ETV Bharat / state

ଗଞ୍ଜାମରେ ୧୫୦୯ କୋଟିର ମେଗା ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ - ରାଜ୍ୟ କ୍ୟାବିନେଟ୍

ଗଞ୍ଜାମ ଜିଲ୍ଲାରେ ୧୫୦୯ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ । ଅଧିକ ପଢନ୍ତୁ

ଗଞ୍ଜାମରେ ୧୫୦୯ କୋଟିର ମେଗା ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ

author img

By

Published : May 30, 2023, 9:49 AM IST

Updated : May 30, 2023, 11:33 AM IST

୧୫୦୯ କୋଟିର ମେଗା ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ

ବ୍ରହ୍ମପୁର: ଗଞ୍ଜାମର ଜିଲ୍ଲାର ୧୨ଟି ବ୍ଲକ ପାଇଁ ୧,୫୦୯ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଯେଉଁଥିରେ ୧୨ ବ୍ଲକର ୨୨୮ଗୋଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୭୭୦ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୯ ଲକ୍ଷ ୯୨ ହଜାର ୩୬୮ ଜଣ ଜନସାଧାରଣ ଉପକୃତ ହୋଇପାରିବେ । ଗ୍ରାମାଞ୍ଚଳର ଲୋକଙ୍କୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ୧୫୦୯ କୋଟି ୯୧ ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।

ଏହି ଯୋଜନାରେ କବିସୂର୍ଯ୍ୟନଗର ବ୍ଲକ ଅଧିନସ୍ଥ ୧୭ଗୋଟି ପଞ୍ଚାୟତ ଅନ୍ତର୍ଗତ ୪୧ ଗୋଟି ଗ୍ରାମର ପ୍ରାୟ ୬୮,୩୯୨ ଜଣ, ଆସ୍କା ବ୍ଲକ ଅଧିନରେ ରହିଥିବା ୨୪୫ ଗୋଟି ଗ୍ରାମର ପ୍ରାୟ ୯୧,୨୩୮ ଜଣ, ସୋରଡା ବ୍ଲକ୍‌ ଅଧିନରେ ୨୩ ପଞ୍ଚାୟତ ଅନ୍ତର୍ଗତ ୧୨୦ଟି ଗ୍ରାମର ଏକ ଲକ୍ଷରୁ ଅଧିକ ଲୋକେ, ଧରାକୋଟ ବ୍ଲକ୍‌ ଅନ୍ତର୍ଗତ ୨୦ଟି ପଞ୍ଚାୟତର ଅନ୍ତର୍ଗତ ପ୍ରାୟ ୯୬ହଜାର ୮୧ ଜଣ, ପୁରୁଷୋତ୍ତମପୁର ବ୍ଲକ୍‌ ଅଧିନରେ ରହିଥିବା ୧୯ ଗୋଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୪୩ ଗୋଟି ଗ୍ରାମର ପ୍ରାୟ ୭୯,୭୨୫ ଗ୍ରାମବାସୀ, ପୋଲସରା ବ୍ଲକ ଅଧିନରେ ରହିଥିବା ୨୨ଟି ପଞ୍ଚାୟତର ୮୧,୫୫୦ ଜଣ , ଜଗନ୍ନାଥପ୍ରସାଦ ବ୍ଲକର ଅଧିନରେ ଥିବା ୨୪ ଗୋଟି ପଞ୍ଚାୟତ ଅନ୍ତର୍ଗତ ୮୬ ଗୋଟି ଗ୍ରାମର ଏକ ଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣ, ଭଞ୍ଜନଗର ବ୍ଲକ ଅଧିନରେ ରହିଥିବା ୨୩ ଗୋଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୮୮ଟି ଗ୍ରାମର ପ୍ରାୟ ୧ ଲକ୍ଷ ୨୦ହଜାର ୮୪ ଜଣ ଜନସାଧାରଣ ଉପକୃତ ହେବେ ।

ସେହିପରି ବେଲଗୁଣ୍ଠା ବ୍କକ ଅଧିନରେ ଥିବା ୧୮ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୬୩ଟି ଗ୍ରାମର ପ୍ରାୟ ୮୩,୦୫୭ ଜଣ , ବୁଗୁଡା ବ୍ଲକ ଅଞ୍ଚଳର ୭୬,୭୧୧ ଜଣ, ବେଗୁନିଆପଡା ବ୍ଲକର ପ୍ରାୟ ୭୬,୦୬୮ ଏବଂ ଗଞ୍ଜାମ ବ୍ଲକ ଅଧିନରେ ରହିଥିବା ତିନୋଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୨୬ଟି ଗ୍ରାମର ପ୍ରାୟ ୧୭ ହଜାର ୭୨୩ ଜଣ ଲୋକେ ଏହି ନୂତନ ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ । ସମସ୍ତ ପ୍ରକଳ୍ପଗୁଡିକୁ ଆଗାମୀ ୨୪ ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବ୍ରହ୍ମପୁରରେ ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ସ୍ଥାନୀୟ ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପରିସରରେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଉପସ୍ଥିତିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣାଙ୍କ ସମେତ ଦଳର ବହୁ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଜିଲ୍ଲା ବିଜେଡି ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : May 30, 2023, 11:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.