ETV Bharat / state

ଗୃହିଣୀରୁ ସଫଳ ମହିଳା ଉଦ୍ୟୋଗୀ ଚନ୍ଦ୍ରାବଳୀ, ଦେଉଛନ୍ତି ଅନ୍ୟଙ୍କୁ ରୋଜଗାର

author img

By

Published : Aug 14, 2022, 11:02 PM IST

ଦିଲେ ସେ ଥିଲେ ସାଧାରଣ ଗୃହିଣୀ, ଆଜି ସେ ପାଲଟିଛନ୍ତି ଜଣେ ସଫଳ ମହିଳା ଉଦ୍ୟୋଗୀ । ଏହି ସଫଳତା ପାଇଁ ସେ ରାଜ୍ୟ ଓ ଜାତୀୟ ସ୍ତରରେ ସମ୍ମାନିତ ହୋଇ ସୃଷ୍ଟି କରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ । ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳୁଥିବା ବେଳେ ଚନ୍ଦ୍ରାବଳୀ ସଫଳ ହୋଇ ଅନ୍ୟ ମହିଳାଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । ଅଧିକ ପଢ଼ନ୍ତୁ

ଗୃହିଣୀରୁ ସଫଳ ମହିଳା ଉଦ୍ୟୋଗୀ ଚନ୍ଦ୍ରାବଳୀ, ସ୍ବାବଲମ୍ବୀ ହେବା ସହ ଦେଉଛନ୍ତି ଅନ୍ୟଙ୍କୁ ରୋଜଗାର

ଜଗତସିଂହପୁର: "ଇଚ୍ଛା ଥିଲେ ଉପାୟ ଆପେଆପେ ଆସେ । ମୁଁ ମୋର ପରିବାର ପାଇଁ କିଛି କରିବାକୁ ଚାହୁଁଥିଲି । ଏଥିପାଇଁ ବ୍ୟବସାୟ ଆରମ୍ଭ କରି ସଫଳ ହୋଇଛି ।" ଏହା କହିଛନ୍ତି ଜଗତସିଂହପୁର ଜିଲ୍ଲାର ସଫଳ ମହିଳା ଉଦ୍ୟୋଗୀ ଚନ୍ଦ୍ରବଳୀ ଖଟୁଆ(Chandrabali Khatua self sufficient ) । ସାଇ ଜୁଟ୍‌ ପ୍ରଡ୍ୟୁସର ଗ୍ରୁପ ନାମକ ସଂସ୍ଥା ସ୍ଥାପନ କରି ଗ୍ରାମୀଣ ମହିଳାଙ୍କୁ ଦେଇଛନ୍ତି ରୋଜଗାର । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ନେଇ ଆଜି ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳୁଛି । ଚନ୍ଦ୍ରାବଳୀ ଖଟୁଆଙ୍କ ଭଳି ମହିଳା ଉଦ୍ୟୋଗୀ ସ୍ବାଧୀନ ଭାରତରେ ମହିଳାଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି ।

ଚନ୍ଦ୍ରବଳୀଙ୍କ ସଫଳ ଅଭିଯାନ

ଜଗତସିଂହପୁର ଉପକଣ୍ଠ କାଦୁଅପଡ଼ା ଗ୍ରାମରେ ଆର୍ଥିକ ଅନଟନ ଦିନ କାଟୁଥିଲା ଚନ୍ଦ୍ରାବଳୀଙ୍କ ପରିବାର । ସେ ନିଜ ପରିବାର ପାଇଁ କିଛି କରିବାକୁ ଚାହୁଁଥିଲେ । ୨୦୧୫ରେ ଏକ ସ୍ବୟଂ ସହାୟକ ଗୋଷ୍ଠୀଠାରୁ ଋଣ ଆଣି ପ୍ରଥମେ ଅଳ୍ପ କିଛି କାମ ଆରମ୍ଭ କରିଥିଲେ । ଦୁଇଟି ସିଲେଇ ମେସିନ୍‌ କିଣି ବ୍ୟାଗ୍‌ ଓ କଣ୍ଢେଇ ଭଳି ସାମଗ୍ରୀ ତିଆରି କରି ବଜାରରେ ବିକ୍ରି ଆରମ୍ଭ କରିଥିଲେ । ମନରେ ଥିଲା ଅଧିକ କିଛି କରିବା ଓ ଜାଣିବାର ତୃଷ୍ଣା । ଏଥିପାଇଁ କୋଲକାତା ଯାଇ ସେଠାରେ ନ୍ୟାସନାଲ୍‌ ଜୁଟ୍‌ ବୋର୍ଡରେ କାର୍ଯ୍ୟ କରିଥିଲେ । ସେଠାରୁ ଫେରିବା ପରେ ଗାଁର କିଛି ମହିଳାଙ୍କୁ ନେଇ ସାଇ ଜୁଟ୍‌ ପ୍ରଡ୍ୟୁସର ଗ୍ରୁପ ସଂସ୍ଥା ଆରମ୍ଭ କରିଥିଲେ ।

ବଢ଼ିଛି ସାମଗ୍ରୀର ଚାହିଦା

ଏହି ସଂସ୍ଥା ସହ ପାଖାପାଖି ୨୫ରୁ ୩୦ ମହିଳା ଯୋଡ଼ି ହୋଇ ଝୋଟ ବ୍ୟାଗ୍‌, କଣ୍ଢେଇ, ସୁଇଟର ଓ ସ୍କୁଲ୍‌ ୟୁନିଫର୍ମ ଆଦି ତିଆରି କରିଥିଲେ । ସାଇ ଜୁଟ୍‌ ପ୍ରଡ୍ୟୁସର ଗ୍ରୁପର ସାମଗ୍ରୀର ଚାହିଦା ରାଜ୍ୟ ସହ ରାଜ୍ୟ ବାହାରେ ମଧ୍ୟ ବଢ଼ିବାରେ ଲାଗିଛି । ଓରମାସ ଓ ମିଶନ ଶକ୍ତି ଜରିଆରେ ଚନ୍ଦ୍ରାବଳୀ ସାମଗ୍ରୀ ବିକ୍ରି କରିବା ପାଇଁ ସୁଯୋଗ ପାଇଥିଲେ । ଯାହାଦ୍ବାରା ଆଜି ସେ ଜଣେ ସଫଳ ମହିଳା ଉଦ୍ୟୋଗୀ ବୋଲାଇଛନ୍ତି ।

ଏହାକୁ ନେଇ ଚନ୍ଦ୍ରାବଳୀ କହିଛନ୍ତି, "ହରଘର ତ୍ରିରଙ୍ଗା ଅଭିଯାନରେ, ଜିଲ୍ଲା ପ୍ରଶାସନ, ମିଶନ ଶକ୍ତି ଏବଂ ଓର୍‌ମାସ୍‌ ପକ୍ଷରୁ ସାଇ ଜୁଟ୍‌ ପ୍ରଡ୍ୟୁସର ଗ୍ରୁପ୍‌କୁ ୩୦ ହଜାର ଜାତୀୟ ପତାକାର ଅର୍ଡର ମିଳିଛି । ବର୍ତ୍ତମାନ ପ୍ରତିଦିନ ୩୦ ଜଣ ମହିଳା କାମ କରୁଛନ୍ତି । ମହିଳାମାନଙ୍କୁ ସ୍ବାବଲମ୍ବୀ କରାଇବା ହିଁ ମୋର ଲକ୍ଷ୍ୟ ।"

ଚନ୍ଦ୍ରବଳୀଙ୍କ ପରିବର୍ତ୍ତନ ଲକ୍ଷ୍ୟ

ନିଜେ ଆତ୍ମ ନିର୍ଭର ହେବା ସହ ଅନ୍ୟକୁ ରୋଜଗାର ଦେବା ଚନ୍ଦ୍ରାବଳୀଙ୍କ ମୂଳ ଲକ୍ଷ୍ୟ । ଆଜି ତାଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା ହୋଇଥିବା ସଂସ୍ଥାରେ ମହିଳା ଓ ଯୁବତୀ କାର୍ଯ୍ୟ କରି ରୋଜଗାର ମଧ୍ୟ ପାଇ ପାରିଛନ୍ତି । ସେ ବର୍ତ୍ତମାନ ଅନେକ ସଂସ୍ଥା ସହ ଜଡ଼ିତ ରହିଛନ୍ତି । ଏହି ସବୁ ସଂସ୍ଥା ମାଧ୍ୟମରେ ଅନେକ ମିହଳାଙ୍କୁ ତାଲିମ ଦେଇଛନ୍ତି । ତାଲିମ ପାଇଥିବା ମହିଳାଙ୍କ ମଧ୍ୟରୁ ପ୍ରାୟ ୧୧୦୦ ଜଣ ରୋଜଗାରକ୍ଷମ ହୋଇ ସାରିଛନ୍ତି । ଅନ୍ୟକୁ ରୋଜଗାର ଦେଇ ସେ ଆତ୍ମସନ୍ତୋଷ ପାଇଛନ୍ତି । ଆଗାମୀ ଦିନରେ ଏକ ବଡ଼ ୟୁନିଟ୍‌ ପ୍ରତିଷ୍ଠା କରି ୧୦୦ରୁ ୧୫୦ ମହିଳାଙ୍କୁ ରୋଜଗାର ଦେବାକୁ ଲକ୍ଷ୍ୟ ରଖିଛନ୍ତି ।

ଜାତୀୟ ସ୍ତରରେ ସମ୍ମାନିତ ଚନ୍ଦ୍ରବଳୀ

ନିଜ ଉଦ୍ୟମ ବଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଚନ୍ଦ୍ରାବଳୀ । ଏଥିପାଇଁ ସେ ରାଜ୍ୟ ତଥା ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି । ସେ ରାଜ୍ୟରେ ବେଷ୍ଟ ଏଣ୍ଟରପ୍ରିନ୍ୟୁର ସମ୍ମାନିତ ହୋଇଛନ୍ତି । ସେହିଭଳି ବେଷ୍ଟ ମହିଳା ରିଚର୍ଚ୍ଚ ପର୍ସନ ସମ୍ମାନରେ ମଧ୍ୟ ସେ ସମ୍ମାନିତ । ଚନ୍ଦ୍ରାବଳୀ କେବେ କଲେଜ ମାଟି ମାଡ଼ି ପାରି ନାହାନ୍ତି । ଏହାସତ୍ତ୍ବେ ନିଜ ବୁଦ୍ଧିବଳରେ ଆଜି ଅନ୍ୟଙ୍କୁ ସ୍ବାବଲମ୍ବୀ କରାଇ ପାରିଛନ୍ତି ।

ଚନ୍ଦ୍ରାବଳୀଙ୍କ ପିଲାଦିନ ମଧ୍ୟ ଆର୍ଥିକ ଅନାଟନ ମଧ୍ୟରେ କଟିଥିଲା । ଶାଶୁ ଘରେ ମଧ୍ୟ ଆର୍ଥିକ ସମସ୍ୟା ତାଙ୍କୁ କିଛି କରିବା ପାଇଁ ବାଟ ଦେଖାଇଥିଲା । ଦୃଢ଼ ଇଚ୍ଛାଶକ୍ତି ବଳରେ ଆଜି ନିଜେ ସ୍ବାବଲମ୍ବୀ ହେବା ସହ ଗ୍ରାମୀଣ ମହିଳାଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.