ETV Bharat / state

ଶ୍ରମିକ ପରିବାରକୁ କ୍ଷତିପୂରଣ ଦାବି, ବେଦାନ୍ତ ସମ୍ମୁଖରେ ଗାଁଲୋକଙ୍କ ହୋହଲ୍ଲା - ବେଦାନ୍ତ କମ୍ପାନୀ ସମ୍ମୁଖରେ ଉତ୍ତେଜନା

ବେଦାନ୍ତ କମ୍ପାନୀର ଗେଟ ସମ୍ମୁଖରେ ସ୍ଥାନୀୟ ଗ୍ରାମବାସୀଙ୍କ ହୋହଲ୍ଲା । କମ୍ପାନୀରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ହୋହାଲ୍ଲା କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

କ୍ଷତିପୂରଣ ଦାବିରେ ବେଦାନ୍ତ କମ୍ପାନୀ ସମ୍ମୁଖରେ ଗ୍ରାମବାସୀଙ୍କ ହୋହାଲ୍ଲା

author img

By

Published : Dec 15, 2021, 7:40 AM IST

ଝାରସୁଗୁଡ଼ା: ଜିଲ୍ଲାସ୍ଥିତ ବେଦାନ୍ତ କମ୍ପାନୀର ଗେଟ ସମ୍ମୁଖରେ ଗ୍ରାମବାସୀଙ୍କ ଉତ୍ତେଜନା । କମ୍ପାନୀରେ କାର୍ଯ୍ୟ କରୁଥିବା ସମୟରେ ଜଣେ ଶ୍ରମିକଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଭୁର୍କାମୁଣ୍ଡା ଗ୍ରାମବାସୀ କମ୍ପାନୀର ଗେଟ୍ ନମ୍ବର-1 ସାମ୍ନାରେ ମୃତଦେହ ରଖି ହୋହଲ୍ଲା କରିଛନ୍ତି ।

କ୍ଷତିପୂରଣ ଦାବିରେ ବେଦାନ୍ତ କମ୍ପାନୀ ସମ୍ମୁଖରେ ଗ୍ରାମବାସୀଙ୍କ ହୋହାଲ୍ଲା

ସୂଚନାଯୋଗ୍ୟ, ଶ୍ରମିକ ଜଣକ ବେଦାନ୍ତର ଠିକା କମ୍ପାନୀରେ କାମ କରୁଥିବା 35 ବର୍ଷୀୟ ସୁମନ୍ତ ବଢେଇ l ସୁମନ୍ତଙ୍କ ମୃତ୍ୟୁ କାର୍ଯ୍ୟସ୍ଥଳରେ ହୋଇଥିବାରୁ ତାଙ୍କ ପରିବାରବର୍ଗଙ୍କୁ କମ୍ପାନୀ କର୍ତ୍ତୃପକ୍ଷ 25 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଗ୍ରାମବାସୀ ଦାବି କରୁଛନ୍ତି । ସେପଟେ ସୁମନ୍ତଙ୍କ ମୃତ୍ୟୁ ଦୁର୍ଘଟଣାରୁ ନୁହେଁ ବରଂ ସ୍ୱାଭାବିକ ମୃତ୍ୟୁ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି l

ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଛି । ପୋଲିସ ଉପସ୍ଥିତିରେ କମ୍ପାନୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.