ETV Bharat / state

ସୁଯୋଗ ମିଳିଲେ ମୁଁ ନିଶ୍ଟୟ ଝାରସୁଗୁଡ଼ା ନେତୃତ୍ୱ ନେବି: ଦିପାଳୀ

author img

By

Published : Oct 10, 2022, 6:44 PM IST

ରାଜନୀତିକୁ ଓହ୍ଲାଇବେ କି ନବ ଦାସଙ୍କ ଝିଅ । ଲଢିବେ କି ୨୦୨୪ ସାଧାରଣ ନିର୍ବାଚନ । ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଥିବା ବେଳେ ସୁଯୋଗ ମିଳିଲେ ମୁଁ ନିଶ୍ଟୟ ଝାରସୁଗୁଡ଼ା ନେତୃତ୍ୱ ନେବି ବୋଲି କହିଛନ୍ତି ଦିପାଳୀ । ଅଧିକ ପଢନ୍ତୁ

ସୁଯୋଗ ମିଳିଲେ ମୁଁ ନିଶ୍ଟୟ ଝାରସୁଗୁଡ଼ା ନେତୃତ୍ୱ ନେବି: ଦିପାଳୀ
ସୁଯୋଗ ମିଳିଲେ ମୁଁ ନିଶ୍ଟୟ ଝାରସୁଗୁଡ଼ା ନେତୃତ୍ୱ ନେବି: ଦିପାଳୀ

ଝାରସୁଗୁଡା: ୨୦୨୪ ସାଧାରଣ ନିର୍ବାଚନ ନେଇ ଏବେଠାରୁ ଆରମ୍ଭ ହେଲାଣି ଅଙ୍କକଷା । ଝାରସୁଗୁଡ଼ା ବିଧାନସଭା ଆସନରେ ନବ ଦାସ ପୁଣିଥରେ ଲଢ଼ିବେ ନା’ ତାଙ୍କ ଝିଅ ଦିପାଳୀ ଏଠାରୁ ପ୍ରତିଦ୍ବନ୍ଦ୍ବିତା କରିବେ ତାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏନେଇ ରବିବାର ମନ୍ତ୍ରୀ ନବ ଦାସଙ୍କୁ ଗଣମାଧ୍ୟମ ବିଭିନ୍ନ ପ୍ରଶ୍ନ କରିବା ବେଳେ ସେ କହିଥିଲେ ଯେ ଦୀପାଳି ନିର୍ବାଚନ ଲଢ଼ିବେ କି ନାହିଁ ତାହା ଲୋକେ ନିଷ୍ପତ୍ତି ନେବେ ।

ନବ ଦାସଙ୍କ ଏପରି ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ସୁଯୋଗ ମିଳିଲେ ମୁଁ ନିଶ୍ଚିନ୍ତ ଲଢିବି ବୋଲି କହିଛନ୍ତି ଝିଅ ଦିପାଳୀ ଦାସ । ସେ କହିଛନ୍ତି ଯେ, ''ଯଦି ଲୋକଙ୍କ ସେବା ପାଇଁ ମତେ ସୁଯୋଗ ମିଳିବ ଓ ଝାରସୁଗୁଡ଼ାବାସୀ ଚାହିଁବେ ତେବେ ମୁଁ ନିଶ୍ଚୟ ଝାରସୁଗୁଡ଼ା ନେତୃତ୍ୱ ନେବି, ମୁଁ ସବୁବେଳେ ନାରୀ ମାନଙ୍କ ପାଇଁ କାମ କରି ଆସୁଛି, ଯଦି ମୋତେ ସୁଯୋଗ ମିଳିବ ତେବେ ମୁଁ ସମାଜ ପ୍ରତି ଆହୁରି ଅଧିକରୁ ଅଧିକ ସେବା କରିପାରିବି । '' ଆଜି(ସୋମବାର) ପାହାଡ଼ିମନ୍ଦିର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଣମାଧ୍ୟମକୁ ଏପରି ପ୍ରତିକ୍ରିୟା ଦେଇଛନ୍ତି ଦିପାଳୀ ।

ରବିବାର ଚିଠୁଆପଡାରେ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଶୁଭ ଦେବାକୁ ଆସି ଏକ ସାଧାରଣ ସଭାରେ ଅଭିଭାଷଣ ଦେବା ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଥିଲେ, '' ଝିଅ ଦିପାଳୀ ଆଗକୁ ଝାରସୁଗୁଡ଼ାବାସୀଙ୍କ ଜନପ୍ରତିନିଧି ହୋଇପାରନ୍ତି । ନାରୀଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରିବା ଏବଂ ପ୍ରଥମ ସ୍ଥାନ ଦେବା ପାଇଁ ବିଜେଡି ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ଲୋକେ ବିଚାର କରିବେ ଝିଅ ଦିପାଳୀ ନିର୍ବାଚନ ମଇଦାନରେ ରହିବ କି ନାହିଁ । ତେଣୁ ଏଥିପାଇଁ ଦଳର ସୁପ୍ରିମୋ ମଧ୍ୟ ନିଷ୍ପତ୍ତି ନେବେ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ଅଧିକ ଗୁରୁତ୍ବ ଦେଉଛନ୍ତି । ତେଣୁ ଆଗାମୀ ପୀଢ଼ିରେ ମହିଳାମାନେ ସମାଜର ନେତୃତ୍ବ ନେବେ ଏବଂ ଅନ୍ୟ ଯାଗାରେ ମଧ୍ୟ ନେତୃତ୍ବ ନେବେ । ''

ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ରାଜନୀତିରୁ ଅବସର ନେବାକୁ ଏକ ପ୍ରକାର ଇସାରା କରିଛିନ୍ତି । ସେ କହିଛନ୍ତି ଯେ, ''ଲୋକଙ୍କ ସେବା କରିବା ପାଇଁ କୌଣସି ପଦ ପଦବୀର ଆବଶ୍ୟକତା ନାହିଁ । ଯଦି ମୋ ଦଳୀୟ ସୁପ୍ରିମୋ ଚାହିଁବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହିଁବେ ସେ ଯାହା ବି କହିବେ ତାହା ମୁଁ ନିଶ୍ଚୟ କରିବି ବୋଲି ପ୍ରକାଶ କରିବା ସହ ମୁଁ ମନ୍ତ୍ରୀ ଥାଏ କି ନଥାଏ ଲୋକଙ୍କ ସେବା କରୁଥିବି ।"

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.