ETV Bharat / state

ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ, ନିରାଶ ରୋଗୀ

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ହେଲେ ଆବଶ୍ୟକୀୟ ଚିକିତ୍ସା ନ ପାଇଁ ନିରାଶ ହୋଇ ଫେରିବାକୁ ପଡୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

author img

By

Published : Mar 3, 2022, 5:01 PM IST

ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମିଳୁନି ଉତ୍ତମ ସ୍ବାସ୍ଥସେବା : ନିରାଶ ହୋଇ ଫେରୁଛନ୍ତି ରୋଗୀ

ଯାଜପୁର : ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି । ହେଲେ ଆବଶ୍ୟକୀୟ ଚିକିତ୍ସା ନ ପାଇଁ ନିରାଶ ହୋଇ ଫେରିବାକୁ ପଡୁଥିବା ଅଭିଯୋଗ ହୋଇଛି ।

ଏହାବି ପଢନ୍ତୁ : ଭୂକମ୍ପରେ ଥରିଲା ନବରଙ୍ଗପୁର

ଦୁର୍ଘଟଣାର ଶିକାର ହୋଇ ଉନ୍ନତମାନର ଚିକିତ୍ସା ଆଶା କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସିଥିବା ରୋଗୀଙ୍କୁ ନିରାଶ ହେବାକୁ ପଡିଛି। କୁଆଖିଆ ମଧୁବନ ଅଞ୍ଚଳର ମହେନ୍ଦ୍ର ସାହୁ ଦୁର୍ଘଟଣାର ଶିକାର ହୋଇ ତାଙ୍କର ଜିଭ କଟି ଯାଇଥିଲା। ସେଠାରେ ତାଙ୍କର ଅପରେସନ ପାଇଁ ଆବଶ୍ୟକ ସୂତା ନ ଥିବାରୁ ତାଙ୍କର ଚିକିତ୍ସା ହୋଇ ନପାରିବା ସ୍ୱାସ୍ଥ୍ୟ ସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏଭଳି ସମସ୍ୟା ରହୁଛି । ତା ହେଲେ ରାଜ୍ୟର ଅନ୍ୟ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଭଳି ସମସ୍ୟା ରହିଥିବ ତାହା ଅନୁମାନ କରି ହେଉଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.