ETV Bharat / state

ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ: 2 ମୃତ, ଜଣେ ଗୁରୁତର

author img

By

Published : Jan 17, 2022, 7:09 AM IST

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । 2 ବାଇକ ଆରୋହୀଙ୍କ ମୃତ୍ୟୁ ସହ ଜଣେ ଗୁରୁତର । ଅଧିକ ପଢନ୍ତୁ

ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ: 2 ମୃତ, ଜଣେ ଗୁରୁତର
ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ: 2 ମୃତ, ଜଣେ ଗୁରୁତର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ୨୬ ନଂ ଜାତୀୟ ରାଜପଥ ଉତ୍କେଲା କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ । ଘଟଣାସ୍ଥଳରେ 2 ମୃତ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଥିବା ସୂଚନା ।

ଖବର ଅନୁଯାୟୀ, ଗୋଟିଏ ବାଇକରେ ୩ ଜଣ କେସିଙ୍ଗା ପଟୁ ଭବାନୀପାଟଣାକୁ ଯାଉଥିଲେ । ଏହି ସମୟରେ ଉତ୍କେଲା କଲେଜ ସମ୍ମୁଖ ବୁଲାଣିରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲେ ବାଇକ । ଫଳରେ ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଜଣେ ଗୁରୁତର ଆହତ ହୋଇଛନ୍ତି ।ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ମୃତକ ୨ ଜଣ ନିଶାନ ଦାସ ଓ ଚତୁର୍ଭୁଜ ସରାଫ ଏବଂ ଗୁରୁତର ଯୁବକ ଜଣକ ଅଶୋକ ନାଏକ ବୋଲି ତାଙ୍କ ବ୍ୟାଗରୁ ମିଳିଥିବା କାଗଜପତ୍ରରୁ ପୋଲିସ ଜାଣିବାକୁ ପାଇଥିବା ପ୍ରକାଶ କରିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.