ETV Bharat / state

ଲକଡାଉନ: ଗୁଜୁରାଟରେ ଫସିଛନ୍ତି ବହୁ ସଂଖ୍ୟକ ଓଡିଆ ତୀର୍ଥଯାତ୍ରୀ - corona virus effect in odisha

ଲକଡାଉନ ସ୍ଥିତିରେ କନ୍ଧମାଳ ସହିତ ଅନ୍ୟ ତିନୋଟି ଜିଲ୍ଲାର 62 ଜଣ ଗୁଜୁରାଟ ଅହମ୍ମଦାବାଦରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଉ ବୋଲି ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନକୁ ଆବେଦନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗୁଜୁରାଟରେ ବହୁ ସଂଖ୍ୟାରେ ଓଡିଆ ତିର୍ଥଯାତ୍ରୀ ଅଟକ

author img

By

Published : Apr 1, 2020, 8:22 PM IST

ଫୁଲବାଣୀ: କୋରୋନା ଆତଙ୍କ ଯୋଗୁଁ ଦେଶରେ ଲକଡାଉନ୍ ଘୋଷଣା ହେବା ପରେ ବହୁ ଲୋକ ବିଭିନ୍ନ ସ୍ଥାନରେ ଫସିରହିଛନ୍ତି । କନ୍ଧମାଳ ସହିତ ଅନ୍ୟ ତିନୋଟି ଜିଲ୍ଲାର 62 ଜଣ ଗୁଜୁରାଟ ଅହମ୍ମଦାବାଦରେ ଫସି ରହିଛନ୍ତି ଗତ ସପ୍ତାହେ ଧରି । ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ନିବେଦନ କରିଛନ୍ତି । ଏସପି ସୂଚନା ପାଇବା ପରେ ଯୋଗାଯୋଗ କରିଛନ୍ତି ।

ଗୁଜୁରାଟରେ ବହୁ ସଂଖ୍ୟାରେ ଓଡିଆ ତିର୍ଥଯାତ୍ରୀ ଅଟକ

କୋରୋନା ପାଇଁ ଦେଶରେ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା ହେବା ପରେ ତୀର୍ଥଯାତ୍ରୀ ନାନା ଅସୁବିଧା ଭୋଗୁଛନ୍ତି । ତିନୋଟି ଜିଲ୍ଲାର 62 ଜଣ ବରିଷ୍ଠ ତୀର୍ଥଯାତ୍ରୀ ଅହମ୍ମଦାବାଦରେ ଫସି ରହିଛନ୍ତି । କନ୍ଧମାଳ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର 35 ମହିଳାଙ୍କ ସହିତ 62 ଜଣ ଗୁଜୁରାଟ ଅହମ୍ମଦାବାଦର ଦିଲ୍ଲୀ ଦରୱାଜା ନିକଟରେ ରହିଥିବା କହିଛନ୍ତି । ଫୋନ ଓ ହ୍ବାଟସ ଆପ ଯୋଗେ କନ୍ଧମାଳ ପ୍ରତିନିଧିଙ୍କୁ ଯୋଗଯୋଗ କରିଛିନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ପୁଣି ନିବେଦନ କରିଛନ୍ତି ଉଦ୍ଧାର କରିବା ପାଇଁ । ଏସମ୍ପର୍କରେ ସୂଚନା ପାଇ କନ୍ଧମାଳ ଏସପି ପ୍ରତୀକ ସିଂ ଅହମ୍ମଦାବାଦ ସଂପୃକ୍ତ ଅଞ୍ଚଳର ଏସପିଙ୍କ ସହିତ ଯୋଗାଯୋଗ କରିଥିବା ସୂଚନା ଦେଇଛନ୍ତି । ସେମାନଙ୍କ ରହିବା ଖାଇବା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତ୍ତମାନ ଫେରାଇ ଆଣିବା ସମ୍ଭବ ନୁହେଁ ବୋଲି ପ୍ରଶାସନ କହିଛି । ଏ ସମ୍ପର୍କରେ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସହିତ ଆଲୋଚନା କରିଛନ୍ତି । ସେଠାକାର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି । ବର୍ତ୍ତମାନ ପରିସ୍ଥିତିରେ ସୁସ୍ଥ ଓ ସୁରକ୍ଷିତ ରହିବା ବ୍ୟବସ୍ଥା ଜରୁରୀ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.