ETV Bharat / state

ଜଗତସିଂହପୁରରେ ବିଡିଓ, ତହସିଲଦାରଙ୍କ ଛୁଟି ବାତିଲ, ବାଲିବସ୍ତା ଶୁଖିଲା ଖାଦ୍ୟ ମହଜୁଦ

author img

By

Published : Aug 28, 2020, 9:55 PM IST

Updated : Aug 28, 2020, 10:20 PM IST

ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ସ୍ଥିତି ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ।

ସମ୍ଭାବ୍ୟ ବନ୍ୟା ସ୍ଥିତିରେ ସଜାଗ ପ୍ରଶାସନ, ସମସ୍ତ ବିଡିଓ, ତହସିଲଦାରଙ୍କ ଛୁଟି ବାତିଲ
ସମ୍ଭାବ୍ୟ ବନ୍ୟା ସ୍ଥିତିରେ ସଜାଗ ପ୍ରଶାସନ ସମସ୍ତ ବିଡିଓ, ତହସିଲଦାରଙ୍କ ଛୁଟି ବାତିଲ

ଜଗତସିଂହପୁର: ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ସ୍ଥିତି ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ଓ ଦେବୀନଦୀର ଜଳସ୍ତର ବିପଦ ସଙ୍କେତ ନିକଟତର ହୋଇଛି । ହୀରାକୁଦ ଜଳଭଣ୍ଡାରରୁ ଅଧିକ ସଂଖ୍ୟକ ଗେଟ୍ ଖୋଲାଯାଇ ଥିବାରୁ ଜିଲ୍ଲାରେ ବନ୍ୟା ସମ୍ଭାବନା ରହିଛି।

ଏହାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଜିଲ୍ଲା ଜଳସମ୍ପଦ ବିଭାଗକୁ ପ୍ରଯ୍ୟାପ୍ତ ପରିମାଣର ବାଲିବସ୍ତା ମହଜୁତ ରଖିବାକୁ କୁହାଯାଇଛି । ମହାନଦୀରେ ବନ୍ୟା ଆସିବା ଫଳରେ ଶାଖାନଦୀ ଦେବୀ, ବିଲୁଆ ଖାଇ, ପାଇକା, ହଂସୁଆ ନଦୀର ଜଳସ୍ଥର ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜଳ ସଂପଦ ବିଭାଗ ପକ୍ଷରୁ ନଦୀ ବନ୍ଧ ମାନଙ୍କରେ ପାଟ୍ରୋଲିଂ କରାଯାଉଛି ।

ଜଗତସିଂହପୁରରେ ବିଡିଓ, ତହସିଲଦାରଙ୍କ ଛୁଟି ବାତିଲ, ବାଲିବସ୍ତା ଶୁଖିଲା ଖାଦ୍ୟ ମହଜୁଦ

ତେବେ ଜଗତସିଂହପୁର ଜିଲ୍ଲାର ଦୁଃଖ କୁହା ଯାଉଥିବା ଦଳେଇଘାଇ ନିକଟରେ ଦେବୀ ନଦୀର ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ଜିଲ୍ଲାର ତଳିଆ ଅଞ୍ଚଳ ଭାବେ ପରିଚିତ କୁଜଙ୍ଗ ବ୍ଲକର ହରିପୁର ଓ ଜିଲାନାସି, ବାଲିକୁଦା ବ୍ଲକ ତରାସାହି ଲୋକଙ୍କୁ ତୁରନ୍ତ ଗାଁ ଛାଡି ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲାରେ ବନ୍ୟା ପରିସ୍ଥିତି ଏଯାବତ ନିୟନ୍ତ୍ରଣାଧିନ ଥିବା ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Aug 28, 2020, 10:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.