ETV Bharat / state

ଧରାପଡିଲା ଛତିଶଗଡ ପୋଲିସର ଦାଦାଗିରି, ଚାଷୀଙ୍କୁ ଧାନ ଫେରସ୍ତ

author img

By

Published : Dec 12, 2019, 12:26 PM IST

ମନୋଜ ମେହେରର ଧାନକୁ ଫେରାଇଲା ଛତିଶଗଡ ପୋଲିସ । ପ୍ରତ୍ୟାହୃତ ହେଲା ରାସ୍ତାରୋକ । ଅଧିକ ପଢନ୍ତୁ...

ଧରାପଡିଲା ଛତିଶଗଡ ପୋଲିସର ଦାଦାଗିରି: ଚାଷୀଙ୍କୁ ଧାନ ଫେରସ୍ତ

ଝାରସୁଗୁଡା: ଶେଷରେ ଧରାପଡିଲା ଛତିଶଗଡ ପୋଲିସର ଦାଦାଗିରି । ମନୋଜ ମେହେରର ଧାନକୁ ଫେରାଇଲା ଛତିଶଗଡ ପୋଲିସ । ଏହାପରେ ପ୍ରତ୍ୟାହୃତ ହୋଇଛି ରାସ୍ତାରୋକ ।

ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ସୀମାନ୍ତ କନକତୋରା ଗ୍ରାମର ଭାଗ ଚାଷୀ ମନୋଜ ମେହେର ଚାଷ ଜମିରୁ ଅମଳ ଧାନକୁ ଘରକୁ ନେବା ସମୟରେ ଓଡିଶା ସୀମା ଭିତରକୁ ଗତ ଶନିବାର ପଶି ଆସିଥିଲା ଛତିଶଗଡ ପୋଲିସ । ନାଲି ଆଖି ଦେଖାଇବା ସହ ଦାଦାଗିରି କରି 38ବସ୍ତା ଧାନ ଜବତ କରି ନେଇଥିଲା ଓ ମନୋଜକୁ ନେଇ ଜୁଟମିଲ ଥାନାରେ ରଖିଥିଲେ । ସେହି ରାତ୍ରୀରେ ମନୋଜକୁ ଛତିଶଗଡ ପୋଲିସ ଛାଡିଥିଲେ ମଧ୍ୟ ଧାନକୁ ନଫେରାଇଥିବାରୁ ଛତିଶଗଡ ପୋଲିସର ଜୁଲୁମ ପ୍ରତିବାଦରେ ବୁଧବାର ସୀମାନ୍ତରେ ଚାଷୀମାନେ ରାୟଗଡ ସହରକୁ ସଂଯୋଗ କରୁଥିବା କନକତୋରା-ଏକତାଳ ରାସ୍ତା ଅବରୋଧ କରିଥିଲେ ।

ଝାରସୁଗୁଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ଓ ଅତିରିକ୍ତ ଏସପି ଆନ୍ଦୋଳନକାରୀଙ୍କ ନିକଟକୁ ଯାଇ ଉତ୍ତ୍ୟକ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଝାରସୁଗୁଡା ଜିଲ୍ଲାପାଳ, ରାୟଗଡ ଜିଲ୍ଲାପାଳ ଓ ଏସପିଙ୍କ ସହିତ ଫୋନରେ କଥା ହେବା ପରେ ରାୟଗଡ ଜିଲ୍ଲାର ଏକତାଲର ସରପଞ୍ଚ ଚନ୍ଦ୍ର ଶେଖର ସିଦାରଙ୍କ ନେତୃତ୍ବରେ ଏକ ପ୍ରତିନିଧି ରାୟଗଡ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଏହା ପରେ ଜୁଟମିଲ ଥାନା ଆଇଆଇସିଙ୍କ ସହ ରାୟଗଡ କୋର୍ଟକୁ ଯାଇ କୋର୍ଟରେ ଲିଖିତ ଅଭିଯୋଗ ଦେଇଥିଲେ ।

ରାୟଗଡ କୋର୍ଟର ନିର୍ଦ୍ଦେଶରେ ମନୋଜ ମେହେରଙ୍କ 38 ବସ୍ତା ଧାନ ଓ ଗାଡିକୁ ବିଳମ୍ବିତ ରାତିରେ ଛଡାଯିବା ସହ ସୀମାନ୍ତକୁ ଆସି ଭାଗଚାଷୀ ମନୋଜକୁ ଏହା ହସ୍ତାନ୍ତର କରିଥିଲେ । ଶେଷରେ ରାସ୍ତା ଅବରୋଧ ହଟିଥିଲା।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:ଛତିଶଗଡ ପୋଲିସର ଦାଦାଗିରି ଶେଷରେ ଧରାପଡିଲା, ମନୋଜ ମେହେରର ଧାନକୁ ଫେରାଇଲା ଛତିଶଗଡ ପୋଲିସ, ରାସ୍ତା ରୋକ ପ୍ରତ୍ୟାହୃତ ।ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ସୀମାନ୍ତ କନକତୋରା ଗ୍ରାମର ଭାଗଚାଷୀ ମନୋଜ ମେହେର ଚାଷ ଜମିରୁ ଅମଲ ଧାନକୁ ଘରକୁ ନେବା ସମୟରେ ଓଡିଶା ସୀମା ଭିତରକୁ ଗତ ଶନିବାର ପଶି ଆସି ଛତିଶଗଡ ପୋଲିସ ନାଲି ଆଖି ଦେଖାଇବା ସହ ଦାଦାଗିରି କରି ୩୮ ବସ୍ତା ଧାନୁ ଜବତ କରି ନେଇଥିଲା ଓ ମନୋଜକୁ ନେଇ ଜୁଟମିଲ ଥାନାରେ ରଖିଥିଲେ । ସେହି ରାତ୍ରୀରେ ମନୋଜକୁ ଛତିଶଗଡ ପୋଲିସ ଛାଡିଥିଲେ ମଧ୍ୟ ଧାନକୁ ନଫେରାଇଥିବାରୁ ଛତିଶଗଡ ପୋଲିସର ଜୁଳୁମ ପ୍ରତିବାଦରେ ଗତ କାଲି ସୀମାନ୍ତରେ ଚାଷୀମାନେ ରାୟଗଡ ସହର କୁ ସଂଯୋଗ କରୁଥିବା କନକତୋରା-ଏକତାଳ ରାସ୍ତା ଅବରୋଧ କରିଥିଲେ । ଝାରସୁଗୁଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲ୍ଲାପାଳ ଓ ଅତିରିକ୍ତ ଏସପି ଆନ୍ଦୋଳନକାରୀଙ୍କ ନିକଟକୁ ଯାଇ ଉତ୍ତ୍ୟକ୍ତ ଚାଷୀ ଙ୍କ ଆଲୋଚନା କହଥିଲେ । ଝାରସୁଗୁଡା ଜିଲ୍ଲାପାଳ ରାୟଗଡ ଜିଲ୍ଲାପାଲ ଓ ଏସପିଙ୍କ ସହିତ ଫେ ।ନରେ କଥା ହେବା ପରେ ଛତିଶଗଡର ରାୟଗଡ ଜିଲ୍ଲାର ଏକତାଲର ସରପଞ୍ଚ ଚନ୍ଦ୍ର ଶେଖର ସିଦାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ରାୟଗଡ ଜିଲ୍ଲାପାଳଙ୍କୁ ଭେଟିବା ପରେ ଜୁଟମିଲ ଥାନା ଆଇଆଇସି ଙ୍କ ସହ ରାୟଗଡ କୋର୍ଟକୁ ଯାଇ କୋର୍ଟରେ ଲିଖିତ ଦେଇଥିଲେ । ରାୟଗଡ କୋର୍ଟର ନିର୍ଦ୍ଦେଶରେ ମନୋଜ ମେହେରର ୩୮ ବସ୍ତା ଧାନ ଓ ଗାଡିକୁ ବିଳମ୍ବିତ ରାତିରେ ଛଡାଯିବା ସହ ସୀମାନ୍ତକୁ ଆସି ଭାଗଚାଷୀ ମନୋଜକୁ ହସ୍ତାନ୍ତର କରିଥିଲେ । ଶେଷରେ ରାସ୍ତା ଅବରୋଧ ହଟିଥିଲା ।
ବାଇଟ1:ମନୋଜ ମେହେର, ଭାଗ ଚାଷୀ, କନକ ତୋରା ।
ବାଇଟ2- ମୋତିଲାଲ ଦାସ, କନକ ତୋରା,ଗ୍ରାମବାସୀBody:...Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.