତ ଏକ ପୋଷ୍ଟ କରିବାରୁ ବାହାରେ ରହୁଥିବା ସରୋଜଙ୍କ ଜଣେ ସାଙ୍ଗ ଅନ୍ନଦାଙ୍କ ଚିକିତ୍ସା ପାଇଁ କିଛି ଅର୍ଥ ପଠାଇଛନ୍ତି ଯାହାକି ଅନ୍ନଦାଙ୍କର କିଛିଦିନର ଔଷଧ ଖର୍ଚ୍ଚ ତୁଲାଇବ ବୋଲି ଆଶା।ସେପଟେ ଏଭଳି ଜଣେ ଯୋଗ୍ୟ ଆଉ ପରୋପକାରୀ ବ୍ୟକ୍ତିଙ୍କୁ ସରକାରୀ ସ୍ତରରେ ସହାୟତା ପାଇଁ ଅନୁରୋଧ କରିବା ସହ କିଛି ବଦାନ୍ୟ ବ୍ୟକ୍ତି ଅନ୍ନଦାଙ୍କ ଚିକିତ୍ସା ପାଇଁ ଅର୍ଥ ଦେବାପାଇଁ ନିବେଦନ ରଖିଛନ୍ତି ଶିକ୍ଷକ ସରୋଜକାନ୍ତ।ସେପଟେ ଜିଲ୍ଲାପାଳ ଅନ୍ନଦାଙ୍କ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଖବର ପାଇଲେ ଓ ଖୁବଶୀଘ୍ର ତାଙ୍କର ଚିକିତ୍ସା କରାଇବାର ସମସ୍ତ ବ୍ୟବସ୍ଥା କରାଇବା ପାଇଁ ମଧ୍ୟ ପ୍ରତିଶୃତି ଦେଇଛନ୍ତି।ଆହୁରିମଧ୍ୟ ଅନ୍ନଦାଙ୍କୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେଵ ବୋଲି କହିଛନ୍ତି ଜିଲ୍ଲାପାଳ।ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣ ପାଇଁ ୨୦୦୯ ମସିହାରେ ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିବା ତଥା ୧୦୦ରୁ ଉର୍ଦ୍ଧ୍ଵ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇଥିବା ଅନ୍ନଦାଙ୍କୁ ଯଦି ସରକାରୀ ଭାବରେ ଅବହେଳା କରାଯାଇଥାଏ ତେବେ ଏଥିପାଇଁ ଦାୟୀ କିଏ ତାହା ନେଇ ପ୍ରଶ୍ନ ଉଠିଛି।
Byte3-ସରୋଜକାନ୍ତ ବିଶ୍ୱାଳ(ସହକାରୀଶିକ୍ଷକ,ଜଗନ୍ନାଥ ବିଦ୍ୟାପୀଠ)
Byte4-ସମର୍ଥ ବର୍ମା(ଜିଲ୍ଲାପାଳ,କେନ୍ଦ୍ରାପଡ଼ା)
PTCConclusion:ତିନୋଟି ବାଇଟ ସହିତ PTC ମୋଜୋରେ ଯାଉଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.