ETV Bharat / state

Bhoomi Samman 2023: ଶ୍ରେଷ୍ଠ ରାଜ୍ୟ ଓଡିଶା, ପୁରସ୍କୃତ ଦେଶର ୬୮ ଜିଲ୍ଲାରୁ ଓଡ଼ିଶାରୁ ୧୯ - ଭାରତର ଶ୍ରେଷ୍ଠ ରାଜ୍ୟ

ଓଡ଼ିଶାକୁ ମିଳିଲା ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ଭୂମି ସମ୍ମାନ । ନୂଆଦିଲ୍ଲୀରେ ଅନୁଷ୍ଠିତ ବିଶେଷ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କଲେ ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 18, 2023, 7:50 PM IST

Bhoomi Samman 2023
ଜାତୀୟ ସ୍ତରରେ ପୁଣି ସମ୍ମାନିତ ଗଞ୍ଜାମ

ଭୁବନେଶ୍ବର/ବ୍ରହ୍ମପୁର: ଘୋଷଣା ହୋଇଛି ଚଳିତ ବର୍ଷ ୨୦୨୩ର ଭୂମି ସମ୍ମାନ ବିଜେତାଙ୍କ ନାମ । ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ବଡ଼ କଥା ହେଉଛି ଆମ ରାଜ୍ୟ 'ଓଡ଼ିଶା' ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାକୁ ପ୍ରଦାନ କରାଯାଇଛି ଶ୍ରେଷ୍ଠ ଜିଲ୍ଲା ଭାବେ ଭୂମି ସମ୍ମାନ । ଏହାସହିତ ଜାତୀୟ ସ୍ତରରେ ପୁଣି ସମ୍ମାନିତ ହୋଇଛି ଗଞ୍ଜାମ ଜିଲ୍ଲା । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହୋଇଛି ଏହି ପୁରସ୍କାର ବିତରଣ ସମାରୋହ ।

Bhoomi Samman 2023
ଜାତୀୟ ସ୍ତରରେ ପୁଣି ସମ୍ମାନିତ ଗଞ୍ଜାମ

ତେବେ DILRMPର ଲକ୍ଷ୍ୟଗୁଡିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ ହୋଇଛି ଓଡ଼ିଶା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଓଡ଼ିଶାକୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ଭୂମି ସମ୍ମାନ ପୁରସ୍କାର ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ବରିଷ୍ଠ ପଦାଧିକାରୀ ରାଜ୍ୟର ପ୍ରତିନିଧିତ୍ଵ କରି ପୁରସ୍କାର ଗ୍ରହଣ କରିଛନ୍ତି । ଦେଶରେ DILRMP ଅନ୍ତର୍ଗତ ୬ଟି ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ଲାଟିନମ ପୁରସ୍କାର ଲାଗି ଚୟନ କରାଯାଇଛି । ମୋଟ ୬୮ଟି ଜିଲ୍ଲା ମଧ୍ୟରୁ ଓଡ଼ିଶାର ୧୯ଟି ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଛି । ଏହା ଏକ ବିଶେଷ ସଫଳତା ।

Bhoomi Samman 2023
ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ଭୂମି ସମ୍ମାନ

ଏହି ଜିଲ୍ଲାକୁ ମିଳିବ ପ୍ଲାଟିନମ ପୁରସ୍କାର:- ପ୍ଲାଟିନମ ପୁରସ୍କାର ଲାଗି ବିବେଚିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ ଅନୁଗୋଳ, ବୌଦ୍ଧ, ବରଗଡ, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୂଆପଡା, ରାୟଗଡ଼ା ଓ ସମ୍ବଲପୁର । ରାଷ୍ଟ୍ରପତି ଏହି ଜିଲ୍ଲାମାନଙ୍କର ଜିଲ୍ଲାପାଳ ବା ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ଭୂମି ସମ୍ମାନ ପୁରସ୍କାର ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଇସ୍ପାତ ଓ ଗ୍ରାମୀଣ ବିକାଶ ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂହ କୁଳସ୍ତେ ଏବଂ ଭୂମି ସମ୍ବଳ ବିଭାଗ ସଚିବ ଅଜୟ ତିର୍କେ ଉପସ୍ଥିତ ଥିଲେ ।

Bhoomi Samman 2023
ଶ୍ରେଷ୍ଠ ଜିଲ୍ଲା ଭାବେ ଗଞ୍ଜାମକୁ ମିଳିଲା ଭୂମି ସମ୍ମାନ

ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ୫T କାର୍ଯ୍ୟାନ୍ବୟନ ତଥା ମୋ ସରକାର ନିୟମାବଳୀ ମାଧ୍ୟମରେ ଜମିଜମା ରେକର୍ଡ ଏବଂ ଜନସେବାକୁ ଡିଜିଟାଇଜେସନ କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା DILRMPର ୬ ମାନଦଣ୍ଡ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି ।

୧. ଜମି ରେକର୍ଡର କମ୍ପୁଟରୀକରଣ

୨. ଜମି ନକ୍ସାର କମ୍ପୁଟରୀକରଣ

୩. ଜମି ରେକର୍ଡ ଏବଂ ନକ୍ସାର ସଂଯୋଗୀକରଣ

୪. ନିବନ୍ଧନ ଓ ଉପନିବନ୍ଧନ କାର୍ଯ୍ୟାଳୟର କମ୍ପୁଟରୀକରଣ

୫. ତହସିଲ ଏବଂ ନିବନ୍ଧନ କାର୍ଯ୍ୟାଳୟର ସଂଯୋଗୀକରଣ

୬. ଆଧୁନିକ ରେକର୍ଡ କକ୍ଷ ନିର୍ମାଣ କ୍ଷେତ୍ରରେ ୧୦୦ ପ୍ରତିଶତ ଲକ୍ଷ ହାସଲ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ।

ଜାତୀୟ ସ୍ତରରେ ପୁଣି ସମ୍ମାନିତ ହେଲା ଗଞ୍ଜାମ:- ଭାରତ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାକୁ ପ୍ରଦାନ କରାଗଲା ଭୂମି ସମ୍ମାନ । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା ପାଇଁ "ଭୂମି ସମ୍ମାନ ପ୍ଲାଟିନାମ ପ୍ରମାଣ ପତ୍ର" ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ମହୋଦୟାଙ୍କ କରକମଲରେ ଭୂମି ସଂସ୍କାର କ୍ଷେତ୍ରରେ ଭାରତର ଶ୍ରେଷ୍ଠ ୭୫ ଜିଲ୍ଲାକୁ ଭୂମି ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲୀ ଠାରେ ଏହି ପୁରସ୍କାର କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିବା ବେଳେ ଏହି ଅବସରରେ ଗଞ୍ଜାମର ଜିଲ୍ଲା ଡେପୁଟି କଲେକ୍ଟର ଦୟାସିନ୍ଧୁ ପରିଡା, କୁକୁଡାଖଣ୍ଡି ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର/ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.