ETV Bharat / state

ଜମିବାଡି ବିବାଦରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ଅଟକ - ଜମିବାଡି ବିବାଦ

ଜମିଜମା ମାମଲାକୁ ନେଇ ଜଗତସିଂହପୁର ଜଗନ୍ନାଥ ପାଟଣାରେ ହତ୍ୟାକାଣ୍ଡ । କାଠ ଫାଳିଆରେ ପିଟି ପିଟି ବ୍ୟକ୍ତିଙ୍କୁ ହତ୍ୟା । ଅଧିକ ପଢ଼ନ୍ତୁ...

ହତ୍ୟାକାଣ୍ଡରେ ପରିଣତ ହେଲା ଜମିବାଡି ବିବାଦ
author img

By

Published : Oct 28, 2019, 12:08 PM IST

ଜଗତସିଂହପୁର: ଜିଲ୍ଲାର ରଘୁନାଥପୁର ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଜମିବାଡି ମାମଲାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ହତ୍ୟାକାଣ୍ଡରେ ପରିଣତ ହେଲା ଜମିବାଡି ବିବାଦ

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜଗନ୍ନାଥ ପାଟଣା ଗ୍ରାମର କେଦାର ସେଠୀ ଓ ଇନ୍ଦ୍ରମଣୀ ସେଠୀଙ୍କ ମଧ୍ୟରେ ପୂର୍ବରୁ ଜମିବାଡି ମାମଲା ନେଇ ବିବାଦ ଦେଖା ଯାଇଥିଲା। ସୋମବାର ସକାଳୁ ସକାଳୁ ଏହା ଉଗ୍ରରୂପ ଧାରଣ କରିଥିଲା। ଏହା ପରେ ଉତ୍ୟକ୍ତ ଇନ୍ଦ୍ରମଣି କାଠ ଫାଳିଆରେ କେଦାରଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ କେଦାରଙ୍କ ମୃତ୍ୟୁ ହୋଇଥିଲା।

ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାଠ ଫାଳିଆକୁ ଜବତ କରିବା ଅଭିଯୁକ୍ତଙ୍କୁ ଅଟକ ରଖିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ପଠାଇଛି ପୋଲିସ ।

ଜଗତସିଂହପୁରର ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲା ରଘୁନାଥପୁର ଥାନା ଅନ୍ତର୍ଗତ ଜଗନ୍ନଥପାଟଣା ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି। ଜମୀଜମା କୁ କେନ୍ଦ୍ରକରୀ ଜଣକୁ କାଠ ଫାଳିଆରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ପୋଲିସ ସୂଚନା ଅନୁସାରେ ଜଗନ୍ନାଥ ପାଟଣା ଗ୍ରାମର କେଦାରସେଠୀ ଓ ଇନ୍ଦ୍ରମଣୀ ସେଠୀ ଙ୍କ ମଧ୍ୟରେ ପୂର୍ବରୁ ଜମୀଜମାକୁ କେନ୍ଦ୍ରକରୀ ବିବାଦ ଦେଖା ଯାଇଥିଲା।ଆଜି ସକାଳୁ ସକାଳୁ ଏହା ଉଗ୍ରରୂପ ଧାରଣ କରିଥିଲା।ହଟାତ୍ ଏକ କାଠଫାଳିଆରେ ଇନ୍ଦ୍ରମଣୀ ସେଠୀ କେଦାର ସେଠୀ କୁ ଆକ୍ରର୍ମଣ କରିବା ଫଳରେ ଘଟଣା ସ୍ଥଳରେ କେଦାରର ମୃତ୍ୟୁ ହୋଇଥିଲା। ଖବରପାଇ ପୋଲିସ୍ ଘଟଣା ସ୍ଥଳରେ ପହଛି କାଠଫାଳିଆ କୁ ଜବତ କରିବା ସହିତ ଶବକୁ ବେବଛେଦ ପାଇଁ ଜଗତସିଂହପୁର ପଠାଇ ଅଭିଯୁକ୍ତ କୁ ଅଟକ ରଖିଛିBody:Formant AVO Conclusion:Report Susanta patra Jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.