ETV Bharat / state

ସ୍ବର୍ଗତ ବିଧାୟକଙ୍କୁ ସମ୍ମାନ ଜଣାଇ ବାତିଲ ହେଲା ଜିଲ୍ଲା ମହୋତ୍ସବ ଦୁଲଦୁଲି - ଝାରସୁଗୁଡା ପ୍ରତିଷ୍ଠା ଦିବସ ବାତିଲ

ସ୍ବର୍ଗତ କିଶୋର ମହାନ୍ତିଙ୍କୁ ସମ୍ମାନ ଜଣାଇ ବାତିଲ ହେଲା ଝାରସୁଗୁଡା ପ୍ରତିଷ୍ଠା ଦିବସ । ଅଧିକ ପଢନ୍ତୁ

ସ୍ବର୍ଗତ ବିଧାୟକଙ୍କୁ ସମ୍ମାନ ଜଣାଇ ବାତିଲ ହେଲା ଜିଲ୍ଲା ମହୋତ୍ସବ ଦୁଲଦୁଲି

author img

By

Published : Jan 1, 2022, 7:45 PM IST

ଝାରସୁଗୁଡା: ଆଜି(ଶନିବାର) ଝାରସୁଗୁଡ଼ା ପ୍ରତିଷ୍ଠା ଦିବସ । ହେଲେ ସ୍ବର୍ଗତ ବିଧାୟକ କିଶୋର ମହାନ୍ତିଙ୍କୁ ସମ୍ମାନ ଜଣାଇ ଦୁଲଦୁଲି ମହୋତ୍ସବକୁ ବାତିଲ୍ କରାଯାଇଛି । ତେବେ ଗତ ଗୁରୁବାର ପୂର୍ବତନ ବାଚସ୍ପତି ତଥା ଝାରସୁଗୁଡାର ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଥିଲା ।

ସ୍ବର୍ଗତ ବିଧାୟକଙ୍କୁ ସମ୍ମାନ ଜଣାଇ ବାତିଲ ହେଲା ଜିଲ୍ଲା ମହୋତ୍ସବ ଦୁଲଦୁଲି
୧୯୯୪ରେ ପ୍ରତିଷ୍ଠା ହୋଇଥିଲା ଝାରସୁଗୁଡା ଜିଲ୍ଲା । ଏହାର ମୁଖ୍ୟ ଜନନାୟକ ଥିଲେ ସ୍ବର୍ଗତ କିଶୋର ମହାନ୍ତି । ତାଙ୍କ ପ୍ରଚେଷ୍ଟା ଏବଂ ଜିଲ୍ଲାବାସୀଙ୍କ ସହାୟତା ବଳରେ ଝାରସୁଗୁଡ଼ାକୁ ଏକ ସ୍ବତନ୍ତ୍ର ପରିଚୟ ମିଳିଥିଲା । ଜିଲ୍ଲାର ପ୍ରଥମ ବିଧାୟକ ଭାବେ ମଧ୍ୟ କୃତିତ୍ବ ଅର୍ଜନ କରିଥିଲେ । ଝାରସୁଗୁଡ଼ାରୁ ୩ଥର ଓ ବ୍ରଜରାଜନଗରରୁ ଥରେ ବିଧାୟକ ଏବଂ ବାଚସ୍ପତି ଭଳି ପଦବୀ ପ୍ରାପ୍ତ କରି ଜିଲ୍ଲାର ଗୌରବ ଅର୍ଜନ କରିଥିଲେ । ଝାରସୁଗୁଡ଼ାର ବିକାଶ କ୍ଷେତ୍ରରେ ମଧ୍ୟ ତାଙ୍କର ଅତୁଳନୀୟ ଭୂମିକା ରହିଛି । ଝାରସୁଗୁଡ଼ାକୁ ଶିଳ୍ପ ସମୃଦ୍ଧ କରି ରାଜ୍ୟ ତଥା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲେ ।ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.