ETV Bharat / state

ପୋଖରୀରେ ବୁଡି ପ୍ରାଣ ହରାଇଲେ 2 ନାବାଳକ - ପୋଖରୀରେ ବୁଡି ପ୍ରାଣ ହରାଇଲେ 2 ନାବାଳକ

ତିର୍ତ୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ଗ୍ରାମର 2 ନାବାଳକ ପୋଖରୀରେ ବୁଡି ପ୍ରାଣ ହରାଇଥିବା ଦେଖିବାକୁ ମିଳିଛି। ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

minor dead after drowning in pond
ପୋଖରୀରେ ବୁଡି ପ୍ରାଣ ହରାଇଲେ 2 ନାବାଳକ
author img

By

Published : Aug 15, 2020, 6:08 PM IST

ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ଗ୍ରାମର 2 ନାବାଳକ ପୋଖରୀରେ ବୁଡି ପ୍ରାଣ ହରାଇଥିବା ଦେଖିବାକୁ ମିଳିଛି। ପରିବାର ଲୋକଙ୍କ ସୂଚନାନୁସାରେ, ତୁଳଙ୍ଗ ଗ୍ରାମର ନବମ ଶ୍ରେଣୀ ଛାତ୍ର ଆୟୁଷ ବିଶ୍ବାଳ ଓ ପ୍ରତ୍ୟୁଷ ବିଶ୍ବାଳ ନାମକ ଦୁଇଭାଇ ଶନିବାର ମଧ୍ୟାହ୍ନ ସମୟରେ ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିଲେ। ହଠାତ୍ ଗୋଡ ଖସିଯିବାରୁ ପ୍ରତ୍ୟୁଷ ଗଭୀର ଜଳ ମଧ୍ୟକୁ ଚାଲି ଯାଇଥିଲେ। ଏହାଦେଖି ତାଙ୍କୁ ବଞ୍ଚେଇବାକୁ ଯାଇ ସାଙ୍ଗରେ ଥିବା ଆୟୁଷ ମଧ୍ୟ ପାଣି ମଧ୍ୟକୁ ଚାଲି ଯାଇ ବୁଡ଼ି ଯାଇଥିଲେ।

ପୋଖରୀରେ ବୁଡି ପ୍ରାଣ ହରାଇଲେ 2 ନାବାଳକ

ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଦୁଇ ଛାତ୍ରଙ୍କୁ ଉଦ୍ଧାର କରିବା ସହ ତିର୍ତ୍ତୋଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପ୍ରାଥମିକ ଚିକିତ୍ସା କରି ଦୁଇ ବାଳକଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.