ଗଜପତି:ଜିଲ୍ଲାରେ କୋଭିଡ ପରିଚାଳନା ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବିଧାୟକ କେ. ନାରାୟଣ ରାଓ । ଏନେଇ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ବିଭିନ୍ନ ତଥ୍ୟ ମାଗିବା ପରେ ମଧ୍ୟ ତାଙ୍କୁ ତଥ୍ୟ ମିଳୁନି । କୋରୋନାରେ ମୃତକଙ୍କ ତଥ୍ୟ ଲୁଚା ଯାଉଛି, ସେପଟେ କୋରୋନା ଆକ୍ରାନ୍ତଙ୍କୁ ମେଡିକାଲରେ ଦୁର୍ବ୍ୟବହାର କରାଯାଉଛି, ଠିକ୍ ସମୟରେ ଖାଇବା କି ଔଷଧ କି ଅକ୍ସିଜେନ ଦିଆଯାଉନି ବୋଲି ସେ ଅଭିଯୋଗ କରିଛନ୍ତି ।
ଯଦି ଓଡ଼ିଶାରେ ରୋଗୀଙ୍କୁ ଅକ୍ସିଜେନ୍ ମିଳୁନି ତାହାହେଲେ ମୁଖ୍ୟମନ୍ତ୍ରୀ କାହିଁକି ବାହସ୍ପୁଟ ମାରିବାକୁ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ପଠାଉଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ