ଜଗତସିଂହପୁର: ଇଣ୍ଡିଆନ କୋଷ୍ଟଗାର୍ଡ କୋରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛି । ଦୁଇ ଘଣ୍ଟା ପର୍ଯ୍ୟନ୍ତ କୋଷ୍ଟଗାର୍ଡର ସମସ୍ତ ଜାହାଜକୁ ଆଲୋକିତ କରାଯିବା ସହିତ ରଙ୍ଗୀନ ଲାଇଟ ଫାୟାର କରାଯାଇଛି । ଓଡିଶା ସମୁଦ୍ରରେ ନିୟୋଜିତ ଥିବା କୋଷ୍ଟଗାର୍ଡର ତିନୋଟି ଜାହାଜ ଆଇଏନଏସ ସୁଜୟା, ଆଇଏନଏସ ବିଜୟା ଓ ଆଇଏନଏସ ବରୋଦା ଏହି ତୋପ ସଲାମୀରେ ସାମିଲ ହୋଇଛନ୍ତି ।
ଆଇଏନଏସ ସୁଜୟା ପାରାଦ୍ବୀପ ବେଳାଭୂମି ନିକଟ ସମୁଦ୍ରରେ ରଙ୍ଗୀନ ତୋପ ସଲାମୀ ଦେଇଥିବା ବେଳେ ଆଇଏନଏସ ବିଜୟା ପୁରୀ ସମୁଦ୍ର ଓ ଆଇଏନଏସ ବରୋଦା ହଳଦିଆ ବନ୍ଦର ନିକଟରେ ଥାଇ ତୋପ ସଲାମୀରେ ସାମିଲ ହୋଇଛନ୍ତି । ତୋପ ସଲାମୀ ସମୟରେ କୋଷ୍ଟର୍ଗାଡର ଅଫିସର ମାନେ ତାଳି ମାରି କୋରୋନା ଭାଇରସ୍ ବିପକ୍ଷରେ ଲଢୁଥିବା ସମସ୍ତ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇଥିଲେ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର ଇଟିଭି ଭାରତ