କଳାହାଣ୍ଡି: ପାରିବାରିକ କଳହର କୁପରିଣତି । କ୍ରୋଧ ମଣିଷକୁ ବିନାଶ କରେ । ଆଉ ଏହାର ପରିଣାମ ସଦାବେଳେ ଭୟଙ୍କର ଆଡକୁ ଗତି କରେ । ସ୍ବାମୀର ପରକୀୟା ପ୍ରୀତି ଯୋଗୁଁ ଗଲା 3 ନୀରିହ ଜୀବନ । କ୍ରୋଧରେ ମାଆ ନିଜ ଜନ୍ମ କଲା ଦୁଇ ପୁଅକୁ ସ୍ବାମୀର ଅନୁପସ୍ଥିତରେ ଗଳା କାଟି ହତ୍ୟା କରିବା ପରେ ନିଜେ ବି ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିଂଝରଣ ଗାଁରେ ।
ମୃତ ଦୁଇ ପୁଅ ରବିନ୍ଦ୍ର ମାଝି (4), ଦୁଷ୍ମନ୍ତ ମାଝି (6) ଓ ମୃତକ ମାଆ ହେଲେ ବିମଳା ମାଝି । ଏନେଇ ପରିବାର ବର୍ଗ ହତ୍ୟା ସନ୍ଦେହ କରୁଥିବା ବେଳେ ଭବାନୀପାଟଣା ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସେପଟେ ପ୍ରାଥମିକ ତଦନ୍ତ ଅନୁସାରେ ସ୍ବାମୀର ପରକୀୟା ପ୍ରୀତିକୁ ନେଇ ପୂର୍ବରୁ ଦମ୍ପତିଙ୍କ ମଧ୍ୟରେ ସଦାବେଳେ ଗଣ୍ଡଗୋଳ ଲାଗି ରହୁଥିଲା । ଏହି କାରଣରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ