ETV Bharat / state

ବିନା ଥଇଥାନରେ ଜମି ଉଚ୍ଛେଦ ନୋଟିସ, ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ସ୍ଥାନୀୟ ଲୋକେ

author img

By

Published : Sep 24, 2022, 7:30 PM IST

ଦାରିଦ୍ର୍ୟ ଦୂରିକରଣ ଯୋଜନାରେ ଆଦିବାସୀମାନଙ୍କୁ ପାଞ୍ଚ ଏକର ଜମି ଦିଆଯାଇଥିଲା । ଏବେ ସରକାର ଜମି ଉଚ୍ଛେଦ ପାଇଁ ସେମାନଙ୍କୁ ବିନା ଥଇଥାନରେ ନୋଟିସ ଜାରି କରିଛନ୍ତି । ଅଧିକ ପଢନ୍ତୁ

ବିନା ଥଇଥାନରେ ଜମି ଉଚ୍ଛେଦ ନୋଟିସ, ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ସ୍ଥାନୀୟ ଲୋକ

ଯାଜପୁର: ଆଦିବାସୀଙ୍କ ପ୍ରତି ସରକାରଙ୍କ ଚଞ୍ଚକତା ମନୋଭାବ । ଦାରିଦ୍ର୍ୟ ଦୂରିକରଣ ଯୋଜନାରେ ପାଞ୍ଚ ଏକର ଜମି ଦିଆଯାଇଥିଲା । ସେହି ଜମି ଉପରେ ନିର୍ଭର କରି ଚଳୁଥିଲେ ଆଦିବାସୀମାନେ । ହେଲେ ସରକାର ଏବେ ସେ ଜମିକୁ ଘରୋଇ କାରଖାନାକୁ ଦେବା ପାଇଁ ଆଦିବାସୀମାନଙ୍କର ଥଇଥାନ ବ୍ୟବସ୍ଥା ନକରି ଜମି ଉଚ୍ଛେଦ ପାଇଁ ନୋଟିସ ଜାରି କରିଛନ୍ତି । ଏନେଇ ଆଦିବାସୀମାନେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଭେଟି ଉପଯୁକ୍ତ କ୍ଷତି ପୂରଣ ସହିତ ଥଇଥାନ ନିମନ୍ତେ ଦାବି ପତ୍ର ଦେଇଛନ୍ତି ।

ତେବେ ଦାବି ପତ୍ର ଦେବାକୁ ଆସିଥିବା ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, "22 ରୁ ଉର୍ଦ୍ଧ୍ବ ପରିବାର ଅଛନ୍ତି । ତାଙ୍କର ଜୀବନ ଜୀବିକା ଭାତ ହାଣ୍ଡି କହିଲେ ଏହି ଜମିକୁ ବୁଝାଇଥାଏ । ସେ ଜମିକୁ ସରକାର ଚଞ୍ଚକତା କରି ଜିଲ୍ଲା ପ୍ରଶାସନ କଳିଙ୍ଗ ନଗର ଶିଳ୍ପାଞ୍ଚଳ ଉଦ୍ଦେଶ୍ୟରେ ନେଇ ଯାଇଛି । ସେଠାକାର ସମସ୍ତ ବାସିନ୍ଦା ଦୀର୍ଘ ବର୍ଷ ଧରି ନିଜର ପେଟ ପାଟଣା ସେ ଜମିରୁ ହିଁ ଯୋଗାଡ କରୁଥିଲେ । ସେ ଜମିକୁ ଏବେ ବଳ ପୂର୍ବକ ଛଡାଇ ନିଆଯାଉଛି । ଦେଶର ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ସରକାର ଜମି ନିଅନ୍ତୁ । ଜମି ନେବା ବଦଳରେ ବାସସ୍ଥାନ ସହିତ ଥଉଥାନ ଦିଆଯାଉ ତା ପରେ ସରକାର ଜମି ଅଧିଗ୍ରହଣ କରାଯାଉ ।"

ଏବାବଦରେ ସୂଚନାଧିକାରୀ କର୍ମୀ କାଳନ୍ଦୀ ମଲ୍ଲିକ କହିଛନ୍ତି, "ଶିଳ୍ପାଞ୍ଚଳର ଜଖପୁରା ମୌଜା ୧୯୭୦ ମସିହାର ଭୂମି ହୀନ ପରିବାରଙ୍କୁ ସରକାରଙ୍କ ଦାରିଦ୍ର୍ୟ ଦୂରିକରଣ ଯୋଜନାରେ ଜଣକୁ ପାଞ୍ଚ ଏକର ଜମି ଦିଆଯାଇଥିଲା । ଜମିର ବିକାଶ କରିବା ପାଇଁ ମଧ୍ୟ ଲୋକମାନଙ୍କୁ ଆର୍ଥିକ ସହାୟତା ଦିଆଯାଇଥିଲା । ୧୯୯୦ ପରେ ସେ ଜମି ଅଧିଗ୍ରହଣ କରାଯାଇଥିଲା । ସେଥିପାଇଁ ନା ଏମାନଙ୍କୁ ନୋଟିସ ହୋଇଛି ନା ଏମାନଙ୍କୁ କ୍ଷତି ପୂରଣ ଦିଆଯାଇଛି । ୧୯୯୫ ମସିହାରୁ ଯେତେବେଳେ ସୁକିନ୍ଦା ତହସିଲଦାର ଯାଜପୁରରେ ଥିଲେ ସେହି ସମୟରୁ ଏହି ଲୋକମାନେ ଅଭିଯୋଗ କରି ଆସୁଛନ୍ତି । କିନ୍ତୁ କେହି ତାଙ୍କ କଥା ଶୁଣିବାର ନାହିଁ । ସେ ୨୨ ପରିବାର ବର୍ତ୍ତମାନ ୬୮ ନୂଆ ପରିବାର ହୋଇଛନ୍ତି ଏବଂ ୪୦୦ ଲୋକସଂଖ୍ୟା ସେମାନେ ମଧ୍ୟ ମିଳିତ ଭାବରେ ADM ମହୋଦୟଙ୍କୁ ତାଙ୍କୁ କ୍ଷତି ପୂରଣ ମିଳିବା ଏବଂ ଥଇଥାନ ଏକ ଦାବି ପତ୍ର ପ୍ରଦାନ କରୁଛନ୍ତି । କାରଣ ସେ ଜମି ଆଦିବାସମାନଙ୍କର ଜୀବନ ଜୀବିକା ରହିଥିଲା । ସରକାର ଏକଥାକୁ କର୍ଣ୍ଣପାତ ନକରିଲେ ଦୁଇ ପ୍ରକାର ଲଢେଇ ପାଇଁ ଆମେ ମାନସିକ ଭାବରେ ପ୍ରସ୍ତୁତ ହୋଇଛୁ । ଲୋକଙ୍କର ଲଢେଇ ଜାରି ରହିବ ମାଟି ଉପରେ ଏବଂ ଆଇନଗତ ଲଢେଇ ଜାରି ରହିବ କୋର୍ଟ କଚେରୀଯାଏଁ ।"

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.