ETV Bharat / state

ଦେବୀନଦୀରେ ବୁଡ଼ିଗଲେ 3ଯୁବକ: ଜଣେ ମୃତ, ଦୁଇ ଜଣ ନିଖୋଜ

author img

By

Published : Mar 27, 2023, 5:00 PM IST

ଦେବୀନଦୀରେ ଭାସିଗଲେ ତିନି ଜଣ ଯୁବକ । ଜଣେ ମୃତ, 2ଜଣ ଯୁବକ ନିଖୋଜ । ନିଖୋଜ ଯୁବକଙ୍କୁ ଖୋଜୁଛି ଅଗ୍ନିଶମବାହିନୀ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ଦେବୀନଦୀରେ ଭାସିଗଲେ ତିନି ଜଣ ଯୁବକ, ଜଣେ ଉଦ୍ଧାର ଦଇଜଣ ନିଖୋଜ

ଜଗତସିଂହପୁର: ନଦୀରେ ଗାଧୋଇବା ହେଲା କାଳ । ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ନଦୀରେ ଭାସିଗଲେ ତିନି ଯୁବକ । ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ 2ଜଣ ଯୁବକ ନିଖୋଜ ଅଛନ୍ତି । ତେବେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଦେବୀନଦୀରେ । ଜଗତସିଂହପୁର ଜିଲ୍ଲା ଆମ୍ବସାଳ ପଞ୍ଚୟାତ ଚନ୍ଦ୍ରପଡା ଗ୍ରାମର ତିନି ଯୁବକ ମାଛ ଗାଁ ନିକଟର ଥିବା ଦେବୀନଦୀରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଯୁବକଙ୍କୁ ଭାସିଯିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ଜଣେ ଯୁବକକୁ ଅଗ୍ନିଶମ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଯୁବକ ଜଣକ ଚନ୍ଦ୍ରପଡା ଗ୍ରାମର ବବୁଲ ବାରିକ ବୋଲି ଜଣାପଡିଛି । ଅନ୍ୟ ଦୁଇଜଣ ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଅଗ୍ନୀଶମ ବିଭାଗ ।

BJD Appoints Observers: ଧର୍ମେନ୍ଦ୍ରଙ୍କୁ ଚେକ ଦେବେ ପ୍ରଣବ, ପୁନର୍ଗଠନ ହେଲା ବିଜେଡି ପର୍ଯ୍ୟବେକ୍ଷକ ତାଲିକା

ମିଳିଥିବା ସୂଚନା ଅନୁଯାୟୀ ନାଉଗାଁ ବ୍ଲକ ଚନ୍ଦ୍ରପଡା ଗ୍ରାମର 3ଜଣ ଯୁବକ ସାଥୀ ହୋଇ ମାଛଗାଁ ନିକଟରେ ପ୍ରବାହିତ ହେଉଥିବା ଦେବୀନଦୀକୁ ଦିନ 11ଟା ସମୟରେ ଗାଧୋଇବାକୁ ଯାଇଥିଲେ । ତେବେ ଗ୍ରମବାସୀଙ୍କ ସୂଚନା ଅନୁଯାୟୀ ଗାଧେଇବା ପୂର୍ବରୁ ସେମାନେ କିଛି ନିଶା ଦ୍ରବ୍ୟ ସେବନ କରିଥିଲେ । ନିଶାର ପ୍ରଭାବରେ ଦୁଇଜଣ ଯୁବକ ନଦୀର ଗଭୀର ଜଳକୁ ଚାଲି ଯାଇଥିଲେ । ଯୁବକଙ୍କ ପାଟି ଶୁଣି ଗ୍ରାମଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ତେବେ ବବୁଲ ବାରିକ ଅଚେତ୍‌ ଅବସ୍ଥାରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଅଧିକ ପଢ଼ନ୍ତୁ: Covid Cases in India: 24 ଘଣ୍ଟାରେ 1803 ନୂଆ ପଜିଟିଭ ଚିହ୍ନଟ

ଅନ୍ୟପଟେ ନିଖୋଜ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ବନ୍ଧୁ ଘରକୁ ଆସିଥିବା ବେଳେ ସେ ନଦୀକୁ ଗାଧୋଇବାକୁ ଯାଇଥିଲା । ଦୁଇ ଜଣ ପାଣିରେ ଭାସିଯାଇଥିବା ବେଳେ ତାଙ୍କ ପତ୍ତା ମିଳୁ ନଥିବା ଜାଣି ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମାଛ ଗାଁ ନିକଟରେ ପ୍ରବାହିତ ଦେବୀ ପ୍ରବଳ ଗଭୀର ହୋଇଥିବା ଅଳ୍ପ କିଛି କିଲୋମିଟର ଦୂରରେ ନଦୀର ମୁଁହାଣ ରହିଛି । ଫଳରେ ଘଟଣା ଘଟିଥିବା ସ୍ଥାନରେ ନଦୀଟି ପ୍ରାୟ 40 ଫୁଟ ଗଭୀର ହୋଇଥିବା କାରଣରୁ ସେମାନଙ୍କୁ ଖୋଜିବା କଷ୍ଟକର ହୋଇ ପଡୁଥିବା ଅଗ୍ନିଶମ ବାହିନୀ କହିଛି । ଅଗ୍ନିଶମ ବାହିନୀ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.