ETV Bharat / state

ଦୁର୍ଘଟଣାରେ ଛାତ୍ରୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ - କେସିଙ୍ଗା ଥାନା ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ

କଳାହାଣ୍ଡି ଜିଲ୍ଲା ଉତ୍କେଳା କଲେଜ ସମ୍ମୁଖରେ ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ

ଦୁର୍ଘଟଣାରେ ଛାତ୍ରୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ

author img

By

Published : Dec 28, 2021, 6:33 PM IST

ଭବାନୀପାଟଣା: ସୋମବାର ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା କଲେଜ ସମ୍ମୁଖରେ ସଡକ ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ କ୍ଷତିପୂରଣ ଦାବିରେ ଲୋକେ ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଦୁର୍ଘଟଣାରେ ଛାତ୍ରୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ

ଦୁର୍ଘଟଣାରେ ଝିକିମିକି ଗାଁର ଯୁବତୀ ରୋଶନି ସୁନାଙ୍କ ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ଦାବିରେ ଗତକାଲି(ସୋମବାର) ଉତ୍ୟକ୍ତ ଲୋକେ ଭବାନୀପାଟଣା କେସିଙ୍ଗା ଜାତୀୟ ରାଜପଥ ଅବରୋଧ କରିଥିଲେ । ପରେ ପୋଲିସ ପହଞ୍ଚି ବୁଝାସୁଝା କରିବାରୁ ଲୋକେ ଆନ୍ଦୋଳନରୁ ଓହରିଥିଲେ । ହେଲେ ଆଜି(ମଙ୍ଗଳବାର) ମୃତଦେହ ବ୍ୟବଚ୍ଛେଦରେ ବିଳମ୍ବ ଓ ତୁରନ୍ତ କ୍ଷତିପୂରଣ ଦାବିରେ ପୁଣିଥରେ ଉତ୍ୟକ୍ତ ଲୋକେ ଭବାନୀପାଟଣା ସହର ଜେଲ ଛକ ନିକଟରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ।

ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡି଼ଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.