ETV Bharat / state

ରାତି 10ଟା ପରେ ଜଗତସିଂହପୁରରେ ବାଜିବନି ଡିଜେ, ଡିଜେ ମାଲିକ ସଂଘର ନିଷ୍ପତି - ଜଗତସିଂହପୁରରେ ବାଜିବନି ଡିଜେ

ଡିଜେ ସାଉଣ୍ଟ ଉପରେ ନିଜ ଆଡୁ କଟକଣା ଲଗାଇଲା ଡିଜେ ମାଲିକ ସଂଘ । ରାତି 10ଟା ହେଲେ ଜିଲ୍ଲାରେ ବାଜିବ ନାହିଁ ଡିଜେ । ଅଧିକ ପଢନ୍ତୁ

DJ Owners Association meeting
DJ Owners Association meeting
author img

By

Published : Aug 1, 2023, 12:48 PM IST

ଜଗତସିଂହପୁର: ଏଣିକି ରାତି 10ଟା ହେଲେ ଜିଲ୍ଲାରେ ବାଜିବ ନାହିଁ ଡିଜେ । ହସ୍ପିଟାଲ, ସ୍କୁଲ, କଲେଜ, ଥାନା, କୋର୍ଟ ଓ ସରକାରୀ ଦପ୍ତର ନିକଟରେ ଡିଜେ ବାଜିବ ନାହିଁ । ଯଦି କେହି ନିୟମ ନମାନନ୍ତି ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ । ଏଭଳି ପଦକ୍ଷେପ ଗ୍ରହଣ କରିଛି ଜଗତସିଂହପୁର ଜିଲ୍ଲାର ଜଗନ୍ନାଥ ଟେଣ୍ଟ, ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘ ।

ଶନିବାର ଜିଲ୍ଲା ରାହାମାସ୍ଥିତ ଜିତ ମଣ୍ଡପରେ ଜଗନ୍ନାଥ ଟେଣ୍ଟ, ଲାଇଟ ଆଣ୍ଡ ସାଉଣ୍ଡ ମାଲିକ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ସଭାପତି ଶିଶିର କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ଜଗତସିଂହପୁର, ରଘୁନାଥପୁର , ତିର୍ତ୍ତୋଲ, କୁଜଙ୍ଗ, ପାରାଦ୍ୱୀପ ଓ ଜିଲ୍ଲାର ପାଖାପାଖି ୭୦ରୁ ଉର୍ଦ୍ଧ ଟେଣ୍ଟ,ଲାଇଟ ଓ ସାଉଣ୍ଡ ମାଲିକଙ୍କ ସମେତ ପଡୋଶୀ କେନ୍ଦ୍ରାପଡା ଜିଲ୍ଲାର ମାଲିକମାନେ ଏଥିରେ ଭାଗ ନେଇଥିଲେ।

ଶବ୍ଦ ପ୍ରଦ୍ୟୁଷଣ ରୋକିବା, ସଂସ୍ଥାରେ କାମ କରୁଥିବା କର୍ମଚାରୀ ଓ ମାଲିକ ମାନଙ୍କ ସୁରକ୍ଷା ସହ ସମାଜର କଲ୍ୟାଣ ପାଇଁ ସଂଘ ଏହିଭଳି ପଦକ୍ଷେପ ଗ୍ରହଣ କରିଛି ବୋଲି କୁହାଯାଇଛି । ଅନ୍ୟମାନଙ୍କୁ କ୍ଷତି ନପହଞ୍ଚାଇବା ପାଇଁ ସଂଘ ପକ୍ଷରୁ ୭ଦଫା ନିୟମ ଘୋଷଣା କରାଯାଇଛି । ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ, ବିବାହ, ବ୍ରତ, ଉତ୍ସବ ଅନୁଷ୍ଠାନ ଓ ଶୋଭାଯାତ୍ରାରେ ସାଉଣ୍ଡ ବଜାଇବା ଉପରେ ନିର୍ଦ୍ଧିଷ୍ଟ ଗାଇଡଲାଇନ ଘୋଷଣା କରାଯାଇଛି ।

1- ସାଉଣ୍ଡ ଗାଡି ଗୁଡିକ 1ରୁ 8ସିଙ୍ଗଲ ବେସ କିମ୍ବା 4ଟି ଡୁଆଲ ବେସ ସହ 4ଟି ଟପ୍ କିମ୍ବା 4ଟି ଲାଇନର ସାଉଣ୍ଡ ଗାଡିରେ ଲଗାଇ ପ୍ରୋଗ୍ରାମ କରିପାରିବେ।

2-ସର୍ବାଧିକ 10ଟି ହାଇସ ବା ୟୁନିଟ ଲଗାଇ ପାରିବେ।

3-ଭଷାଣି ପାଇଁ ସ୍ଥାନୀୟ ଥାନା କିମ୍ବା ପଞ୍ଚାୟତଠାରୁ ଅନୁମତି ନେବା ବାଧ୍ୟତାମୂଳକ।

4- ରାତି ୧୦ଘଟିକା ସମୟ ମଧ୍ୟରେ କାର୍ଯ୍ୟକ୍ରମ ଶେଷ କରିବାକୁ ନିର୍ଦ୍ଦେଶ ।

5-ଜିଲ୍ଲାର ସମସ୍ତ ହସ୍ପିଟାଲ, ସ୍କୁଲ, କଲେଜ, ଥାନା, କୋର୍ଟ ଓ ସରକାରୀ ଦପ୍ତର ସମ୍ମୁଖରେ ସାଉଣ୍ଡ ସମ୍ପୂର୍ଣ୍ଣ ବନ୍ଦ ରହିବ ।

6-ନିଜ ନିଜ ଭିତରେ ପ୍ରତିଯୋଗିତା କରି ନିୟମ ଭାଙ୍ଗିଲେ 10 ହଜାର ଟଙ୍କା ଜରିମାନା।

ଉପରୋକ୍ତ ନିୟମ ଭାଙ୍ଗିବା ଅତ୍ୟଧିକ ଯନ୍ତ୍ରାଂଶ ଲଗାଇ ପ୍ରୋଗ୍ରାମ କଲେ ୫୦ହଜାର ଟଙ୍କା ଜରିମାନା ଆଦି ନିୟମ ଘୋଷଣା କରାଯାଇଛି । ଜିଲ୍ଲା ବାହାରୁ ଆସି ପ୍ରୋଗ୍ରାମ କରୁଥିବା ମାଲିକମାନେ ନିୟମ ମାନିବାକୁ ବାଧ୍ୟ ବୋଲି ଘୋଷଣା ପତ୍ରରେ ଉଲ୍ଲେଖ ରହିଛି ।

ଏହା ମଧ୍ୟ ପଢନ୍ତୁ-ଓଲଟିଲା ବାହାଘର ଡିଜେ ଗାଡି, ଜଣେ ବାଦ୍ୟକାର ମୃତ, ୨୪ ଗୁରୁତର

ଜଗନ୍ନାଥ ଟେଣ୍ଟ୍‌, ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ମାଲିକ ସଂଘ ବୈଠକରେ ସଂଘର କର୍ମକର୍ତ୍ତା, ବରିଷ୍ଠ ମାଲିକ , କେନ୍ଦ୍ରାପଡା ଜିଲ୍ଲାରୁ ଆସିଥିବା ଟେଣ୍ଟ ହାଉସ ମାଲିକ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ସଭାପତି ଶିଶିର କୁମାର ଦାସ ସଂଘର ଆଭିମୁଖ୍ୟ ଓ ସାଉଣ୍ଡ ନିୟମ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ସହ ପ୍ରଶାସନ ଓ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.