ETV Bharat / state

ଯାଜପୁରରେ ଆରମ୍ଭ ହେଲା ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର

ଷ୍ଟୁଡେଣ୍ଟ ଟ୍ରାଫିକ୍ ସ୍କଲାରସିପ ସ୍କିମ୍  ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ପରିସରରେ ଉଦଘାଟନ ହୋଇଯାଇଛି । ଯାଜପୁର ଏସପି ଚରଣ ସିଂ ମୀନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ 20 ଜଣ ସ୍ଥାନୀୟ ଅଞ୍ଚଳର କଲେଜ ଛାତ୍ରଙ୍କୁ ଟ୍ରାଫିକ୍ ଭଲ୍ୟୁଣ୍ଟର ଭାବେ ନିୟୋଜନ କରାଯାଇଛି ।

author img

By

Published : Nov 15, 2019, 8:03 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ଯାଜପୁର: ଷ୍ଟୁଡେଣ୍ଟ ଟ୍ରାଫିକ୍ ସ୍କଲାରସିପ ସ୍କିମ୍ ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ପରିସରରେ ଉଦଘାଟନ ହୋଇଯାଇଛି । ଶୁକ୍ରବାର ଏହି ଉଦଘାଟନୀ ଉତ୍ସବରେ ଯାଜପୁର ଏସପି ଚରଣ ସିଂ ମୀନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରା ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଯାଜପୁର

ପ୍ରଥମ ପର୍ଯ୍ୟାୟରେ 20 ଜଣ ସ୍ଥାନୀୟ ଅଞ୍ଚଳର କଲେଜ ଛାତ୍ରଙ୍କୁ ଟ୍ରାଫିକ୍ ଭଲ୍ୟୁଣ୍ଟର ଭାବେ ନିୟୋଜନ କରାଯାଇଛି । ସେମାନଙ୍କୁ କଳିଙ୍ଗନଗର ଶିଳ୍ପାଞ୍ଚଳର ଦୁର୍ଘଟଣା ପ୍ରବଣ ଓ ଜନଗହଳି ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ଦାୟିତ୍ଵ ଦିଆଯାଇଛି ।

କାର୍ଯ୍ୟକ୍ରମରେ ସମସ୍ତ ଶିଳ୍ପ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା, ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଜିଲ୍ଲାର ଅନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଖୁବଶୀଘ୍ର ଏହି ଯୋଜନାରେ ଛାତ୍ରମାନଙ୍କୁ ସଚେତନତା ପାଇଁ ନିୟୋଜିତ କରାଯିବ ବୋଲି ଏସପି ମୀନା ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Slug-- student trafic scholarship scheme
Format-avo
Reporter-Gyanaranjan ojha
Place-Jajpur
Date-15.11.2019
ଆଙ୍କର-ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ପରିସରରେ ଷ୍ଟୁଡେଣ୍ଟ ଟ୍ରାଫିକ୍ ସ୍କଲାରସିପ ସ୍କିମ ଉଦଘାଟନ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଯାଜପୁର ଏସ୍ ପି ଚରଣ ସିଂ ମୀନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ 20 ଜଣ ସ୍ଥାନୀୟ ଅଞ୍ଚଳର କଲେଜ ଛାତ୍ରଙ୍କୁ ଟ୍ରାଫିକ୍ ଭଲେଣ୍ଟିଓର ଭାବେ ନିୟୋଜନ କରାଯାଇଥିବା କଳିଙ୍ଗନଗର ଶିଳ୍ପାଞ୍ଚଳର ଦୁର୍ଘଟଣା ପ୍ରବଣ ଓ ଜନଗହଳି ଅଞ୍ଚଳରେ ଏମାନଙ୍କୁ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ଦାୟିତ୍ଵ ଦିଆଯାଇଛି। କାର୍ଯ୍ୟକ୍ରମରେ ସମସ୍ତ ଶିଳ୍ପ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା, ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ଛାତ୍ର ଛାତ୍ରୀ ଓ ବୁଦ୍ଧିଜିବୀ ଯୋଗ ଦେଇଥିଲେ। ଜିଲାର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଖୁବ୍ ଶୀଘ୍ର ଏହି ଯୋଜନାରେ ଛାତ୍ର ମାନଙ୍କୁ ଲୋକ ସଚେତନ କରିବା ପାଇଁ ନିଯୋଜିତ କରାଯିବ ବୋଲି ଏସ୍ ପି ଶ୍ରି ମୀନା ସୂଚନା ଦେଇଛନ୍ତିBody:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.