ETV Bharat / state

ଟେଲିମେଡିସିନ୍ ମାଧ୍ୟମରେ MKCGରୁ ମିଳିବ କୋଭିଡ୍ ପରବର୍ତ୍ତୀ ଚିକିତ୍ସା ପରାମର୍ଶ - MKCGରୁ ମିଳିବ କୋଭିଡ ପରବର୍ତ୍ତୀ ଚିକିତ୍ସା

MKCGରୁ ମିଳିବ କୋଭିଡ ପରବର୍ତ୍ତୀ ଚିକିତ୍ସା ପରାମର୍ଶ । ଜାରି ହୋଇଛି ନମ୍ବର ୭୬୫୫୦୫୧୬୦୨ ଏବଂ ୭୬୫୫୦୫୧୬୦୩ । ଅଧିକ ପଢନ୍ତୁ...

କୋଭିଡ୍ ପରବର୍ତ୍ତୀ ଚିକିତ୍ସା ପରାମର୍ଶ
କୋଭିଡ୍ ପରବର୍ତ୍ତୀ ଚିକିତ୍ସା ପରାମର୍ଶ
author img

By

Published : Jun 2, 2021, 8:34 AM IST

ବ୍ରହ୍ମପୁର: କୋଭିଡରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ବ୍ୟକ୍ତି ବିଶେଷ ମାନେ ଏଣିକି ଟେଲିମେଡିସିନ୍ ମାଧ୍ୟମରେ ବ୍ରହ୍ମପୁର MKCG ରୁ ପାଇପାରିବେ ଚିକିତ୍ସା ପରାମର୍ଶ । କୋରୋନାରୁ ସୁସ୍ଥ ହେବା ପରେ ଅନେକ ରୋଗୀଙ୍କ ମଧ୍ୟରେ ଅନେକ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳିଥାଏ । ଯାହାକୁ ନେଇ ରୋଗୀଙ୍କ ପାଇଁ MKCG ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଟେଲି ମେଡିସିନ୍ ମାଧ୍ୟମରେ ପରାମର୍ଶ ଦେବେ ଡାକ୍ତରମାନେ ।

ପୂର୍ବରୁ କୋଭିଡକୁ ନେଇ ବିଭିନ୍ନ ରୋଗ ପାଇଁ ଟେଲିମେଡିସିନ୍ ସେବା ଜାରି ରହିଥିବା ବେଳେ ଏବେ ଏହି ନୂତନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଏମକେସିଜି ପକ୍ଷରୁ ଦୁଇଟି ଫୋନ୍ ନମ୍ବର ୭୬୫୫୦୫୧୬୦୨ ଏବଂ ୭୬୫୫୦୫୧୬୦୩ ଜାରି ହୋଇଛି। ସୋମବାର ଠାରୁ ଶନିବାର ଦିନ ୯ଟା ଠାରୁ ସନ୍ଧ୍ୟା ୫ଟା ଯାଏଁ ଏହି ସେବା ଜାରି ରହିବ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.