ETV Bharat / state

ମାଛ ଧରିବାକୁ ଯାଇ ପାରାଦ୍ବୀପରେ ୨ ବୋଟ ନିଖୋଜ ଘଟଣା, ଠାବ ହେଲେ ମତ୍ସ୍ୟଜୀବୀ - ମାଛ ଧରିବାକୁ ଯାଇ ପାରାଦ୍ବୀପରେ ୨ବୋଟ ନିଖୋଜ

ପାରାଦ୍ବୀପ ସମୁଦ୍ରରେ ୨ଟି ମାଛଧରା ବୋଟ୍ ନିଖୋଜ ଘଟଣା । ବୋଟରେ ଥିବା ୧୩ ମତ୍ସ୍ୟଜୀବୀଙ୍କ ପତ୍ତା ମିଳିଲା । ତେବେ ମତ୍ସୀଜୀବୀଙ୍କ ସହ ଯୋଗାଯୋଗ ହୋଇଥିବା ନେଇ ସୂଚନା । ଅଧିକ ପଢନ୍ତୁ

boat missing
boat missing
author img

By

Published : Jan 16, 2023, 9:59 AM IST

Updated : Jan 16, 2023, 11:21 AM IST

ପାରାଦ୍ବୀପ: ମାଛ ଧରିବାକୁ ଯାଇଥିବା ବେଳେ ୨ଟି ମାଛଧରା ବୋଟ ନିଖୋଜ ହୋଇଯାଇଥିଲେ । ତେବେ ଏହି ବୋଟରେ ମୋଟ ୧୩ଜଣ ମତ୍ସଜୀବୀ ରହିଥିବା ବେଳେ ସେମାନଙ୍କ ଖୋଜ ଖବର ମିଳିପାରି ନଥିଲା । ଘଟଣା ସମ୍ପର୍କରେ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ(ଓମ୍ଫା) ପକ୍ଷରୁ ଭାରତୀୟ ତଟରଖି ବାହିନୀ ଓ ନୌସେନାକୁ ଜଣାଇବା ପରେ ସମୁଦ୍ର ମଧ୍ୟରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ବର୍ତ୍ତମାନ ସେମାନଙ୍କ ସହ ଯୋଗାଯୋଗ ହୋଇଥିବା ବେଳେ ପାରାଦ୍ବୀପ ଅଭିମୁଖେ ଫେରୁଥିବା ସୂଚନା ।

ଏନେଇ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡା କହିଥିଲେ,"ଗତ 8 ତାରିଖ ଦିନ ଲଷ୍ମୀ ଦେବୀ ଓ କିନ୍ନରା ନାମକ 2ଟି ମାଛଧରା ବୋଟ ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିଲେ । ସମୁଦ୍ର ମଧ୍ୟରେ O.N.S.G ପକ୍ଷରୁ ଚାଲୁଥିବା ସର୍ଭେ ପାଇଁ କିଛି ଆବଶ୍ୟକ ସାମଗ୍ରୀ ସାଥିରେ ନେଇଥିଲେ । ସେମାନେ O.N.G.Cର ଜାହାଜ ବଙ୍ଗୋପସାଗରର ଉତ୍ତର ପଟ ଅର୍ଥାତ ବାଂଲାଦେଶ ଆଡକୁ 80 ନଟି ମାଇଲ ଦୂର ଯିବାପରେ 9 ତାରିଖ ଦିନ O.N.G.C ଜାହାଜ ନିକଟରେ ପହଞ୍ଚି ସାମଗ୍ରୀ ହସ୍ତାନ୍ତର କରିଥିଲେ। "

ଏହା ମଧ୍ୟ ପଢନ୍ତୁ: ଦ୍ବନ୍ଦ ଦୂର କଲେ ଏଫଆଇଏଚ ସଭାପତି, ବିର୍ସା ମୁଣ୍ଡା ବିଶ୍ବର ସବୁଠୁ ବଡ ହକି ଷ୍ଟାଡିୟମ

ଦୁଇଦିନ ଧରି ଜାହାଜରେ ଚାଲୁଥିବା ସର୍ଭେ କାର୍ଯ୍ୟରେ ସେମାନେ ସହଯୋଗ କରିବା ସହ 10 ତାରିଖ ରାତିରେ ସେଠାରୁ 2ଟି ଯାକ ବୋଟ ଅନ୍ୟତ୍ର ଚାଲି ଯାଇଥିଲେ । କିନ୍ତୁ 11 ତାରିଖରେ ଜାହାଜ ନିକଟରେ ବୋଟ ନପହଞ୍ଚିବାରୁ O.N.G.C ପକ୍ଷରୁ ବୋଟର ମାଲିକଙ୍କୁ ଜଣାଇ ଦିଆଯାଇଥିଲା । ବୋଟର ମାଲିକ ସେମାନଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେଥିରେ ସେ ବିଫଳ ହୋଇଥିଲେ । ଏହାପରେ ତଟରଖି ବାହିନୀଙ୍କୁ ଜଣାଯିବା ପରେ ତଟରଖି ବାହିନୀ ପକ୍ଷରୁ ସମୁଦ୍ର ଭିତରେ ଖୋଜାଖୋଜି ଆରମ୍ଭ କରାଯାଇଛି । ଦୁଇଟି ବୋଟର କୌଣସି ପତ୍ତା ମିଳିପାରୁ ନଥିବା ବେଳେ ୱାରର୍ଲେସ ଯୋଗାଯୋଗ ମଧ୍ୟ ସମ୍ଭବ ହୋଇପାରିନାହିଁ । ସେମାନେ କାଳେ ବାଂଲାଦେଶ ତଟରଖି ବାହିନୀ ହାତରେ ପଡ଼ିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଟ୍ରଲରରେ ଲାଗିଥିବା ଡିଏଟି ସିଷ୍ଟମକୁ ଯଦି ମତ୍ସ୍ୟଜୀବୀମାନେ ବ୍ୟବହାର କରିବା ଶିଖିଥାନ୍ତେ ତାହାଲେ ଉକ୍ତ ସିଷ୍ଟମ ଦ୍ବାରା ସେମାନଙ୍କ ରହଣୀ ସ୍ଥଳୀ ସମ୍ପର୍କରେ ଜଣାପଡିଥାନ୍ତା । ତେବେ ଆଜି ମତ୍ସଜୀବୀଙ୍କ ସହ ଯୋଗାଯୋଗ ହୋଇଥିବା ନେଇ OMFPA ସଭାପତିଙ୍କ ସୂଚନା ଦେଇଛନ୍ତି । ସେମାନେ ପାରାଦ୍ବୀପ ମାଛଧରା ଜେଟି ଅଭିମୁଖେ ଫେରୁଥିବା ସୂଚନା ।

ଇଟିିଭି ଭାରତ, ଜଗତସିଂହପୁର

Last Updated : Jan 16, 2023, 11:21 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.