ETV Bharat / state

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସରକାରୀ ବାବୁ - ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଛନ୍ତି ସରକାରୀ ବାବୁ

୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଛନ୍ତି ଜଣେ ସରକାରୀ ବାବୁ । ସରକାରୀ ବାବୁ ଜଣଙ୍କ ହେଉଛନ୍ତି ପଦ୍ମପୁର ଗୋଡାର ଆର୍‌ଆଇ । ଅଧିକ ପଢ଼ନ୍ତୁ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ସରକାରୀ ବାବୁ

author img

By

Published : Aug 5, 2023, 8:03 AM IST

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ସରକାରୀ ବାବୁ

ଜଗତସିଂହପୁର: ଜଣେ ବ୍ୟକ୍ତିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଛନ୍ତି ଜଣେ ସରକାରୀ ବାବୁ । ସରକାରୀ ବାବୁ ଜଣଙ୍କ ହେଉଛନ୍ତି ଜଣେ ଆର୍‌ଆଇ । ଅଭିଯୋଗ ଅନୁସାରେ ଅଭିଯୁକ୍ତ ଅଧିକାରୀ ଜଣକ ଜଣେ ବ୍ୟକ୍ତିଙ୍କର ଘର ପଟ୍ଟା Return on Revenue (ROR) କରିବା ପାଇଁ ୬ ହଜାର ଟଙ୍କା ଦାବି କରିଥିଲେ । ହେଲେ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ହାବୁଡ଼ରେ ପଡି ଜେଲ ଯିବାକୁ ପଡ଼ିଛି ସମ୍ପୃକ୍ତ ସରକାରୀ ବାବୁଙ୍କୁ ।

ଏହା ମଧ୍ୟ ପଢ଼ନ୍ତୁ...ଭିଜିଲାନ୍ସ ଜାଲରେ ପୋଲିସ ବାବୁ, ଲାଞ୍ଚ ନେଇ ଫସିଲେ IIC ଓ ASI

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗୋଡାର ରେଭେନ୍ୟୁ ଅଫିସର (RI) ନୃସିଂହ ଚରଣ ରାଉତ ଜଣେ ବ୍ୟକ୍ତିଙ୍କ ଘର ପଟ୍ଟା Return on Revenue (ROR) କରିବା ପାଇଁ ୬ ହଜାର ଟଙ୍କା ଦାବି କରିଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବାରମ୍ବାର ଆର୍‌ଆଇ କାର୍ଯ୍ୟାଳୟକୁ ଦୌଡ଼ିବା ପରେ ମଧ୍ୟ ଲାଞ୍ଚଖୋର ଆର୍‌ଆଇ ଜଣଙ୍କ ତାଙ୍କ କାମ କରିନଥିଲେ । ବାରମ୍ବାର ଦୌଡ଼ି କାମ ନହେବାରୁ ବ୍ୟକ୍ତି ଜଣଙ୍କ ଆର୍‌ଆଇଙ୍କୁ ଲାଞ୍ଚ ଟଙ୍କା ଦେବାକୁ ସ୍ଥିର କରିଥିଲେ । ଲାଞ୍ଚୁଆ ଆର୍‌ଆଇ ଜଣଙ୍କ ପ୍ରଥମେ ଦୁଇ ହଜାର ଟଙ୍କା ନେଇଥିଲେ । ହେଲେ ଅବଶିଷ୍ଟ ୪ ହଜାର ଟଙ୍କା ନଦେଲେ କାମ ହୋଇପାରିବ ନାହିଁ ବୋଲି ସିଧାସଳଖ କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଆୟର 500% ଅଧିକ ସମ୍ପତ୍ତି ଠୁଳ କରିଥିଲେ ଅତିରିକ୍ତ ଉପଜିଲ୍ଲାପାଳ, ବେନାମୀ ଆକାଉଣ୍ଟ ନେଇ ତନାଘନା

ଏଥିରେ ଅତିଷ୍ଠ ହୋଇ ସଂପୃକ୍ତ ବ୍ୟକ୍ତି ଜଣଙ୍କ କଟକ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ । ଏହାପରେ ଲାଞ୍ଚଖୋର ଆର୍‌ଆଇଙ୍କୁ ଧରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଭିଜିଲାନ୍ସ ବିଭାଗ । ପୂର୍ବ ଯୋଜନା ଅନୁସାରେ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ସମ୍ପୃକ୍ତ ବ୍ୟକ୍ତି ୪ ହଜାର ଟଙ୍କା ଅଭିଯୁକ୍ତ ଆର୍‌ଆଇ ନୃସିଂହ ଚରଣ ରାଉତଙ୍କୁ ଦେବାକୁ ଯାଇଥିଲେ । ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ କାବୁ କରି ନେଇଥିଲେ । ଅଭିଯୁକ୍ତ ଆର୍‌ଆଇଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ଭିଜିଲାନ୍ସ ଦ୍ବାରା ତାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଆର୍‌ଆଇଙ୍କ ପୈତୃକ ଘର କଣ୍ଟାପଡାରେ ମଧ୍ୟ ଭିଜିଲାନ୍ସ ଅଧିକାରୀ ମାନେ ରେଡ୍‌ କରିଥିବା ଖବର ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.