କନ୍ଧମାଳ: ଜିଲ୍ଲାର ବିଭିନ୍ନ ପ୍ରବେଶ ପଥରେ ନାକା ଚେକିଂ ଫାଟକ କରି ହଟସ୍ପଟ ଜିଲ୍ଲାର ଲୋକଙ୍କୁ ପ୍ରବେଶ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା। କିନ୍ତୁ ଇଟିଭି ଭାରତର ରିଆଲିଟି ଚେକରେ ଧରା ପଡିଥିଲା ପ୍ରକୃତ ସତ। ଖଜୁରିପଡା ନାକା ଚେକ ପଏଣ୍ଟଠାରେ ସବୁ ଖୋଲାମେଲା ଚାଲିଥିବା ଏକ ରିପୋର୍ଟ ଆମେ ପ୍ରସାରିତ କରିଥିଲୁ । ଏହାପରେ କଡା ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ଅନୁମତିକୁ କଡାକଡି କରାଯାଇଛି। ଏପରିକି ଜଣେ କିରାଣୀ ଅମାନ୍ୟ କରି ଯିବା ପରେ ତାଙ୍କୁ ଜିଲ୍ଲାପାଳ ଚାକିରିରୁ ସସପେଣ୍ଡ କରିଛନ୍ତି। 5ଟି ଗେଟରେ କଡା଼କଡ଼ି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସବୁ ଖୋଲାମେଲା ଓ ନାଁକୁ ମାତ୍ର ଚେକିଂ ଚାଲିଥିଲା । ଏହାର ପ୍ରଭାବରେ ପ୍ରଶାସନ କଡା଼ ନିର୍ଦ୍ଦେଶ ଜାରି କରିଛି। ଚେକିଂ କଡାକଡି କରିଛି । ବାଲିଗୁଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ବିନୋଦ ଦାସଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ। ସେ ଖଜୁରିପଡା ନାକା ପଏଣ୍ଟରେ ବିନା ଅନୁମତିରେ ଜୋର ଜବରଦସ୍ତ ଗେଟ ପାର କରି ଗାଡି ନେଇ ପରିବାର ସହିତ ଚାଲିଯାଇଥିଲେ। ଏ ସୂଚନା ପାଇବା ପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ଦାରିଙ୍ଗବାଡିର ନାକା ଚେକିଂ ଗେଟକୁ ମଧ୍ୟ ସୁଦୃଢ କରାଯାଇଛି।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ