ETV Bharat / state

Boat capsizes in Brahmani River: ବ୍ରାହ୍ମଣୀ ନଦୀରେ ବୁଡିଲା ଡଙ୍ଗା, 2 ନିଖୋଜ - ବ୍ରାହ୍ମଣୀ ନଦୀରେ ଅଘଟଣ

ବ୍ରାହ୍ମଣୀ ନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା । ନାଉରିଆ ସହ ଜଣେ ଯାତ୍ରୀ ନିଖୋଜ ହୋଇଯାଇଥିବା ସୂଚନା । ଅଧିକ ପଢନ୍ତୁ

boat capsizes in Brahmani river
boat capsizes in Brahmani river
author img

By

Published : Apr 27, 2023, 9:02 AM IST

Updated : Apr 27, 2023, 9:34 AM IST

Boat capsizes in Brahmani River

କେନ୍ଦ୍ରାପଡା: ବ୍ରାହ୍ମଣୀ ନଦୀରେ ଅଘଟଣ । ମଝି ନଈରେ ବୁଡିଲା ଯାତ୍ରୀବାହୀ ଡଙ୍ଗା । ନାଉରିଆ ସହ ଜଣେ ଯାତ୍ରୀ ନିଖୋଜ ହୋଇଯାଇଥିବା ସୂଚନା । କେନ୍ଦ୍ରାପଡାର କେରଡ଼ାଗଡ଼-ଏକମାଣିଆ ଘାଟରେ ନଦୀ ପାର ହେଉଥିବା ସମୟରେ ଏପରି ଅଘଟଣ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା କାହାର ମୃତ୍ୟୁ ହୋଇନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ କେରଡ଼ାଗଡ଼-ଏକମାଣିଆ ଘାଟରୁ 28 ଜଣ ଯାତ୍ରୀଙ୍କୁ ଧରି ଡଙ୍ଗାଟି ଯାତ୍ରା ଆରମ୍ଭ କରିଥିଲା । ଏହାର ଠିକ୍‌ 10 ମିନିଟ ପରେ ଡଙ୍ଗାଟି ଭାରସାମ୍ୟ ହରାଇ ମଝି ନଈରେ ବୁଡି ଯାଇଥିଲା । ଫଳରେ ଡଙ୍ଗାର ନାଉରିଆ ଓ ଜଣେ ଯାତ୍ରୀ ପାଣିରେ ବୁଡିଯାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଅନ୍ୟପଟେ ଜଣେ ନାବାଳକ ନିଖୋଜ ହୋଇଯାଇଥିବାରୁ ତାଙ୍କ ମାଆ ନଦୀ ପଠାରେ ପହଞ୍ଚିଛନ୍ତି ।‘‘ ମୋ ପୁଅ ନଦୀରେ ଭାସିଯାଇଛି । ସେ ଏକମାଣିଆ ସ୍ଥିତ ଗାଁକୁ ଯାଇଥିଲା । ଘର କାମ ଥିବାରୁ ଆଜି ସେ ଡଙ୍ଗା ଯୋଗେ ଆସୁଥିବା ବେଳେ ନଦୀରେ ନିଖୋଜ ହୋଇଯାଇଥିବା’’ କହିଛନ୍ତି ମହିଳା ଜଣଙ୍କ ।

ଏହା ମଧ୍ୟ ପଢନ୍ତୁ-୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟ, ଦ୍ବିତୀୟ ଦିନରେ ୫ ଜିଲ୍ଲାର ୩୨୮ ସ୍କୁଲ ଲୋକାର୍ପିତ

ଗତ ଚାରିମାସ ପୂର୍ବେ ଅନୁରୂପ ଭାବେ ଏହି ଘାଟରେ ଡଙ୍ଗାବୁଡି ହୋଇଥିଲା । କନ୍ୟା ଦେଖାକୁ ଯାଉଥିବା ବରଘର ସମ୍ପର୍କୀୟ ମାନେ ଏକ ଡଙ୍ଗାରେ ଯାତ୍ରୀ କରୁଥିଲେ । କିନ୍ତୁ ହଠାତ୍‌ ଡଙ୍ଗାଟି ନଦୀରେ ବୁଡିଯାଇଥିଲା । କିନ୍ତୁ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ପ୍ରଥମ: ବିଦେଶୀ ସାଇବର ଠକ ଆକାଉଣ୍ଟରୁ ୯୮ ଲକ୍ଷ ଫେରାଇ ଆଣିଲା କ୍ରାଇମବ୍ରାଞ୍ଚ

ଗତ ଜାନୁଆରୀ 21 ତାରିଖରେ ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ନାଧରା ରାମଚଣ୍ଡୀ ପୀଠରେ ଥିବା ବ୍ରାହ୍ମଣୀ ନଦୀରେ ଅଘଟଣ ଘଟିଥିଲା । ରାମଚଣ୍ଡୀକୁ ପିକନିକ୍‌ରେ ଯାଇଥିବା ଟାଟା ଷ୍ଟିଲ କର୍ମଚାରୀ ମଧ୍ୟରୁ ବ୍ରାହ୍ମଣୀ ନଦୀରେ ବୁଡି ଜଣେ ମୃତ ଓ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ମୃତକ ଜଣକ ରାଜଧାନୀ ଦିଲ୍ଲୀର ଅଧିବାସୀ ବୋଲି ଜଣାପଡ଼ିଥିଲା ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟ ସମବାୟ ବ୍ୟାଙ୍କର ସଭାପତିଙ୍କ ବୈଧତା ଉପରେ ପ୍ରଶ୍ନ, ରାଜ୍ୟ ସମବାୟ ନିବନ୍ଧକଙ୍କୁ ଭେଟିଲା ବିଜେପି

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Apr 27, 2023, 9:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.